ଏହି ଖାଦ୍ୟରୁ ଦୂରେଇ ରହିଲେ ହେବ ନାହିଁ ଗ୍ୟାଷ୍ଟିକ୍ ସମସ୍ୟା

ଆଜିକାଲି ପ୍ରାୟ ୯୦ ପ୍ରତିଶତ ବ୍ୟକ୍ତି ଗ୍ୟାଷ୍ଟିକ୍ ରୋଗର ଶିକାର ହେଉଛନ୍ତି। ଏହି ଗ୍ୟାଷ୍ଟିକ୍ କାରଣରୁ ବାନ୍ତି ମୁଣ୍ଡବିନ୍ଧା ଓ ଅନେକ ସମସ୍ୟା ଭୋଗିବାକୁ ପଡ଼େ। ମନପସନ୍ଦର କିଛି ଖାଦ୍ୟ ବି ଖାଇହୁଏ ନାହିଁ। ଯାହା ଟିକେ ଖାଇଲେ ଗ୍ୟାସ୍ ହୋଇଯାଏ। ଆଉ ତା’ପରେ ଆରମ୍ଭ ହୋଇଯାଏ ବାନ୍ତି ଓ ମୁଣ୍ଡବିନ୍ଧା। କିନ୍ତୁ ଆପଣ ଜାଣନ୍ତି କି ଏହି ଗ୍ୟାଷ୍ଟିକ୍ ରୋଗ କ’ଣ ପାଇଁ ହୁଏ? ବେଶି ସମୟ ଖାଲି ପେଟରେ ରହିଲେ ବା ଠିକ୍‌ ସମୟରେ […]

acidity-image

Ordigital Desk
  • Published: Tuesday, 13 February 2018
  • , Updated: 13 February 2018, 05:47 PM IST

ଆଜିକାଲି ପ୍ରାୟ ୯୦ ପ୍ରତିଶତ ବ୍ୟକ୍ତି ଗ୍ୟାଷ୍ଟିକ୍ ରୋଗର ଶିକାର ହେଉଛନ୍ତି। ଏହି ଗ୍ୟାଷ୍ଟିକ୍ କାରଣରୁ ବାନ୍ତି ମୁଣ୍ଡବିନ୍ଧା ଓ ଅନେକ ସମସ୍ୟା ଭୋଗିବାକୁ ପଡ଼େ। ମନପସନ୍ଦର କିଛି ଖାଦ୍ୟ ବି ଖାଇହୁଏ ନାହିଁ। ଯାହା ଟିକେ ଖାଇଲେ ଗ୍ୟାସ୍ ହୋଇଯାଏ। ଆଉ ତା’ପରେ ଆରମ୍ଭ ହୋଇଯାଏ ବାନ୍ତି ଓ ମୁଣ୍ଡବିନ୍ଧା। କିନ୍ତୁ ଆପଣ ଜାଣନ୍ତି କି ଏହି ଗ୍ୟାଷ୍ଟିକ୍ ରୋଗ କ’ଣ ପାଇଁ ହୁଏ? ବେଶି ସମୟ ଖାଲି ପେଟରେ ରହିଲେ ବା ଠିକ୍‌ ସମୟରେ ଖାଇବା ନଖାଇଲେ ଗ୍ୟାଷ୍ଟିକ୍ ଭଳି ରୋଗ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି, ଯେଉଁମାନେ ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତି, ସେମାନଙ୍କୁ କ’ଣ ପାଇଁ ଗ୍ୟାସ ହୋଇଥାଏ? ଏହାର କାରଣ ହେଉଛି ଖାଦ୍ୟ। କିଛି ଏପରି ଖାଦ୍ୟ ସାମଗ୍ରୀ ଅଛି ଯାହା ଆପଣଙ୍କ ପେଟରେ ଗୋଳମାଳ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟଗୁଡ଼ିକ କ’ଣ।

ସେଓ-  ଆପଣମାନେ ସେଓର ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ। କାରଣ ସେଓକୁ ସବୁଠୁ ସ୍ୱାସ୍ଥ୍ୟକର ଫଳ ବୋଲି କୁହାଯାଏ। କିନ୍ତୁ ସେଓକୁ ଖାଲି ପେଟରେ ଖାଇଲେ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ। ଏଥିରେ ଅଧିକ ପରିମାଣରେ ଫ୍ରୁକ୍ଟସ୍ ଓ ଫାଇବର ରହିଥାଏ। ଯାହା ପେଟ ଫୁଲିବାର କାରଣ ହୋଇଥାଏ। ଫଳରେ ଗ୍ୟାସ ହୋଇଥାଏ। ତେଣୁ କେବେବି ଖାଲିପେଟରେ ସେଓ ଖାଆନ୍ତୁ ନାହିଁ। ଏହା ବଦଳରେ କଦଳୀ, କମଳା, ଅଙ୍ଗୁର ଓ ବ୍ଲୁ ବେରି ଖାଇପାରିବେ।

ତରଭୁଜ- ଖରାଦିନରେ ଆମେ ତରଭୁଜ ଖାଇବାକୁ ଭଲ ପାଉ। ହେଲେ ଏହି ତରଭୁଜ ଖାଇଲେ ମଧ୍ୟ ଗ୍ୟାସ୍ ହୁଏ। ତରଭୁଜରେ ଅନେକ ପରିମାଣରେ ଫ୍ରୁକ୍ଟସ୍ ଥାଏ ଯାହା ପେଟକୁ ଫୁଲେଇ ଦିଏ। ଫଳରେ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ। ଖରାଦିନେ ତରଭୁଜ ଜାଗାରେ କଦଳୀ, କମଳା, ଅଙ୍ଗୁର, ବ୍ଲୁ ବେରି ଓ ସ୍ଟ୍ରବେରି ଖାଆନ୍ତୁ।

ରସୁଣ- ଅତ୍ୟଧିକ ରସୁଣ ଖାଇଲେ ଏହି ରୋଗ ହୋଇଥାଏ। ଏହା ମଧ୍ୟ ପେଟକୁ ଫୁଲାଇଦିଏ। ରସୁଣକୁ କେବେ ହେଲେ କଞ୍ଚା ଖାଆନ୍ତୁ ନାହିଁ ଏହା ଅତି ଶିଘ୍ର ପେଟରେ ଗ୍ୟାସ ସୃଷ୍ଟି କରିଥାଏ।

ପିଆଜ- ପିଆଜ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି କରିଥାଏ। ତେଣୁ ପିଆଜ କମ ଖାଆନ୍ତୁ। ବିଶେଷ କରି କଞ୍ଚା ପିଆଜ କମ୍ ଖାଆନ୍ତୁ। ଖଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ଆପଣ ପିଆଜ ଜାଗାରେ ପିଆଜ ସଣ୍ଢା ବ୍ୟବହାର କରିପାରିବେ।

ବିୟର- ଯଦି ଆପଣ ବିୟର ପିଉଛନ୍ତି ତେବେ ବିୟର ପିଇବା ବନ୍ଦ କରନ୍ତୁ। କାରଣ ଏଥିରେ ଥିବା ଗ୍ରେନ୍ ପେଟ ଫୁଲାଇଦିଏ।  ଏହା ବଦଳରେ ରେଡ୍ କିମ୍ବା ହ୍ୱାଇଟ୍ ୱାଇନ୍ ପିଇପାରିବେ।

 

Related story