ନିଦରେ ଆସୁଛିକି ଖରାପ ସ୍ୱପ୍ନ? ତେବେ ଶୋଇବା ପୂର୍ବରୁ ଜପନ୍ତୁ ଏହି ମନ୍ତ୍ର

କିଛି ଲୋକଙ୍କୁ ସାଧାରଣତଃ ନିଦରେ ଖରାପ ସ୍ୱପ୍ନ ଆସିଥାଏ। ଯାହାଫଳରେ ରାତିରେ ସେମାନଙ୍କର ନିଦ ବାରମ୍ବାର ଭାଙ୍ଗିଥାଏ। ଏହା ମୁଖ୍ୟତଃ କୌଣସି ଗ୍ରହ ଦୋଷ କିମ୍ବା ନକାରାତ୍ମକ ଚିନ୍ତା ଦ୍ୱାରା ହୋଇଥାଏ। ଯଦି ଏହି ସମସ୍ୟା କାହା ସହ ଲାଗି ରହିଥାଏ ତାହେଲ ଏହାର ପ୍ରଭାବ ମାନସିକ ସ୍ତରରେ ପଡିଥାଏ। ଜୋତିର୍ବିତ୍ ମନିଷ ଶର୍ମାଙ୍କ ମତରେ ଯଦି ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କର ଏକ ମନ୍ତ୍ରକୁ ଜପ କରାଯାଏ ତାହେଲେ ଏହି ସମସ୍ୟାଟି ଦୂର ହୋଇଯାଇଥାଏ। ଏହି […]

Hanuman

Hanuman

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 05:03 PM IST

Sports

Latest News

କିଛି ଲୋକଙ୍କୁ ସାଧାରଣତଃ ନିଦରେ ଖରାପ ସ୍ୱପ୍ନ ଆସିଥାଏ। ଯାହାଫଳରେ ରାତିରେ ସେମାନଙ୍କର ନିଦ ବାରମ୍ବାର ଭାଙ୍ଗିଥାଏ। ଏହା ମୁଖ୍ୟତଃ କୌଣସି ଗ୍ରହ ଦୋଷ କିମ୍ବା ନକାରାତ୍ମକ ଚିନ୍ତା ଦ୍ୱାରା ହୋଇଥାଏ। ଯଦି ଏହି ସମସ୍ୟା କାହା ସହ ଲାଗି ରହିଥାଏ ତାହେଲ ଏହାର ପ୍ରଭାବ ମାନସିକ ସ୍ତରରେ ପଡିଥାଏ।

ଜୋତିର୍ବିତ୍ ମନିଷ ଶର୍ମାଙ୍କ ମତରେ ଯଦି ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କର ଏକ ମନ୍ତ୍ରକୁ ଜପ କରାଯାଏ ତାହେଲେ ଏହି ସମସ୍ୟାଟି ଦୂର ହୋଇଯାଇଥାଏ। ଏହି ମନ୍ତ୍ରର ପ୍ରଭାବରେ ଗ୍ରହ ଦୋଷ ଏବଂ ଦୁଶ୍ଚିନ୍ତା କଟିଯାଏ ବୋଲି ବିଶ୍ୱାସ କରାଯାଏ।

ହନୁମାନଙ୍କର ଏହା କେଉଁ ମନ୍ତ୍ର ଏବଂ କେମିତି ଜପିବେ ଜାଣନ୍ତୁ

ମନ୍ତ୍ର: ‘ଓମ୍ ହନୁମନ୍ତେ ନମଃ’

hanumanଏମିତି ଜପନ୍ତୁ ହନୁମାନଙ୍କର ଏହି ମନ୍ତ୍ର

୧- ରାତିରେ ଶୋଇବା ପୂର୍ବରୁ ଗୋଡ ହାତ ଧୋଇ ଶାନ୍ତ ମନରେ ଆସନରେ ବସନ୍ତୁ।

୨- ଏହା ପରେ ଏହି ମନ୍ତ୍ରକୁ ୧୦୮ ଥର ମନେ ମନେ ଜପନ୍ତୁ।

୩- ଜପି ସାରିବା ପରେ ନିଜ ବିଛଣାରେ ଯାଇ ଶୋଇ ଯାଆନ୍ତୁ ଏବଂ ମନକୁ କୌଣସି କଥା ଆସିବାକୁ ଦିଅନ୍ତୁ ନାହିଁ।

୪- ଯଦି ଆପଣଙ୍କ ମନରେ ଦୁଶ୍ଚିନ୍ତା ଆସୁଛି, ତା’ହେଲେ ଏହି ସମସ୍ୟାଟି ଦୂର ହେବା ପାଇଁ କିଛି ସମୟ ଲାଗିପାରେ।

୫- ଏହି କଥାକୁ ଧ୍ୟାନ ଦେଲେ ଆପଣଙ୍କ ନିଦରେ ଆଉ ଖରାପ ସ୍ୱପ୍ନ ଆସିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos