ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ଏଥର ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୬ଟି ବିଲ୍‌ ଉପସ୍ଥାପିତ ହେବ। ଆସନ୍ତା ୧୫ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆସିବ। ମାସକର ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ  ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ। ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି,“ଏଥର ଶୀତ ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ଥିବା ଅନେକ ବିଲ୍ […]

assembly

assembly

Rakesh Mallick
  • Published: Wednesday, 30 November 2016
  • Updated: 01 December 2016, 08:47 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ।

ଏଥର ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୬ଟି ବିଲ୍‌ ଉପସ୍ଥାପିତ ହେବ। ଆସନ୍ତା ୧୫ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆସିବ। ମାସକର ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ  ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ।

ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି,“ଏଥର ଶୀତ ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ଥିବା ଅନେକ ବିଲ୍ ଉପସ୍ଥାପନ କରାଯିବ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅବହେଳା କଥା ଉଠାଯିବ। ସେହିପରି ବିମୁଦ୍ରାକରଣ ଯୋଗୁଁ ଗ୍ରାମାଞ୍ଚଳ ବ୍ୟାଙ୍କରେ ଦେଖାଯାଇଥିବା ଅସୁବିଧା ପ୍ରସଙ୍ଗ ଉଠାଯିବ।”

ମାଲକାନଗିରିରେ ଘାତକ ଜାପାନୀ ଜ୍ୱରର ମୁକାବିଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଫେଲ ମାରିଥିବା କଂଗ୍ରେସ ଅଭିଯୋଗ କରିବ। ବିଧାନସଭାରେ ସରକାର ମିଛ ତଥ୍ୟ ଦେବା ପ୍ରସଙ୍ଗକୁ ଉଠାଇବା ସହ ଆଇନ ଶୃଙ୍ଖଳା, ଗୁମୁଡୁମାହା ଗୁଳିକାଣ୍ଡ, ନଗଡ଼ା ଶିଶୁ ମଡ଼କ ଓ ଚାଷୀଙ୍କ ସମସ୍ୟା ସହ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କଥା ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଯୋଜନା କରିଛି କଂଗ୍ରେସ।

ସେହିପରି ବିଜେପି ମଧ୍ୟ ସରକାରଙ୍କ ବିରୋଧରେ  ଲମ୍ବା ତାଲିକା ପ୍ରସ୍ତୁତ କରିଛି। ଆଇନ ଶୃଙ୍ଖଳା ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ। ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଶିଶୁ ମଡ଼କ, ଦାନ ମାଝୀ, ବିଧାନସଭାରେ ସରକାରଙ୍କ ମିଥ୍ୟା ତଥ୍ୟ, ଚାଷୀଙ୍କ ସମସ୍ୟା ଓ ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ। ମହାନଦୀ ପ୍ରସଙ୍ଗରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦଳ ଦାବି କରିବ।

ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ବିଜେଡି ବିଧାୟକ ଦଳର ବି ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ,“ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବ। ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ତାହା ଉପରେ ଆଲୋଚନା ହେବ।”

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ପୋଲିସ୍ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ୍ କମିଶନର। ବିଧାନସଭା ପରିସରରେ ମୋଟ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିସିପି ଏହି ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ରହିଛନ୍ତି। ତାଙ୍କ ସହ ୧୦ ଜଣ ଅତିରିକ୍ତ ଡିସିପି, ଡେପୁଟି କମାଣ୍ଡାଣ୍ଟ, ୧୪ ଇନ୍ସପେକ୍ଟର ଓ ୮୫ ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ ନିୟୋଜିତ ହୋଇଛନ୍ତି।  ବିଧାନସଭାକୁ ପ୍ରବେଶ କଲା ବେଳେ ଯାଞ୍ଚ କରାଯିବ। ଟ୍ରାଫିକ୍ ଓ ଧାରଣାସ୍ଥଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story