ପିଲାଙ୍କ ଉପରେ ଅଧିକ ନଜର ରଖୁଛନ୍ତି କି? ସାବଧାନ! ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ମାତାପିତା ଚାହାଁନ୍ତି ସେମାନଙ୍କ ପୁଅଝିଅ ବଡ଼ ହୋଇ ଭଲ ମଣିଷ ହେଉ, ଭଲ ଚାକିରି କରୁ ଓ ପ୍ରତିଷ୍ଠା ଅର୍ଜନ କରୁ। ଏଥିପାଇଁ ପିଲାଟି ଦିନରୁ ସେମାନଙ୍କ ଯତ୍ନ କିପରି ଠିକ୍‌ ଭାବେ ନେଇ ହେବ ସେନେଇ ସଚେତନ ରହିଥାନ୍ତି। ଏହା ଭଲ କଥା। ବାପାମାଆ, ପରିବାର ଓ ଗୁରୁଜନଙ୍କ ନଜରରେ ପିଲା ରହିଲେ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ଭଲ ଭାବେ ହୋଇଥାଏ। ହେଲେ ଏହାର ଅର୍ଥ ନୁହେଁ, […]

child

child

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 09:00 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ମାତାପିତା ଚାହାଁନ୍ତି ସେମାନଙ୍କ ପୁଅଝିଅ ବଡ଼ ହୋଇ ଭଲ ମଣିଷ ହେଉ, ଭଲ ଚାକିରି କରୁ ଓ ପ୍ରତିଷ୍ଠା ଅର୍ଜନ କରୁ। ଏଥିପାଇଁ ପିଲାଟି ଦିନରୁ ସେମାନଙ୍କ ଯତ୍ନ କିପରି ଠିକ୍‌ ଭାବେ ନେଇ ହେବ ସେନେଇ ସଚେତନ ରହିଥାନ୍ତି। ଏହା ଭଲ କଥା। ବାପାମାଆ, ପରିବାର ଓ ଗୁରୁଜନଙ୍କ ନଜରରେ ପିଲା ରହିଲେ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ଭଲ ଭାବେ ହୋଇଥାଏ। ହେଲେ ଏହାର ଅର୍ଥ ନୁହେଁ, ପିଲା ଉପରେ ଆବଶ୍ୟକତା ଠାରୁ ଅଧିକ ନଜର ରଖିବା।  କିଛି ବାପାମାଆ ଅଛନ୍ତି, ଯେଉଁମାନେ ପିଲାର ଯତ୍ନ ନେବା ଆଳରେ ସେମାନଙ୍କ ଉପରେ ଆବଶ୍ୟକତାଠାରୁ ଅଧିକ ନଜର ରଖିଥାନ୍ତି, ଯାହା ପିଲାଙ୍କ ଭବିଷ୍ୟତ ପାଇଁ ବହୁତ କ୍ଷତିକାରକ ହୋଇଥାଏ।

ଏକ ସର୍ଭେରୁ ଜଣାପଡିଛି, ଯେଉଁ ପିଲାଙ୍କ ଉପରେ ବାପାମାଆ ଅଧିକ ନଜର ରଖନ୍ତି, ସେମାନେ ନିଜେ କୌଣସି ନିଷ୍ପତ୍ତି ନେଇପାରିନ୍ତି ନାହିଁ। ପ୍ରତିଟି କଥାରେ ସେମାନଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏହା ସେମାନଙ୍କ ସ୍ୱଭାବ, ଭାବନା ଓ ମସ୍ତିଷ୍କ ପରେ ବହୁତ ଖରାପ ପ୍ରଭାବ ପକାଇଥାଏ।

ଏହି ସର୍ଭେ ରିପୋର୍ଟରେ କୁହାଯାଇଛି, ଯେଉଁମାନେ ନିଜ ପିଲାର ସମସ୍ୟା, ପାଠପଢ଼ା ଓ ଭାବନା ଉପରେ ଆବଶ୍ୟକତାଠାରୁ ଅଧିକ ନଜର ରଖିଥାନ୍ତି ବା ହସ୍ତକ୍ଷେପ କରନ୍ତି, ସେମାନଙ୍କ ପିଲା କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ। କିନ୍ତୁ ଏପରି ପିଲା ଶୀଘ୍ର କାହା ସହ ମିଶିପାରି ନଥାନ୍ତି। ଏମାନେ ଅନ୍ୟମାନଙ୍କ ସହ ସାଙ୍ଗ ମଧ୍ୟ ହୋଇପାରନ୍ତି ନାହିଁ। ସବୁ କାମ ପାଇଁ ଏମାନେ ଅନ୍ୟ ଉପରେ ନିର୍ଭର କରନ୍ତି।

ରିପୋର୍ଟରେ କୁହାଯାଇଛି, ସମସ୍ତଙ୍କୁ ନିଜ ଭାବନା ଓ ସ୍ୱଭାବକୁ ନିୟନ୍ତ୍ରଣ କରିବା ଶିଖିବା ନିହାତି ଜରୁରୀ। ପ୍ରତିଟି ପିଲା ଏହା ଜାଣିବା ଦରକାର। ହେଲେ ପ୍ରୋଟେକ୍ଟିଭ ଅଭିଭାବକଙ୍କ ପିଲାଙ୍କଠାରେ ଏହା ନଥାଏ ଓ ସେମାନେ ସବୁ ବେଳେ ଅନ୍ୟ ଉପରେ ନିର୍ଭର କରିଥାନ୍ତି।

ଏହି ସର୍ଭେରେ ଆଫ୍ରିକା ଓ ଆମେରିକାର ୪୨୨ ଜଣ ପିଲାଙ୍କୁ ସାମିଲ କରାଯାଇଥିଲା। ସେମାନେ ଭିନ୍ନ ଭିନ୍ନ ଆର୍ଥିକ ବର୍ଗରୁ ଆସିଥିଲେ।

ପିଲାଙ୍କ ଉପରେ ନଜର ରଖିବା ଓ ଭଲମନ୍ଦ ଜଣାଇବା କିଛି ଖରାପ କଥା ନୁହେଁ। ହେଲେ ଅତ୍ୟଧିକ ନଜର ରଖି ପିଲାଙ୍କ ସ୍ୱାଧୀନତା ଛଡାଇ ନେବା ବି ଆଦୌ ଭଲ ନୁହେଁ। ପିଲା କେଉଁଠି ଭୁଲ୍ କରୁଛି, ତାହା ଜଣାଇ ଦିଅନ୍ତୁ। ଆଉ ଭୁଲ୍ ନକରିବା ପାଇଁ କୁହନ୍ତୁ। ସଚେତନ କରାଇବା ଦ୍ୱାରା ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ଭଲ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos