ରାଞ୍ଚି: ସାଧାରଣତଃ ଭିକାରିମାନେ ବିଭିନ୍ନ ମନ୍ଦିର, ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡ୍ରେ ବସି ଭିକ ମାଗୁଥିବା ଦେଖିଥିବେ ନିଶ୍ଚୟ। ଆଉ ସେମାନଙ୍କୁ ଦେଖିଲେ ମନ ଭିତରେ ଦୟାଭାବ ଆସିଥାଏ। ଆମେ ତାକୁ ଟଙ୍କେ କି ଦୁଇ ଟଙ୍କା ଦେଇ ଚାଲି ଯାଉଥାଉ। ହେଲେ ଆଜି ଆମେ ଆପଣଙ୍କୁ ଏପରି ଜଣେ ଭିକାରି ସମ୍ପର୍କରେ କହିବୁ ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ।
ଝାଡ଼ଖଣ୍ଡର ଛେଟୁ ବରଇ। ବୟସ ୪୦ । ଭିକ ମାଗି ସେ ଗୋଟିଏ ବର୍ଷରେ ୪ ଲକ୍ଷ ଟଙ୍କା ରୋଜଗାର କରନ୍ତି । ନା ଦେବାକୁ ପଡ଼େ ଟ୍ୟାକ୍ସ ନା କଟେ ପିଏଫ। ପ୍ରତିମାସରେ ଛେଟୁ ୩୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ବ୍ୟବସାୟ ଏତିକିରେ ସମୀତ ନାହିଁ। ସେ ଏକ କମ୍ପାନୀର ପର୍ସନାଲ କ୍ୟାୟର ପ୍ରଡକ୍ଟ ମଧ୍ୟ ବିକ୍ରି କରନ୍ତି। ଏହାସହିତ ଲୋକଙ୍କୁ ଏହି କମ୍ପାନୀର ସଦସ୍ୟ ବି କରନ୍ତି। ଛେଟୁଙ୍କ ଘରେ ତିନୋଟି ପତ୍ନୀ ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ଭିକ ମାଗି ଛେଟୁଙ୍କୁ ଟଙ୍କା ପଇସା ଦେଇଥାଆନ୍ତି। ଛେଟୁ କହିଛନ୍ତି,“ ମୁଁ ପ୍ରତିଦିନ ଭିକ ମାଗି ୧୦୦୦-୧୨୦୦ ଟଙ୍କା ପାଇଥାଏ। ଯାହା ବର୍ଷକ ମଧ୍ୟରେ ୪ ଲକ୍ଷ ଟଙ୍କା ରୋଜଗାର ହୋଇଥାଏ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।