ତୃତୀୟ ପର୍ଯ୍ୟାୟ ନିର୍ବାଚନ: ବିଜେଡି ୮୮ ଓ ବିଜେପିକୁ ୬୨ଟି ଆସନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଛି। କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ବିଜେପି କମାଲ ଦେଖାଇଥିବା ବେଳେ ଉପକୂଳ ଓଡ଼ିଶାରେ ଧସେଇ ପଶିଛି। ଆଜି ମତଦାନ ହୋଇଥିବା ୧୭୫ଟି ଜୋନରୁ ୧୭୧ଟିର ଫଳାଫଳ ଜଣାପଡ଼ିଛି। ସେଥିରୁ ବିଜେଡି ୮୮ଟି, ବିଜେପି ୬୨ଟି, କଂଗ୍ରେସ ୧୬ଟି ଓ ଅନ୍ୟାନ୍ୟ ୫ଟି ଆସନ ଅକ୍ତିଆର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୮୮ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୧୦୫ଟିରେ ବିଜୟୀ ହୋଇଥିଲା। ସେହିପରି ବିଜେପି […]

state-election

Rakesh Mallick
  • Published: Friday, 17 February 2017
  • , Updated: 18 February 2017, 07:17 AM IST

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଛି। କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ବିଜେପି କମାଲ ଦେଖାଇଥିବା ବେଳେ ଉପକୂଳ ଓଡ଼ିଶାରେ ଧସେଇ ପଶିଛି। ଆଜି ମତଦାନ ହୋଇଥିବା ୧୭୫ଟି ଜୋନରୁ ୧୭୧ଟିର ଫଳାଫଳ ଜଣାପଡ଼ିଛି। ସେଥିରୁ ବିଜେଡି ୮୮ଟି, ବିଜେପି ୬୨ଟି, କଂଗ୍ରେସ ୧୬ଟି ଓ ଅନ୍ୟାନ୍ୟ ୫ଟି ଆସନ ଅକ୍ତିଆର କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୮୮ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୧୦୫ଟିରେ ବିଜୟୀ ହୋଇଥିଲା। ସେହିପରି ବିଜେପି ୬୬, କଂଗ୍ରେସ ୧୦ ଓ ଅନ୍ୟାନ୍ୟ ୩ଟି ଆସନ ଜିତିଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ୧୭୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଥିଲା। ସେଥିରୁ ବିଜେଡି ୯୭ଟି, ବିଜେପି ୫୬ଟି, କଂଗ୍ରେସ ୧୫ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ୪ଟି ଜୋନ ଅକ୍ତିଆର କରିଥିଲା।

ଏସବୁ ଅନୌପଚାରିକ ଫଳାଫଳ। ସବୁ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରିବେ।

Related story