ଏହି ୪ଟି ନିୟମ ପାଳିଲେ ମିଳିପାରେ ଯମଦଣ୍ଡରୁ ମୁକ୍ତି

ଆମେ ଛୋଟବେଳୁ ଗୁରୁ ଗୁରୁଜନମାନେ କହୁଥିବା ଶୁଣି ଆସିଛୁ ଯେ, ଧରାପୃଷ୍ଠରେ ଭଲ କାମ କଲେ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ, ଖରାପ କାମ କଲେ ନର୍କ ପ୍ରାପ୍ତି ହୋଇଥାଏ। ଆହୁରି ମଧ୍ୟ କୁହାଯାଏ, ଯେଉଁମାନେ ଧରାପୃଷ୍ଠରେ ଭଲ କାମ କରିଥାନ୍ତି ମୃତ୍ୟୁର ଦେବତା ଯମରାଜ ତାଙ୍କୁ ପୁରସ୍କାର ଦେଇଥାନ୍ତି ଓ ଖରାପ କାମ କଲେ ତାଙ୍କୁ ଦଣ୍ଡ ଦେଇଥାନ୍ତି। ଏହି କଥା କେତେ ଦୂର ସତ କେତେ ମିଛ ଆମକୁ ଠିକ୍‌ ଭାବରେ ଜଣାନାହିଁ। […]

Jama-1

Rakesh Mallick
  • Published: Thursday, 08 February 2018
  • , Updated: 08 February 2018, 07:36 PM IST

ଆମେ ଛୋଟବେଳୁ ଗୁରୁ ଗୁରୁଜନମାନେ କହୁଥିବା ଶୁଣି ଆସିଛୁ ଯେ, ଧରାପୃଷ୍ଠରେ ଭଲ କାମ କଲେ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ, ଖରାପ କାମ କଲେ ନର୍କ ପ୍ରାପ୍ତି ହୋଇଥାଏ। ଆହୁରି ମଧ୍ୟ କୁହାଯାଏ, ଯେଉଁମାନେ ଧରାପୃଷ୍ଠରେ ଭଲ କାମ କରିଥାନ୍ତି ମୃତ୍ୟୁର ଦେବତା ଯମରାଜ ତାଙ୍କୁ ପୁରସ୍କାର ଦେଇଥାନ୍ତି ଓ ଖରାପ କାମ କଲେ ତାଙ୍କୁ ଦଣ୍ଡ ଦେଇଥାନ୍ତି। ଏହି କଥା କେତେ ଦୂର ସତ କେତେ ମିଛ ଆମକୁ ଠିକ୍‌ ଭାବରେ ଜଣାନାହିଁ। କିନ୍ତୁ ବିଭିନ୍ନ ଧର୍ମଶାସ୍ତ୍ରରେ ଏ ସଂପର୍କରେ ଭିନ୍ନ ଭିନ୍ନ କଥା କୁହାଯାଇଛି। ଜଣେ ବ୍ୟକ୍ତି ତା’ର ଜୀବନକାଳରେ ଜାଣତରେ ହେଉ ବା ଅଜଣାତରେ କିଛି ନା କିଛି ଭୁଲ କାମ କରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ମୃତ୍ୟୁ ସମୟରେ ୪ଟି ଉପାୟ ଅବଲମ୍ବନ କଲେ ଯମରାଜଙ୍କ ଦଣ୍ଡରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ...

ତୁଳସୀ- ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ସମୟରେ ମୁଣ୍ଡ ପାଖରେ ତୁଳସୀ ଗଛ ରଖାଯାଏ, ତାହାହେଲେ  ମୃତ୍ୟୁ ପରେ ବ୍ୟକ୍ତିର ଆତ୍ମା ଯମଦଣ୍ଡରୁ ମୁକ୍ତି ପାଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ସେହିପରି ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ତୁଳସୀ ପତ୍ରକୁ ମୁଣ୍ଡ ଉପରେ ରଖିଲେ ବହୁତ ଲାଭ ମଧ୍ୟ ମିଳିଥାଏ।

ଗଙ୍ଗାଜଳ- ଗଙ୍ଗାଜଳ ପିଇଲେ ଶରୀର ପବ୍ରିତ ହୋଇଥାଏ ବୋଲି ଆମେ ଜାଣିଛେ। ବ୍ୟକ୍ତିର ଶେଷ ସମୟରେ ଗଙ୍ଗାଜଳ ଦିଆଯିବାର ଶାସ୍ତ୍ରରେ ବିଧାନ ରହିଛି। ମୃତ୍ୟୁ ସମୟରେ ବ୍ୟକ୍ତିକୁ ଗଙ୍ଗାଜଳ ଦେଲେ ଯମଦଣ୍ଡରୁ ମୁକ୍ତି ମିଳିଥାଏ। ଏହି କାରଣରୁ ମଣିଷର ଶେଷ ସମୟ ପାଖେଇ ଆସିଲେ ତୁଳସୀ ପତ୍ର ଓ ଗଙ୍ଗା ଜଳ ବ୍ୟକ୍ତିକୁ ଦିଆଯାଇଥାଏ।

ଶ୍ରୀମଦ ଭାଗବତ ପାଠ- ମଣିଷର ଶେଷ ସମୟରେ ଶ୍ରୀମଦ ଭାଗବତ ବା ଧର୍ମଗ୍ରନ୍ଥ ପାଠ କଲେ ସବୁ ସାଂସାରିକ ଦୁଃଖ ଓ ମୋୟମାୟାରୁ ମୁକ୍ତି ମିଳିଥାଏ। ମୃତ୍ୟୁ ସମୟରେ ଭାଗବତ ପାଠକଲେ  ଯମଦଣ୍ଡର ମୁକ୍ତି ମିଳିଥାଏ ଓ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଭଲ ଚିନ୍ତାଧାରା- ମଣିଷର ଶେଷ ସମୟରେ ତାଙ୍କ ନିକଟରେ ଥିବା ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କର ଚିନ୍ତାଧାରା ଭଲ  ହେବା ଦରକାର। ବ୍ୟକ୍ତିଟି ମରିବା ପୂର୍ବରୁ ତା’ ମନରେ ବି କୌଣସି ପ୍ରକାର ରାଗ ହିଂସା ରଖିବା ଉଚିତ ନୁହେଁ। ଯଦି ବ୍ୟକ୍ତିଟି ମୃତ୍ୟୁ ସମୟରେ  ମନରେ କ୍ରୋଧ ଓ ହିଂସା ମନରେ ରଖିଥାଏ, ତେବେ ତା’ର ଆତ୍ମାକୁ ମୁକ୍ତି ମିଳି ନଥାଏ, ଆତ୍ମା ଚାରିଆଡ଼େ ଘୁରି ବୁଲି ଥାଏ ଓ ନର୍କ ପ୍ରାପ୍ତି ହୋଇଥାଏ।

 

 

 

Related story