ଆଜି ଦିନରେ ଜନ୍ମ ହୋଇଥିଲେ କ୍ରିକେଟର ଭଗବାନ : ଜାଣନ୍ତୁ ସଚିନଙ୍କ ବିଷୟରେ କିଛି ଜଣାଅଜଣା କଥା

କ୍ରିକେଟ ଜଗତର ଗଡ୍ ଆଖ୍ୟା ପାଇଥିବା ସଚିନ ତେନ୍ଦୁଲକରଙ୍କ ଆଜି ହେଉଛି ୪୫ତମ ଜନ୍ମଦିନ। ଭାରତରତ୍ନ ସଚିନ ଆଜିର ଦିନରେ ୧୯୭୩ ଏପ୍ରିଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ।  ବିଶ୍ୱ କ୍ରିକେଟ ଇତିହାସରେ ସର୍ବକାଳୀନ ଶ୍ରେଷ୍ଟ ଖେଳାଳି ଭାବେ ସଚିନ ନିଜକୁ ପ୍ରମାଣିତ କରିଥିବା ବେଳେ ଆଜି ତାଙ୍କ ଜନ୍ମଦିନକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। କେବଳ ଭାରତ ନୁହଁ ବିଶ୍ୱର କୋଣ ଅନୁକୋଣରେ ତାଙ୍କର ଲକ୍ଷ ଲକ୍ଷ ପ୍ରଂଶସକ ରହିଛନ୍ତି। କିଏ ଟ୍ୱିଟ୍ […]

sachin

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 04:03 PM IST

କ୍ରିକେଟ ଜଗତର ଗଡ୍ ଆଖ୍ୟା ପାଇଥିବା ସଚିନ ତେନ୍ଦୁଲକରଙ୍କ ଆଜି ହେଉଛି ୪୫ତମ ଜନ୍ମଦିନ। ଭାରତରତ୍ନ ସଚିନ ଆଜିର ଦିନରେ ୧୯୭୩ ଏପ୍ରିଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ।  ବିଶ୍ୱ କ୍ରିକେଟ ଇତିହାସରେ ସର୍ବକାଳୀନ ଶ୍ରେଷ୍ଟ ଖେଳାଳି ଭାବେ ସଚିନ ନିଜକୁ ପ୍ରମାଣିତ କରିଥିବା ବେଳେ ଆଜି ତାଙ୍କ ଜନ୍ମଦିନକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। କେବଳ ଭାରତ ନୁହଁ ବିଶ୍ୱର କୋଣ ଅନୁକୋଣରେ ତାଙ୍କର ଲକ୍ଷ ଲକ୍ଷ ପ୍ରଂଶସକ ରହିଛନ୍ତି। କିଏ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଉଛି ତ’ ଆଉ କିଏ କବିତା ଓ ଶାୟରୀ ଲେଖି ସଚିନଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି।  ଆଜି ସଚିନଙ୍କ ପାଇଁ ସମସ୍ତେ ଉତ୍ସାହିତ। ଜଣେ ଅଲରାଉଣ୍ଡର ଖେଳାଳିଭାବେ ତାଙ୍କ ପଛରେ ଅନେକ ଗୁଣବାଚକ ବିଶେଷଣ ଯୋଡ଼ି ହୋଇଯାଇଛି।  ମାଷ୍ଟର ବ୍ଲାଷ୍ଟର, ଗଡ ଅଫ କ୍ରିକେଟ, ଲିଟିଲ ମାଷ୍ଟର , ରନ୍‌ ମେସିନ୍ ଏମିତି ଅନେକ ନାମରେ ସେ ପରିଚିତ।  ବିଶ୍ୱରେ ସଚିନ ହେଉଛନ୍ତି ଏକମାତ୍ର ବିରଳ ବ୍ୟାଟସ୍‌ମ୍ୟାନ୍‌ ଯାହାଙ୍କୁ ବୋଲରମାନେ ବୁଝିବାରେ ବିଫଳ ହୋଇଛନ୍ତି।  ସେ କେତେବେଳେ କେଉଁ ମୁଡରେ ଏବଂ କେଉଁ ଷ୍ଟାଇଲରେ ବଲକୁ ଡିଲ କରନ୍ତି ତାହା କଳନା କରିବା ମୁସକିଲ। ବୋଧ ହୁଏ ତାଙ୍କର ଏହି ଅସାଧାରଣ ଗୁଣ ହିଁ ତାଙ୍କୁ କ୍ରିକେଟ ଜଗତର ଭଗବାନଙ୍କ ମାନ୍ୟତ୍ୟା ଦେଇଛି।  ତେବେ ତାଙ୍କ ୪୫ତମ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ଜିବନୀ ବିଷୟରେ କିଛି ଖାସ କଥା ଜାଣିବା।

୧- ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସଚିନ ଦେବ ବର୍ମନଙ୍କ ନାମରେ ସଚିନଙ୍କ ବାପା ସଚିନଙ୍କର ଏମିତି ନାମକରଣ କରିଥିଲେ।

୨- ଏମ୍‌ଆରଏଫ ପେସ ଏକାଡେମିରେ ସ୍ଥାନ ପାଇଥିବା ସଚିନ ପ୍ରଥମରୁ ଜଣେ  ଫାଷ୍ଟ ବୋଲର ହେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ତାଙ୍କ କୋଚ୍‌ ଡେନିଶ ଲିଲି କହିଥିଲେ ଆପଣଙ୍କର ଉଚ୍ଚତା କମ୍‌ ଅଛି । ତେଣୁ ବ୍ୟାଟିଂରେ ଧ୍ୟାନ ଦିଅ    ନ୍ତୁ ।

୩-୧୯୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ସଚିନ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ।

୪-ଖାସ କଥା ହେଉଛି ଭାରତୀୟ  ପୂଜାପର୍ବାଣି ତଥା ଗୋକୁଳାଷ୍ଟମୀ, ରାକ୍ଷୀ ବନ୍ଧନ, ହୋଲି, ଦିପାବଳିରେ ସଚିନ ସବୁଠୁ ଭଲ ଖେଳନ୍ତି।

୫- ସଚିନ ସି ଫୁଡ ଖାଇବା ପାଇଁ ପସନ୍ଦ କରନ୍ତି।

୬-ସିଡନୀ ପଡ଼ିଆରେ ଖେଳିବା ତାଙ୍କର ବେଶୀ ପସନ୍ଦ

୭-ବଲିଉଡର କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ଗୀତ ଶୁଣିବାକୁ ସେ ଭଲ ପାଆନ୍ତି।

୮-ସଚିନ ହେଉଛନ୍ତି ଗଣେଶଙ୍କ ଭକ୍ତ। ସେଥିପାଇଁ ସେ ନିୟମିତ ଭାବେ ମୁମ୍ବାଇର ସିଦ୍ଧିବନାୟକ ମନ୍ଦିର ଦର୍ଶନ ପାଇଁ ଯାଆନ୍ତି।

୯-୧୯୯୬ ବିଶ୍ୱକପ୍‌ରେ ସଚିନ ସବୁଠୁ ଅଧିକ ରନ୍ କରିଛନ୍ତି।

୧୦- ସାରଦାଶ୍ରମରେ କୋଚିଂ ନେଉଥିବା ବେଳେ ତାଙ୍କ କୋଚ ରମାକାନ୍ତ ଆଚରେକର ସଚିନଙ୍କୁ ଆଉଟ କରିବା ପାଇଁ ବୋଲରଙ୍କୁ ପୁରସ୍କାର ଦେଉଥିଲେ। ସଚିନଙ୍କୁ ଯିଏ ଆଉଟ୍ କରୁଥିଲେ ସେମାନଙ୍କୁ ରମାକାନ୍ତ ୧ ଟଙ୍କା ଦେଉଥିଲେ। ସଚିନ ନଟ୍‌ଆଉଟ ରହୁଥିଲେ ଏହି ଟଙ୍କା ତାଙ୍କ ପାଖକୁ ଶ୍ରେୟ ଭାବେ ଯାଉଥିଲା।

୧୧-ଦିୱାର ଏବଂ ଜଞ୍ଜିର  ଫିଲ୍ମ ଦେଖିବା ପରେ ସଚିନ ଅମିତା ବଚ୍ଚନଙ୍କ ଫ୍ୟାନ ହୋଇଯାଇଥିଲେ।

୧୨- ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ୪୯ ଶତକ ଅର୍ଜନ କରିଛନ୍ତି।

୧୩-ତେନ୍ଦୁଲକର ହେଉଛନ୍ତି  ଏକମାତ୍ର ଖେଳାଳି ଯିଏ ଟେଷ୍ଟରେ ୪୦ ଉଇକେଟ ଓ ୧୧୦୦୦ ରନ୍‌ କରିଛନ୍ତି।

୧୪-ଖେଳରେ ବିଶେଷ ଅବଦାନ ପାଇଁ ସଚିନ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ପଦ୍ମଶ୍ରୀ ଏବଂ ଶେଷରେ ଭାରତ ରତ୍ନ ପୁରସ୍କାର ପାଇଛନ୍ତି।

୧୫- ୨୦୧୩ ନଭେମ୍ବର ୧୬ରେ  କ୍ରିକେଟରୁ ସଚିନ ଅବସର ନେଇଛନ୍ତି।

Related story