ଆଜି ପହିଲି ରଜ, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ଆଜି ପହିଲି ରଜ। ଚଳଚଞ୍ଚଳ ଗାଁଠାରୁ ସହର। ଉତ୍ସବମୁଖର ସାରା ପରିବେଶ। ଗାଁ ଗଣ୍ଡାରେ ଝଲସୁଛି ପରମ୍ପରାର ମହକ। ସକାଳୁ ସକାଳୁ ନୂଆ ପୋଷାକରେ ନିଜକୁ ସଜାଇ ବାହାରିଛନ୍ତି ଝିଅବୋହୂ।  ରଜବତୀ ହେବେ ମାଟି ମାଆ।  ସେଥିପାଇଁ ଏହାକୁ କୁହାଯାଇଥାଏ କୁମାରୀ ଝିଅଙ୍କ ପର୍ବ। ଏହି ଅବସରରେ ନୂଆ ଡ୍ରେସ, ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଚନ୍ଦନର ଟିପା ଲଗାଇ ଦୋଳି ଖେଳିବାର ରହିଛି ପରମ୍ପରା। ରଜଦୋଳିରେ ରଜ ଗୀତ ଗାଇ ମଉଜ କରୁଛନ୍ତି କୁନି କୁନି ଝିଅ ଓ ଯୁବତୀ। କେବଳ ଝିଅ ନୁହଁନ୍ତି ପୁଅମାନେ ମଧ୍ୟ ରଜ ତିନିଦିନ ବେଶ ମଉଜ କରିଥାନ୍ତି।  ତାସ, ପଶା, ବାଗୁଡି ଖେଳର ଆସର ଜମିଥାଏ। ଖିଲିପାନ ଖାଇ ରଜ ମଉଜକୁ ଆଉରି ରଂଗୀନ କରି ଦେଇଥାନ୍ତି ସଭିଏଁ।

ରଜ ଅବସରରେ ବିଭିନ୍ନ ସ୍ଥାନରେ ଜମିଛି ରଜ ପରବର ଆସର।  ପରମ୍ପରାର ଏହି ପର୍ବକୁ ଜାକଜମକର ସହ ପାଳନ କରୁଛି ପର୍ଯ୍ୟଟନ ବିଭାଗ।  ଭୁବନେଶ୍ୱର ପାନ୍ଥ ନିବାସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପିଠାପଣାର ଆୟୋଜନ ହୋଇଛି।

Ordigital Desk
• Published: Wednesday, 14 June 2017
• Updated: 14 June 2017, 07:28 AM IST

Sports

Latest News

ଭୁବନେଶ୍ୱର: ଆଜି ପହିଲି ରଜ। ଚଳଚଞ୍ଚଳ ଗାଁଠାରୁ ସହର। ଉତ୍ସବମୁଖର ସାରା ପରିବେଶ। ଗାଁ ଗଣ୍ଡାରେ ଝଲସୁଛି ପରମ୍ପରାର ମହକ। ସକାଳୁ ସକାଳୁ ନୂଆ ପୋଷାକରେ ନିଜକୁ ସଜାଇ ବାହାରିଛନ୍ତି ଝିଅବୋହୂ।  ରଜବତୀ ହେବେ ମାଟି ମାଆ।  ସେଥିପାଇଁ ଏହାକୁ କୁହାଯାଇଥାଏ କୁମାରୀ ଝିଅଙ୍କ ପର୍ବ। ଏହି ଅବସରରେ ନୂଆ ଡ୍ରେସ, ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଚନ୍ଦନର ଟିପା ଲଗାଇ ଦୋଳି ଖେଳିବାର ରହିଛି ପରମ୍ପରା। ରଜଦୋଳିରେ ରଜ ଗୀତ ଗାଇ ମଉଜ କରୁଛନ୍ତି କୁନି କୁନି ଝିଅ ଓ ଯୁବତୀ। କେବଳ ଝିଅ ନୁହଁନ୍ତି ପୁଅମାନେ ମଧ୍ୟ ରଜ ତିନିଦିନ ବେଶ ମଉଜ କରିଥାନ୍ତି।  ତାସ, ପଶା, ବାଗୁଡି ଖେଳର ଆସର ଜମିଥାଏ। ଖିଲିପାନ ଖାଇ ରଜ ମଉଜକୁ ଆଉରି ରଂଗୀନ କରି ଦେଇଥାନ୍ତି ସଭିଏଁ।

ରଜ ଅବସରରେ ବିଭିନ୍ନ ସ୍ଥାନରେ ଜମିଛି ରଜ ପରବର ଆସର।  ପରମ୍ପରାର ଏହି ପର୍ବକୁ ଜାକଜମକର ସହ ପାଳନ କରୁଛି ପର୍ଯ୍ୟଟନ ବିଭାଗ।  ଭୁବନେଶ୍ୱର ପାନ୍ଥ ନିବାସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପିଠାପଣାର ଆୟୋଜନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos