ଆଜିଠାରୁ ଜିଲ୍ଲାପାଳଙ୍କ ତିନି ଦିନିଆ ସମ୍ମିଳନୀ, ଫୋକସରେ ‘ଥ୍ରୀ ଟି’

ଭୁବନେଶ୍ୱର: ଆଜିଠାରୁ ଜିଲ୍ଲାପାଳ କର୍ମଶାଳା  ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ  ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି।  କର୍ମଶାଳାରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ଓ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି।

ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଫୋକସରେ ରହିବ ଥ୍ରୀ ଟି, ଅର୍ଥାତ୍ ଟିମ ଓ୍ୱାର୍କ, ଟ୍ରାନସ୍ପରନସି  ଏବଂ ଟେକ୍ନୋଲୋଜି। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ଥ୍ରୀ-ଟିର ଅଧିକ ବ୍ୟବହାର ହୋଇପାରିବ ସେନେଇ କର୍ମଶାଳାରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ।

କର୍ମଶାଳାରେ ବିଶେଷ କରି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଧାନ ସଂଗ୍ରହ, କୃଷି ଋଣ ପ୍ରଦାନ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଓ ନିଯୁକ୍ତି ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହେବ।

ସେହିପରି ତୃଣମୂଳ ସ୍ତରରେ କିଭଳି ସାଧାରଣ ଲୋକଙ୍କୁ ସରକାରୀ ସେବା ସଠିକ୍ ସମୟରେ ମିଳିପାରିବ ସେ ନେଇ ପ୍ରାଥମିକତା ଦିଆଯିବ।