ସରକାରଙ୍କୁ ବାଘ ଚିନ୍ତା: ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଆସିବେ ବାଘ-ବାଘୁଣୀ  

Ordigital Desk
  • Published: Tuesday, 24 October 2017
  • , Updated: 24 October 2017, 09:18 PM IST
<p>ଅନୁଗୋଳ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଘ ହେଉଛି ଦେଶର ଜାତୀୟ ପଶୁ। ୨୦୦୦ ମସିହାରେ ରାଜ୍ୟରେ ଏମାନଙ୍କ ସଂଖ୍ୟା ୧୫୦ ଥିଲା। ୨୦୧୬ ମସିହା ବେଳକୁ ଏମାନଙ୍କ ସଂଖ୍ୟା କମି ୪୦ରେ ପହଞ୍ଚିଛି। ଦିନକୁ ଦିନ ବାଘଙ୍କ ସଂଖ୍ୟା କମୁଥିବାରୁ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବାଘଙ୍କ ସଂଖ୍ୟା ବଢ଼ାଇବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି। ମାର୍ଚ୍ଚ ଶେଷ ସୁଦ୍ଧା ମଧ୍ୟପ୍ରଦେଶରୁ ବାଘ ଓ ବାଘୁଣୀ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡାଯିବ। ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓ ଜାତୀୟ ବନ୍ୟପ୍ରାଣୀ ସଂସ୍ଥାର ବିଶେଷଜ୍ଞ ସହ ଆଲୋଚନା ସରିଛନ୍ତି ରାଜ୍ୟ ସରକାର। ସେପଟେ ନୂଆ ବାଘ ଆସିବା କଥା ଶୁଣି ଛାନିଆ ହୋଇ ପଡିଛନ୍ତି ଅଭୟାରଣ୍ୟ ଭିତରେ ରହୁଥିବା ଛୋଟ ଛୋଟ ପଡ଼ାର ଲୋକମାନେ। ସେମାନଙ୍କ ଧନ ଜୀବନକୁ ସୁରକ୍ଷା ନେଇ ସରକାର ଅଗ୍ରାଧିକାର ଦେବାକୁ ଦାବି ହେଉଛି।</p> <p>ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡର ସୁଦର୍ଶନ ପଣ୍ଡା କହିଛନ୍ତି-&ldquo;ସାତକୋଶିଆ ଅଭୟାରଣ୍ୟରେ ବାଘ ଛାଡ଼ିବା ପାଇଁ ପ୍ରସ୍ତୁତି ସରିଛି। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓ ଜାତୀୟ ବନ୍ୟପ୍ରାଣୀ ସଂସ୍ଥାର ବିଶେଷଜ୍ଞ ସ୍ୱତନ୍ତ୍ର ଗାଇଡ୍&zwnj;ଲାଇନ୍&zwnj; ପ୍ରସ୍ତୁତ କରିଛନ୍ତି।&rdquo;</p> <p>୨୦୧୫-୧୬ରେ ହୋଇଥିବା ଗଣନାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ଟି ବାଘ ରହିଛି। ସେଥିମଧ୍ୟରୁ ସାତକୋଶିଆରେ ଅଛନ୍ତି ମାତ୍ର ୨ଟି ବାଘ। ଯାହାକି ପରିବେଶବିତଙ୍କ ଚିନ୍ତାର କାରଣ ହୋଇଥିଲା। ଏହା ସତ୍ତ୍ୱେ ବାଘ ବଂଶ ବୃଦ୍ଧି ପାଇଁ ସାତକୋଶିଆ ସବୁଠୁ ଉତ୍ତମ ପରିବେଶ ବୋଲି ବିବେଚନା କରି ଏଠାରେ ବାହାରୁ ବାଘ ଛାଡିବାକୁ ଯୋଜନା ହୋଇଛି। ତେଣୁ ଅଭୟାରଣ୍ୟ ଭିତରେ ମୋଟ୍ ୯୬୪ ବର୍ଗ କିଲୋମିଟର ଅ଼ଞ୍ଚଳକୁ ସମ୍ପୂର୍ଣ୍ଣ ଜନବସତି ମୁକ୍ତ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ଜଙ୍ଗଲ ଭିତରେ ଥିବା ରାଇଗୋଡ଼ା ଗାଁ ସହ ଆସନବାହାଳ, କଟରଙ୍ଗ, ସାଲର, ଝୁଲକା ଭଳି ୫ଟି ପଡ଼ାର ଲୋକଙ୍କୁ ବିସ୍ଥାପନ କରାଯିବ। ନୂଆକ୍ଷେତା-ସାରୁଆଳିରେ ଏଥିପାଇଁ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାରେ କାମ ଚାଲିଥିବା ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲ କହିଛନ୍ତି।</p> <p>[vc_video link=&quot;&quot; align=&quot;center&quot;]</p>

Related story