ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ପ୍ରଭୁ

ଭୁବନେଶ୍ୱର: ଆଜି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏହି ଗସ୍ତ ଅବସରରେ ସେ ଖୋର୍ଦ୍ଧା ରୋଡ୍‌-ରାଜସୁନାଖଳା ପାସେଞ୍ଜର ଟ୍ରେନ ଓ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସର ଗୁଣୁପୁର ଯାଏଁ ସମ୍ପ୍ରସାରଣକୁ ଉଦ୍‌ଘାଟନ କରିବେ। ପୂର୍ବରୁ ଏହି ରେଳପଥରେ ଖୋର୍ଦ୍ଧା ଟାଉନ୍‌-ବେଗୁନିଆ- ରାଜସୁନାଖଳାକୁ ଟ୍ରେନ୍‌ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ଏହା ବୋଲଗଡ଼କୁ ଛୁଇଁବ। ଆଜି ଅପରାହ୍ନରେ ଭିଡିଓକନ୍‌ଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପ୍ରଭୁ ମିଳିତ ଭାବେ ଏହାକୁ ଲୋକାର୍ପଣ କରିବେ। ଏହାପରେ ବୋଲଗଡ଼ଠାରେ […]

suresh-1

Rakesh Mallick
  • Published: Monday, 20 March 2017
  • , Updated: 20 March 2017, 07:24 AM IST

ଭୁବନେଶ୍ୱର: ଆଜି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏହି ଗସ୍ତ ଅବସରରେ ସେ ଖୋର୍ଦ୍ଧା ରୋଡ୍‌-ରାଜସୁନାଖଳା ପାସେଞ୍ଜର ଟ୍ରେନ ଓ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସର ଗୁଣୁପୁର ଯାଏଁ ସମ୍ପ୍ରସାରଣକୁ ଉଦ୍‌ଘାଟନ କରିବେ। ପୂର୍ବରୁ ଏହି ରେଳପଥରେ ଖୋର୍ଦ୍ଧା ଟାଉନ୍‌-ବେଗୁନିଆ- ରାଜସୁନାଖଳାକୁ ଟ୍ରେନ୍‌ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ଏହା ବୋଲଗଡ଼କୁ ଛୁଇଁବ।

ଆଜି ଅପରାହ୍ନରେ ଭିଡିଓକନ୍‌ଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପ୍ରଭୁ ମିଳିତ ଭାବେ ଏହାକୁ ଲୋକାର୍ପଣ କରିବେ। ଏହାପରେ ବୋଲଗଡ଼ଠାରେ ରଣପୁର ଓ ବେଗୁନିଆ ବିଧାୟକ ପତାକା ଦେଖାଇ ରେଳସେବାର ଶୁଭାରମ୍ଭ କରିବେ। ଏହାସହ ପ୍ରଭୁ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସକୁ ଗୁଣପୁର ଯାଏଁ ସମ୍ପ୍ରସାରଣକୁ ମଧ୍ୟ ଉଦ୍‌ଘାଟନ କରିବେ। ପରେ ଖୋର୍ଦ୍ଧାରୋଡ୍‌ ବାଇପାସ, ରାଉରକେଲା-ବନ୍ଧମୁଣ୍ଡା ଚତୁର୍ଥ ଲାଇନ୍‌, ଜଗତପୁରଠାରେ ପ୍ରଶିକ୍ଷଣ କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Related story