୬୬ ବର୍ଷରେ ଏମିତି ବଡି, ଦେଖିଲେ ଆପଣ ବି ଲାଜେଇ ଯିବେ

ରାୟଗଡ଼: ଆଜିକାଲି ବଡିବିଲ୍ଡିଂର ଫ୍ୟାସନ୍‌ ଚାଲିଛି। ଯୁବଗୋଷ୍ଠୀ ନିଜକୁ ଫିଟ୍‌ ରଖିବାକୁ ଜିମ୍‌ ଯାଇ ଝାଳବୁହା ପରିଶ୍ରମ କରୁଛନ୍ତି। କିଛି ଯୁବକ ତ ବଡ଼ି ବିଲ୍ଡିଂ କରିବାକୁ ସପ୍ଲିମେଣ୍ଟ ନେବା ସହ ଷ୍ଟେରୋଏଡ୍‌ ନେଉଛନ୍ତି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ଯାହାଙ୍କୁ ୬୬ ବର୍ଷ ହୋଇଗଲାଣି। ଯଦି ସେ ନିଜ ସାର୍ଟ ଖୋଲିଦେବେ ତେବେ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ ବୁହାଉଥିବା ଯୁବକଙ୍କ କଥା ଛାଡନ୍ତୁ ନିଜେ ସଲମାନ ଖାନ୍‌ […]

pramlal

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 02:01 PM IST

ରାୟଗଡ଼: ଆଜିକାଲି ବଡିବିଲ୍ଡିଂର ଫ୍ୟାସନ୍‌ ଚାଲିଛି। ଯୁବଗୋଷ୍ଠୀ ନିଜକୁ ଫିଟ୍‌ ରଖିବାକୁ ଜିମ୍‌ ଯାଇ ଝାଳବୁହା ପରିଶ୍ରମ କରୁଛନ୍ତି। କିଛି ଯୁବକ ତ ବଡ଼ି ବିଲ୍ଡିଂ କରିବାକୁ ସପ୍ଲିମେଣ୍ଟ ନେବା ସହ ଷ୍ଟେରୋଏଡ୍‌ ନେଉଛନ୍ତି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ଯାହାଙ୍କୁ ୬୬ ବର୍ଷ ହୋଇଗଲାଣି। ଯଦି ସେ ନିଜ ସାର୍ଟ ଖୋଲିଦେବେ ତେବେ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ ବୁହାଉଥିବା ଯୁବକଙ୍କ କଥା ଛାଡନ୍ତୁ ନିଜେ ସଲମାନ ଖାନ୍‌ ବି ଲାଜେଇ ଯିବେ। ଆସନ୍ତୁ ଜାଣିବା ଏହି ଷ୍ଟ୍ରଙ୍ଗ ଆଣ୍ଡ ଆକ୍ଟିଭ ବ୍ୟକ୍ତିଙ୍କ ବିଷୟରେ।

୬୬ ବର୍ଷର ଏହି ବ୍ୟକ୍ତି ଜଣଙ୍କ ହେଲେ ଝାରଖଣ୍ଡ ରାୟଗଡ଼ର ପ୍ରେମଲାଲ ନିଷାଦ। ପେସାରେ ପ୍ରେମଲାଲ ଜଣେ ଦିନ ମଜୁରିଆ। ପ୍ରେମଲାଲ ନା କିଛି ଡାଏଟ୍‌ କରନ୍ତି ନା ପ୍ରତିଦିନ ଦୁଧ ଓ ଅଣ୍ଡା ଖାଇଥାନ୍ତି। ଯେତେବେଳେ ଯାହା ମିଳିଲା ଖାଇଥାନ୍ତି। ସେମିତିରେ ବି ପ୍ରତିଦିନ ଅଣ୍ଡା ଓ ଦୁଧ ଖାଇବା ପାଇଁ ତାଙ୍କ ପକେଟ୍‌ରେ ଅର୍ଥ ନାହିଁ।

ପ୍ରେମଲାଲ କୁହନ୍ତି, ୫୧ ବର୍ଷ ପୂର୍ବେ ଧର୍ମେନ୍ଦ୍ରଙ୍କ ଫିଲ୍ମ ‘ଫୁଲ୍‌ ଓର ପଥର’ ରିଲିଜ ହେବା ପରେ ତାଙ୍କର ମଧ୍ୟ ବଡି ବିଲ୍ଡିଂ କରିବାକୁ ଇଚ୍ଛା ହୋଇଥିଲା। ଯେଉଁ ଇଚ୍ଛାଶକ୍ତି ୫୧ ବର୍ଷ ପରେ ବି ଆଜି ପୂର୍ବପରି ରହିଛି।

ସକାଳ ୪ଟାରୁ ଉଠିଥାନ୍ତି ପ୍ରେମଲାଲ। ନିଜ ପାଇଁ କାମ ଜୋଗାଡରେ ବାହାରି ଯାଇଥାନ୍ତି। ରାତି ୯ଟା ସୁଦ୍ଧା ଶୋଇ ଯାଇଥାନ୍ତି। ଏହା ମଧ୍ୟରେ କାମ ସହ ଜିମ୍‌ ଯାଇ କଠିନ ପରିଶ୍ରମ କରିଥାନ୍ତି।

Related story