ବିଭିନ୍ନ ପ୍ରସଙ୍ଗ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି ୩ ରାଜନୈତିକ ଦଳ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୃଷକ ସମସ୍ୟା ନେଇ ଆଜି ବରଗଡ଼ରେ ଆନ୍ଦୋଳନ କରିବ କଂଗ୍ରେସ । ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବ ଏବଂ ୭ ତାରିଖ ଦିନ ଦଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାର ଯୋଜନା ରହିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରେସ୍‌ମିଟରେ ଏହି ସୂଚନା ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ କୃଷି ଋଣ ଛାଡ଼, ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଧାନର ସର୍ବନିମ୍ନ ସହାୟକ […]

bjp

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 08:30 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୃଷକ ସମସ୍ୟା ନେଇ ଆଜି ବରଗଡ଼ରେ ଆନ୍ଦୋଳନ କରିବ କଂଗ୍ରେସ । ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବ ଏବଂ ୭ ତାରିଖ ଦିନ ଦଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାର ଯୋଜନା ରହିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରେସ୍‌ମିଟରେ ଏହି ସୂଚନା ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ କୃଷି ଋଣ ଛାଡ଼, ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ଓ ଭାଗଚାଷୀଙ୍କୁ ଇନ୍‌ପୁଟ ସବସିଡି ଦେବାକୁ କଂଗ୍ରେସ ଦାବି କରିଛି।ସେପଟେ ରାଜ୍ୟରେ ଚାଷୀ ମୃତ୍ୟୁ ଓ ମରୁଡ଼ି ସମସ୍ୟା ପ୍ରସଙ୍ଗକୁ ନେଇ ଆଜି ବିଜେପି ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବ। ଆଜି ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ କାର୍ଯ୍ୟକ୍ରମ ମଧ୍ୟ  ରହିଛି।

ଅଣ ସବ୍‌ସିଡିଯୁକ୍ତ ଏଲପିଜି ସିଲିଣ୍ଡର ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ତରଫରୁ ରାଜଭବନ ଆଗରେ ଆନ୍ଦୋଳନ କରାଯିବ। ଏହାସହ ଆସନ୍ତା ୬ ତାରିଖରେ ୩ଟି ଆରଡିସି ଅଫିସ ଆଗରେ ଧାରଣା ଦେବ ଦଳ। ଦରବୃଦ୍ଧି ପ୍ରତ୍ୟାହାର ନ ହେଲେ ସବୁ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ବିଜୁ ମହିଳା ଜନତା ଦଳ ପକ୍ଷରୁ କୁହାଯାଇଛି ।

Related story