ପତ୍ନୀଙ୍କ ପାଦରେ କଣ୍ଟା ଫୁଟିଯିବ ବୋଲି ପାହାଡ଼ରେ ୬ ହଜାର ପାହାଚ ତିଆରି କଲେ ସ୍ୱାମୀ

ବେଞ୍ଜିଂ: ବିହାରର ଦଶରଥ ମାଝିଙ୍କ କଥା ଆମେ ସମସ୍ତେ ଜାଣିଥିବା ନିଶ୍ଚୟ। ସ୍ତ୍ରୀକୁ ଡାକ୍ତରଖାନା ନେବା ବେଳେ ବିଶାଳ ପାହାଡ଼ ବାଟ ଓଗାଳିବାରୁ ଦଶରଥ ଏକାକୀ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ଠିକ୍‌ ଏମିତି ଜଣେ ପ୍ରେମୀକ ହେଉଛନ୍ତି ଲିଉ ଗୁଓ ଜିୟାଦ୍‌। ପତ୍ନୀଙ୍କ ପାଇଁ ଲୁହା ଭଳି ପାହାଡ଼କୁ ବିଦାରି ତିଆରି କିରିଥିଲେ ପାହାଚ। ଶହେ କି ଦୁଇଶହଟି ନୁହେଁ, ପାହାଡ଼ ଉପରେ ତିଆରି କରିଥିଲେ ୬ ହଜାର ପାହାଚ। ଏକ ଭିନ୍ନ ଧରଣର […]

benjing

Rakesh Mallick
  • Published: Tuesday, 23 January 2018
  • , Updated: 23 January 2018, 08:28 PM IST

ବେଞ୍ଜିଂ: ବିହାରର ଦଶରଥ ମାଝିଙ୍କ କଥା ଆମେ ସମସ୍ତେ ଜାଣିଥିବା ନିଶ୍ଚୟ। ସ୍ତ୍ରୀକୁ ଡାକ୍ତରଖାନା ନେବା ବେଳେ ବିଶାଳ ପାହାଡ଼ ବାଟ ଓଗାଳିବାରୁ ଦଶରଥ ଏକାକୀ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ଠିକ୍‌ ଏମିତି ଜଣେ ପ୍ରେମୀକ ହେଉଛନ୍ତି ଲିଉ ଗୁଓ ଜିୟାଦ୍‌। ପତ୍ନୀଙ୍କ ପାଇଁ ଲୁହା ଭଳି ପାହାଡ଼କୁ ବିଦାରି ତିଆରି କିରିଥିଲେ ପାହାଚ। ଶହେ କି ଦୁଇଶହଟି ନୁହେଁ, ପାହାଡ଼ ଉପରେ ତିଆରି କରିଥିଲେ ୬ ହଜାର ପାହାଚ। ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଏହି ବିଶେଷ ରିପୋର୍ଟ।

୧୯୫୬ ମସିହାରେ ଜୁ ଚାଓକିଂ ନାମକ ଜଣେ ମହିଳା ସ୍ୱାମୀଙ୍କୁ ହରାଇ ୪ ଜଣ ପିଲାଙ୍କ ସହ ଅତି ଦୟନୀୟ ଭାବେ ଦିନ କାଟୁଥିଲେ। ଜୁଙ୍କ ଠାରୁ ୧୦ ବର୍ଷ ସାନ ସେହି ଗାଁର ଲିଉ ଗୁଓ ଜିୟାଦ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ୪ ପିଲାଙ୍କର ପୂରା ଯତ୍ନ ନେଉଥିଲେ। କିନ୍ତୁ ଦୁଇ ଜଣଙ୍କର ସମ୍ପର୍କକୁ ଗାଁ ଲୋକେ ସ୍ୱୀକାର କରିପାରୁ ନଥିଲେ। ଜଣେ ବିଧବା ସହିତ ଘର ସଂସାର କରିବାକୁ ଗାଁ ଲୋକେ ଘୋର ବିରୋଧ କରି ଟୁପୁର ଟାପୁର ହେଉଥିଲେ। ଏହା ଦେଖି ଜୁ ଏବଂ ଲିଉ ଗାଁ ଛାଡ଼ି ଏକ ପାହାଡ଼ ଗୁଁମ୍ଫାରେ ରହିବାକୁ ଲାଗିଲେ। ସେଠାରେ କିଛି ସୁବିଧା ଥାଉ କି ନଥାଉ ଦୁହେଁ ଦୁହିଁଙ୍କୁ ଭଲ ପାଇ ଜୀବନ କାଟୁଥିଲେ।

ଆବଶ୍ୟକ ବେଳେ ଜୁଙ୍କୁ ଆବୁଡ଼ା ଖାବୁଡ଼ା ପାହାଡ଼ ଚଢ଼ିବାକୁ ଅସୁବିଧା ହେଉଥିଲା। ଏହା ଦେଖି ଲିଉ ଧୀରେ ଧୀରେ ପାହାଡ଼ ଖୋଳି ପାହାଚ ତିଆରି କରିବାକୁ ଲାଗିଲେ। ଧୀରେ ଧୀରେ ଲିଉ ପାହାଡ଼ରେ ୬୦୦୦ ପାହାଚ ତିଆରି କରିଦେଇଥିଲେ। ଜୀବିତ ଥିବା ପର୍ଯ୍ୟନ୍ତ ଲିଉ ପତ୍ନୀଙ୍କ ପାଇଁ ପାହାଚ ଖୋଳି ଚାଲିଥିଲେ। ଲିଉ ୭୨ ବର୍ଷରେ ୨୦୦୭ରେ ପତ୍ନୀ କୋଳରେ ଅଖି ବୁଜିଥିଲେ। ପତ୍ନୀ ଜୁ ମଧ୍ୟ ୨୦୧୨ ମସିହାରେ ଦୁନିଆକୁ ସବୁଦିନ ପାଇଁ ବିଦାୟ କହିଥିଲେ।

ପ୍ରଥମେ ଏହି କାହାଣୀ କାହାରିକୁ ଜଣା ନଥିଲା। ୨୦୦୧ରେ ଏକ ରିସର୍ଚ ଦଳ ଦୁଇ ଜଣଙ୍କ ସଂସ୍ପର୍ଶରେ ଆସିବାରୁ ଏହା ଦୁନିଆକୁ ଆସିଲା।

Related story