ଏମିତି ଗାଁ, ଯେଉଁଠି ଭାଉଜ ସହ ରାତି ବିତାଇବାକୁ ରହିଛି ନିୟମ

ଜୟପୁର: ଦୁନିଆ ବଦଳୁଛି। ତା ସହ ବଦଳୁଛି ଚଳଣି। ଆଧୁନିକତା ସହ ତାଳ ମିଳେଇ ଆମ ଚିନ୍ତାଧାରା ଦିନକୁ ଦିନ ମାର୍ଜିତ ହେଉଛି ବୋଲି ଆମେ ଦାବି କରୁଛେ। କିନ୍ତୁ କିଛି ଏମିତି ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଆମ ସମାଜ ଏବେବି ଜାବୁଡ଼ି ଧରି ରହିଛି ଯାହା ସମ୍ପର୍କରେ କହିବାକୁ ବି ଲାଜ ମାଡୁଛି। ଯେଉଁ ଦେଶରେ ନାରୀକୁ ସର୍ବପୂଜ୍ୟ ଭାବେ ସମ୍ମାନ ପ୍ରଦାନ କରାଯାଇଛି ସେହି ଦେଶରେ ଏମିତି କିଛି ପରମ୍ପରା ଅଛି ଯାହା ଶୁଣିଲେ […]

Woman

Woman

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 08:55 AM IST

Sports

Latest News

ଜୟପୁର: ଦୁନିଆ ବଦଳୁଛି। ତା ସହ ବଦଳୁଛି ଚଳଣି। ଆଧୁନିକତା ସହ ତାଳ ମିଳେଇ ଆମ ଚିନ୍ତାଧାରା ଦିନକୁ ଦିନ ମାର୍ଜିତ ହେଉଛି ବୋଲି ଆମେ ଦାବି କରୁଛେ। କିନ୍ତୁ କିଛି ଏମିତି ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଆମ ସମାଜ ଏବେବି ଜାବୁଡ଼ି ଧରି ରହିଛି ଯାହା ସମ୍ପର୍କରେ କହିବାକୁ ବି ଲାଜ ମାଡୁଛି। ଯେଉଁ ଦେଶରେ ନାରୀକୁ ସର୍ବପୂଜ୍ୟ ଭାବେ ସମ୍ମାନ ପ୍ରଦାନ କରାଯାଇଛି ସେହି ଦେଶରେ ଏମିତି କିଛି ପରମ୍ପରା ଅଛି ଯାହା ଶୁଣିଲେ ମୁଣ୍ଡ ନଇଁଯିବ।

ରାଜସ୍ଥାନର ଏମିତି ଗୋଟିଏ ଗାଁର କଥା ଆମେ ଏଠି କହିବାକୁ ଯାଉଛୁ, ଯେଉଁଠି ବଡ଼ଭାଇର ପତ୍ନୀଙ୍କୁ ସାନଭାଇମାନେ ଉପଭୋଗ କରନ୍ତି। ପୁଣି ଲୁଚାଛପା ନୁହେଁ, ପରିବାରର ସହମିତିରେ ହୋଇଥାଏ ଏଭଳି କୁତ୍ସିତ କାର୍ଯ୍ୟ। ଏମିତିକି ଯଦି ସମ୍ପୃକ୍ତା ମହିଳା ଏଥିରେ ଅରାଜି ହୁଅନ୍ତି ତାଙ୍କ ଅବସ୍ଥା ସାଂଘାତିକ ହୋଇଥାଏ। ଆଉ ଏଭଳି ହେବା ପଛର କାରଣ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ।

ଏହି ରାଜ୍ୟର ଅଲୱାର ଜିଲାର ମନଖେରା ଗାଁ। କାହିଁ କେଉଁ ଅମଳରୁ ଗ୍ରାମରେ ଏହି କୁତ୍ସିତ ପ୍ରଥାଟି ପରମ୍ପରା ନାଁରେ ଚାଲି ଆସୁଛି। ପୂର୍ବଜଙ୍କ ନିର୍ଦ୍ଧାରିତ ନିୟମ କହି ଏହାକୁ ଅନୁସରଣ କରୁଛନ୍ତି ଗ୍ରାମବାସୀ। ଘରର ବଡ଼ ପୁଅ ଯାହାକୁ ବାହା ହୋଇ ଘରକୁ ଆଣିଥାଏ, ତା ଉପରେ ଖାଲି ତାଙ୍କର ନୁହେଁ ବରଂ ତାଙ୍କ ଭାଇମାନଙ୍କର ମଧ୍ୟ ଅଧିକାର ଥାଏ। ଯିଏ ଯେତେବେଳେ ପାଇଲା ତାଙ୍କ ସହ ଯୌନ ସମ୍ପର୍କ ରଖିପାରିବ। ଏମିତିକି ମହିଳାଙ୍କ ଇଚ୍ଛାକୁ ମଧ୍ୟ ଆଦୌ ଗୁରୁତ୍ୱ ଦିଆଯାଇ ନ ଥାଏ।

ନିଜ ସ୍ୱାମୀଙ୍କ ଚାଷ ଜମିକୁ ସୁରକ୍ଷିତ ରଖିବା ପାଇଁ ପତ୍ନୀଙ୍କୁ ନିଜ ଦିଅରମାନଙ୍କ ସହ ରାତି ବିତାଇବାକୁ ପଡ଼େ ବୋଲି କୁହନ୍ତି ଅଞ୍ଚଳବାସୀ। ଏମିତି ହେଲେ ଘରର ସମ୍ପତ୍ତି ତଥା ଜମିବାଡି ଭାଗବଣ୍ଟା ହୋଇ ନ ଥାଏ ବୋଲି ଅଜବ ଯୁକ୍ତି ବାଢ଼ନ୍ତି ଏହି କୁତ୍ସତ ପ୍ରଥାକୁ ଠିକ୍‌ ବୋଲି ଦର୍ଶାଉଥିବା କେତେକ ମୁଷ୍ଟିମେୟ ଗ୍ରାମବାସୀ ।

ସୂଚନାଯାଗ୍ୟ, ଏହି ଗ୍ରାମଟି ଏକ କ୍ଷୁଦ୍ର ଭୌଗୋଳିକ ସୀମା ଭିତରେ ଆବଦ୍ଧ। ଅଧିକାଂଶ ଗ୍ରାମବାସୀ ଚାଷୀ। ସ୍ୱଳ୍ପ ଜମି ଭାଗବଣ୍ଟା ହେଲେ ଚାଷ କରିବାକୁ ସମସ୍ୟା ହେବ। ଏହି ଧାରଣାକୁ ଭିତ୍ତି କରି ଗାଁରେ ଥିବା ଅଧିକାଂଶ ପରିବାରରେ ମାତ୍ର ଜଣେ ପୁରୁଷ ବିବାହ କରିଥାନ୍ତି । ଏକାଧିକ ସଦସ୍ୟ ବିବାହ କଲେ ସେମାନଙ୍କ ପରିବାର ବଢ଼ିବ ଓ ଚାଷ ଜମି ଉପରେ ଭାଗିଦାରୀ ମଧ୍ୟ ବଢିବ। ଏଣୁ ଏହି ସମସ୍ୟାର ମୂଳୋତ୍ପାଟନ ଲାଗି ପର୍ବରୁ ଘରର ବଡ଼ ପୁଅକୁ ହିଁ ବିବାହ କରିବାକୁ ଅନୁମତି ମିଳୁଥିଲା। ଏବଂ ସେ ଯାହାକୁ ବାହାହୋଇ ଘରକୁ ଆଣୁଥିଲା ତା ଉପରେ ଅନ୍ୟଭାଇମାନଙ୍କର ବି ଅଧିକାର ରହୁଥିଲା। ୨୦୧୩ରେ ସରକାରଙ୍କ ପକ୍ଷରୁ ହୋଇଥିବା ସର୍ଭେରେ ଏଭଳି କଥା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos