ତ୍ରାହି ଅଚ୍ୟୁତ ଆଶ୍ରମ ମାମଲା: ସୁରବାବା ଓ ତାଙ୍କ ୨ ପୁଅଙ୍କୁ ହେପାଜତକୁ ନେଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର : ରବିବାର ବିଳମ୍ୱିତ ରାତିରେ ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବା ଓ ତାଙ୍କ ୨ପୁଅଙ୍କୁ ହେପାଜତକୁ ନେଇଛି କମିଶନରେଟ୍ ପୋଲିସ। ରାତି ପ୍ରାୟ ୨ଟା ୩୦ରେ ଆଶ୍ରମ ପରିସରରେ ଥିବା ସୁରବାବାଙ୍କ ଘରୁ ସୁରବାବା ଓ ତାଙ୍କ ୨ପୁଅ ତ୍ରିଲୋଚନ ମିଶ୍ର ଓ ବିରଞ୍ଚି ନାରାୟଣ ମିଶ୍ରଙ୍କୁ ପୋଲିସ ହେପାଜତକୁ ନେଇଥିଲା। ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ପରେ ଆଶ୍ରମ ମୁଖ୍ୟ ସୁରବାବାଙ୍କ ବିରୁଦ୍ଧରେ  ବାଲିପାଟଣା […]

Police-Commissioner-Odisha (1)

Police-Commissioner-Odisha (1)

Rakesh Mallick
  • Published: Monday, 31 August 2015
  • Updated: 31 August 2015, 03:47 AM IST

ଭୁବନେଶ୍ୱର : ରବିବାର ବିଳମ୍ୱିତ ରାତିରେ ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବା ଓ ତାଙ୍କ ୨ପୁଅଙ୍କୁ ହେପାଜତକୁ ନେଇଛି କମିଶନରେଟ୍ ପୋଲିସ। ରାତି ପ୍ରାୟ ୨ଟା ୩୦ରେ ଆଶ୍ରମ ପରିସରରେ ଥିବା ସୁରବାବାଙ୍କ ଘରୁ ସୁରବାବା ଓ ତାଙ୍କ ୨ପୁଅ ତ୍ରିଲୋଚନ ମିଶ୍ର ଓ ବିରଞ୍ଚି ନାରାୟଣ ମିଶ୍ରଙ୍କୁ ପୋଲିସ ହେପାଜତକୁ ନେଇଥିଲା। ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ପରେ ଆଶ୍ରମ ମୁଖ୍ୟ ସୁରବାବାଙ୍କ ବିରୁଦ୍ଧରେ  ବାଲିପାଟଣା ଥାନାରେ  ଅଭିଯୋଗ ହୋଇଥିଲା। ସେମାନଙ୍କୁ ଭୁବନେଶ୍ୱରର ଏକ ଥାନାରେ ପଚରାଉଚୁରା କରାଯାଉଥିବା ନେଇ ମଧ୍ୟ ସୂଚନା ମିଳିଛି। ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡିଲେ ଗିରଫ କରାଯିବ। ତଦନ୍ତ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍  ଗଠନ  କରାଯାଇଛି ବୋଲି ସୁରବାବାଙ୍କୁ ହେପାଜତକୁ ନେବା ପରେ ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା  ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos