ସାବଧାନ! ଆଜି ରାଜ୍ୟର ୧୫ ଜିଲ୍ଲାରେ ବଜ୍ରପାତ ହୋଇପାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସଂଧ୍ୟା ସାଢେ ୫ଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ ବଜ୍ରପାତ ହୋଇପାରେ। ଏହି ସମୟ ମଧ୍ୟରେ ବାହାରେ ନବୁଲିବା ପାଇଁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବଜ୍ରପାତ ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକ ହେଲେ ରାୟଗଡ଼ା, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, […]

lightening-bolt-tree-1

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 10:24 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସଂଧ୍ୟା ସାଢେ ୫ଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ ବଜ୍ରପାତ ହୋଇପାରେ। ଏହି ସମୟ ମଧ୍ୟରେ ବାହାରେ ନବୁଲିବା ପାଇଁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବଜ୍ରପାତ ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକ ହେଲେ ରାୟଗଡ଼ା, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳ।

ଚଳିତ ବର୍ଷ ବଜ୍ରପାତରେ ସାରା ଦେଶରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ ହୋଇଛି। ଦେଶରେ ବର୍ଷକୁ ୨୦୦୦ ଜଣଙ୍କ ମୃତ୍ୟୁ ବରଣ ହେଉଥିବା ବେଳେ ଓଡ଼ିଶାରେ ବର୍ଷକୁ ୪୦୦ ଜଣଙ୍କ ଜୀବନ ଯାଇଛି। ଏ ବର୍ଷ ରାଜ୍ୟରେ ବଜ୍ରପାତ ନେଲାଣି ୨୫୮ ଜଣଙ୍କ ଜୀବନ। ଏହାଛଡ଼ା ଅନେକ ଆହତ ହେବା ସହିତ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। ସ୍ଥିତି ଜଟିଳ ହେଉଥିବା ଦେଖି ରାଜ୍ୟ ସରକାର ବଜ୍ରପାତର କାରଣ ଖୋଜିବା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ। ଏହି କମିଟିରେ ଓସ୍‌ଡମା ଓ ଏସ୍‌ଆସିର ବିଶେଷଜ୍ଞ ରହିବେ। ସେମାନେ ବଜ୍ରପାତରେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟର ତର୍ଜମା କରିବେ। ଏଥିସହ ବଜ୍ରପାତରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯିବ।

ଅଧିକ ପଢ଼ନ୍ତୁ: ବଜ୍ରପାତ ହେବ କି ନା ଆଗୁଆ ମିଳିବ ସୂଚନା: ମୋବାଇଲରେ ଆସିବ ମେସେଜ

Related story