ଏହିସବୁ ସଙ୍କେତରୁ ଜାଣିବେ ମୃତ୍ୟୁ ଆପଣଙ୍କ ନିକଟତର

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ସମସ୍ତେ ଏହି ଦୁନିଆରେ କର୍ମ କରିବାକୁ ଜନ୍ମ ନେଇଥାନ୍ତି ଆଉ ସମୟ ସରିଲା ପରେ ସବୁ କିଛି ଛାଡ଼ି ଚାଲି ଆଆନ୍ତି। ଭଗବାନ କାହାକୁ କେତେବେଳେ ଏହି ସଂସାରରୁ ନେବେ କେହି ମଧ୍ୟ ଜାଣି ପରି ନ ଥାଆନ୍ତି। କିଛି ମଣିଷ ଦୁନିଆ ଦେଖିବା ପୂର୍ବରୁ ଆରପାରିକୁ  ଚାଲି ଯାଇଥାଏ। ଆଉ କିଛି ଲୋକ  ୯୦ ବର୍ଷରେ ମଧ୍ୟ ନିଜ ପରିବାର ଲୋକଙ୍କ ସହ ଖୁସିରେ  ଜୀବନ ବିତାଇଥାଏ। ଏହି ଚକ୍ରବ୍ୟୁହକୁ  […]

death

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 09:42 AM IST

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ସମସ୍ତେ ଏହି ଦୁନିଆରେ କର୍ମ କରିବାକୁ ଜନ୍ମ ନେଇଥାନ୍ତି ଆଉ ସମୟ ସରିଲା ପରେ ସବୁ କିଛି ଛାଡ଼ି ଚାଲି ଆଆନ୍ତି। ଭଗବାନ କାହାକୁ କେତେବେଳେ ଏହି ସଂସାରରୁ ନେବେ କେହି ମଧ୍ୟ ଜାଣି ପରି ନ ଥାଆନ୍ତି। କିଛି ମଣିଷ ଦୁନିଆ ଦେଖିବା ପୂର୍ବରୁ ଆରପାରିକୁ  ଚାଲି ଯାଇଥାଏ। ଆଉ କିଛି ଲୋକ  ୯୦ ବର୍ଷରେ ମଧ୍ୟ ନିଜ ପରିବାର ଲୋକଙ୍କ ସହ ଖୁସିରେ  ଜୀବନ ବିତାଇଥାଏ। ଏହି ଚକ୍ରବ୍ୟୁହକୁ  କିଏ ହେଲେ ପରିବର୍ତ୍ତନ କରି ପାରି ନଥାଏ। କେବଳ ମଣିଷ ନୁହେଁ ଭଗବାନଙ୍କୁ ମଧ୍ୟ ମୃତ୍ୟୁ ସ୍ପର୍ଶ କରିଛି। ନିଜ ସମୟ ସରିଲା ପରେ ଭଗବାନ ମଧ୍ୟ ଏହି ସଂସାର ତ୍ୟାଗ କରିଛନ୍ତି।

ଆମ ଶାସ୍ତ୍ର ଅନୁସାରେ ମୃତ୍ୟୁ ପରେ ମଣିଷର ପ୍ରାଣ ନେବାକୁ  ଯମରାଜ ଆସିଥାଆନ୍ତି। ତେଣୁ କୁହାଯାଏ ମଣିଷର ଯେତେବେଳେ ମୃତ୍ୟୁ ହେବାକୁ ଥାଏ ଏହାର କିଛି ଦିନ ପୂର୍ବରୁ ଯମରାଜ କିଛି ସଙ୍କେତ ଦେଇଥାନ୍ତି। ତୁମର ମୃତ୍ୟୁ ନିକଟତର ହେବାକୁ ଯାଉଛି। ସବୁ ମୋହ ମାୟା ତ୍ୟାଗ କର। ହେଲେ ଏହି ମଣିଷ ସଙ୍କେତକୁ ଗୁରୁତ୍ୱ ନ ଦେଇ ଆରପାରିକୁ ଚାଲିଯାଇଥାଏ। ଆଜି ଆସନ୍ତୁ ଜାଣିବା ମୃତ୍ୟୁର ଏପରି କିଛି ସଙ୍କେତ  ସମ୍ପର୍କରେ।

 

୧- ଯଦି କୌଣସି ମଣିଷର ମୁଣ୍ଡ ଉପରେ ଚିଲ କିମ୍ୱା କାଉ ପରି ପକ୍ଷୀ ବସିଗଲେ  ତେବେ ତାଙ୍କର ୧ ମାସ ମଧ୍ୟରେ ମୃତ୍ୟୁ ହୋଇଥାଏ। ତେଣୁ ଲୋକେ ଏହି ସମୟସୀମା ମଧ୍ୟରେ ଦାନ ଧର୍ମ କରିଥାଏ।

୨- ପିତ, କଫ ଓ ବାୟୁ ନାକ ଦ୍ୱାରା ପ୍ରବାହିତ ହୁଏ ତେବେ ଜାଣିବା ଦରକାର ସେହି ବ୍ୟକ୍ତି ପାଖରେ ସମୟ ବହୁତ କମ୍ ଅଛି।  ୧୦ରୁ ୧୫ ଦିନ ମଧ୍ୟରେ ତାର ମୃତ୍ୟୁ ଘଟିବ।

୩- ଚାଲିବା ସମୟରେ ଆପଣଙ୍କ ପ୍ରତିଛବି ମଧ୍ୟ ରହିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ  ଯଦି ଆପଣଙ୍କ ପ୍ରତିଛବି ପାଣି, ତେଲ, ଘିଅ ଓ କାଚରେ ଦେଖାଯାଇ ନଥାଏ ତେବେ ଜାଣିବା ଦରକାର ଆପଣ ୬ ମାସ ମଧ୍ୟରେ ସବୁ ଦିନ ପାଇଁ ସଂସାରକୁ ଛାଡି ଚାଲିଯିବେ।

୪-ଯେଉଁ ବ୍ୟକ୍ତିକୁ ସୂର୍ଯ୍ୟ ଓ ଚଦ୍ର କଳା ଦେଖାଯାଇଥାଏ କିମ୍ୱା ସବୁ ଦିଗ ଘୁରିଲା ପରି ଲାଗିଥାଏ ତେବେ ଏହାର ଅର୍ଥ ହେଉଛି ୪ରୁ ୫ ମାସ ମଧ୍ୟରେ ଏହି ବ୍ୟକ୍ତିର ମୃତ୍ୟୁ ଘଟିବ।

 

Related story