ଆଜି ଦାୟିତ୍ୱ ନେବେ ନୂଆ ଡିଜିପି ଆର୍‌ପି ଶର୍ମା

ଭୁବନେଶ୍ୱର: ଆଜି ନୂଆ ପୋଲିସ ଡିଜିପି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଦାୟିତ୍ୱ ଗ୍ରହଣ କରିବେ। ପୂର୍ବାହ୍ନରେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିବେ। ରାଜେନ୍ଦ୍ର ପ୍ରସାଦ ଶର୍ମା ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଡିଜିପି ଆର.ପି ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି,“ମୋ ପାଇଁ ଏହା ଏକ ଚାଲେଞ୍ଜିଂ ଟାସ୍କ,ତେଣୁ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି।” ଅନ୍ୟପକ୍ଷରେ ବର୍ତ୍ତମାନ ଡିଜିପି ଥିବା କେ.ବି. ସିଂହଙ୍କୁ ଓଏସ୍‌ଆର୍‌ଟିସି […]

Rakesh Mallick
  • Published: Thursday, 31 August 2017
  • , Updated: 31 August 2017, 08:22 AM IST

ଭୁବନେଶ୍ୱର: ଆଜି ନୂଆ ପୋଲିସ ଡିଜିପି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଦାୟିତ୍ୱ ଗ୍ରହଣ କରିବେ। ପୂର୍ବାହ୍ନରେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିବେ। ରାଜେନ୍ଦ୍ର ପ୍ରସାଦ ଶର୍ମା ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।

ଡିଜିପି ଆର.ପି ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି,“ମୋ ପାଇଁ ଏହା ଏକ ଚାଲେଞ୍ଜିଂ ଟାସ୍କ,ତେଣୁ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି।” ଅନ୍ୟପକ୍ଷରେ ବର୍ତ୍ତମାନ ଡିଜିପି ଥିବା କେ.ବି. ସିଂହଙ୍କୁ ଓଏସ୍‌ଆର୍‌ଟିସି ଚେୟାରମ୍ୟାନ ଦାୟିତ୍ୱ ଦିଆଯାଇଛି। ସେହିପରି ସ୍ପେଶାଲ ଡିଜି କ୍ରାଇମ୍, ବିଜୟ କୁମାର ଶର୍ମାଙ୍କୁ ଡିଜି ପ୍ରିଜନ ଭାବେ ବଦଳି କରାଯାଇଛି। ଏଡିଜି ଅରୁଣ ରାୟଙ୍କୁ ପୋଲିସ ହେଡ କ୍ୱାର୍ଟର୍ସରେ ଆଟାଚ୍ କରାଯାଇଛି।

Related story