ରାଜ୍ୟପାଳଙ୍କୁ ଧମକପୂର୍ଣ୍ଣ ଚିଠି ନେଇ ତନାଘନା

ଭୁବନେଶ୍ୱର: ରାଜ୍ୟପାଳ ଏସ୍‌.ସି ଜମିରଙ୍କୁ ଧମକପୂର୍ଣ୍ଣ ଚିଠିକୁ ନେଇ ତନାଘନା କରୁଛି ପୋଲିସ୍। ପୋଲିସ୍ ଡିଜି କେ.ବି ସିଂହ କହିଛନ୍ତି ଯେ ଏହା ତିନି ମାସ ତଳର ଘଟଣା। ପୋଲିସ୍ ଏହାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ କରୁଛି। ଚିଠି ଲେଖିବା ବ୍ୟକ୍ତି ଜଣଙ୍କ ନିଜକୁ ମାଓବାଦୀ ବୋଲି ପରିଚୟ ଦେବା ସହ ୧୫ ଦିନ ଭିତରେ ରାଜ୍ୟପାଳଙ୍କୁ ଓଡ଼ିଶା ଛାଡ଼ି ଚାଲିଯିବାକୁ କହିଥିଲା। ଏ ସଂପର୍କରେ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗକୁ ମଧ୍ୟ ଜଣାଇ […]

Jamir

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 11:54 AM IST

ଭୁବନେଶ୍ୱର: ରାଜ୍ୟପାଳ ଏସ୍‌.ସି ଜମିରଙ୍କୁ ଧମକପୂର୍ଣ୍ଣ ଚିଠିକୁ ନେଇ ତନାଘନା କରୁଛି ପୋଲିସ୍। ପୋଲିସ୍ ଡିଜି କେ.ବି ସିଂହ କହିଛନ୍ତି ଯେ ଏହା ତିନି ମାସ ତଳର ଘଟଣା। ପୋଲିସ୍ ଏହାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ କରୁଛି। ଚିଠି ଲେଖିବା ବ୍ୟକ୍ତି ଜଣଙ୍କ ନିଜକୁ ମାଓବାଦୀ ବୋଲି ପରିଚୟ ଦେବା ସହ ୧୫ ଦିନ ଭିତରେ ରାଜ୍ୟପାଳଙ୍କୁ ଓଡ଼ିଶା ଛାଡ଼ି ଚାଲିଯିବାକୁ କହିଥିଲା। ଏ ସଂପର୍କରେ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗକୁ ମଧ୍ୟ ଜଣାଇ ଦିଆଯାଇଛି।

ଡିଜିପି କହିଛନ୍ତି,“ଚିଠିଟି ଝାଡ଼ଖଣ୍ଡ ଠିକଣା ଉଲ୍ଲେଖ ଥାଇ ଆସିଥିଲା। ଏହାକୁ କିଏ ପଠାଇଥିଲା ତାହା ଏଯାଏଁ ଜଣାପଡ଼ି ନାହିଁ। ଏ ଘଟଣା ନେଇ ବାହାର ରାଜ୍ୟର ପୋଲିସ୍ ସହ ଯୋଗାଯୋଗ ରଖାଯାଇଛି।”

Related story