ଆସନ୍ତାକାଲିଠାରୁ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏନେଇ ପୂର୍ବତଟ ରେଳବାଇ ସିପିଆର ଜ୍ୟୋତିପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସିଭିଲ ଆଭିଏସନ ମନ୍ତ୍ରଣାଳୟ ସିକନ୍ଦରାବାଦର ସାଉଥ୍‌-ସେଣ୍ଟ୍ରାଲ ସର୍କଲ କମିଶନର ରାମ୍ କ୍ରିପାଲ ତଦନ୍ତ କରିବେ। ରାୟଗଡ଼ାରେ ଥିବା ଅଫିସର୍ସ ରେଷ୍ଟ ହାଉସରୁ ତଦନ୍ତ ଆରମ୍ଭ ହେବ।” ସେ ଆହୁରି କହିଛନ୍ତି,“୨୪ ତାରିଖରେ ବିଶାଖାପାଟଣା ଡିଆରଏମ କାର୍ଯ୍ୟାଳୟରେ ତଦନ୍ତ ହେବ। ଯେକୌଣସି ବ୍ୟକ୍ତି ଏ ବାବଦରେ ସାକ୍ଷୀ ଦେଇପାରିବେ। ସମସ୍ତ ଦିଗ […]

train,,

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 08:06 PM IST

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏନେଇ ପୂର୍ବତଟ ରେଳବାଇ ସିପିଆର ଜ୍ୟୋତିପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ସିଭିଲ ଆଭିଏସନ ମନ୍ତ୍ରଣାଳୟ ସିକନ୍ଦରାବାଦର ସାଉଥ୍‌-ସେଣ୍ଟ୍ରାଲ ସର୍କଲ କମିଶନର ରାମ୍ କ୍ରିପାଲ ତଦନ୍ତ କରିବେ। ରାୟଗଡ଼ାରେ ଥିବା ଅଫିସର୍ସ ରେଷ୍ଟ ହାଉସରୁ ତଦନ୍ତ ଆରମ୍ଭ ହେବ।”

ସେ ଆହୁରି କହିଛନ୍ତି,“୨୪ ତାରିଖରେ ବିଶାଖାପାଟଣା ଡିଆରଏମ କାର୍ଯ୍ୟାଳୟରେ ତଦନ୍ତ ହେବ। ଯେକୌଣସି ବ୍ୟକ୍ତି ଏ ବାବଦରେ ସାକ୍ଷୀ ଦେଇପାରିବେ। ସମସ୍ତ ଦିଗ ଉପରେ ତଦନ୍ତ ହେବା ନେଇ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।”

ରେଳମନ୍ତ୍ରୀ ଶୁରେଶ ପ୍ରଭୁ ରାୟଗଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ରାୟଗଡ଼ାରେ ପହଞ୍ଚିବା ପରେ ସିଧା ହସ୍‌ପିଟାଲକୁ ଯାଇ ଆହତଙ୍କୁ ଭେଟିଥିଲେ। ଏହାପରେ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ। ପ୍ରଭୁ କହିଛନ୍ତି,“ଦୁର୍ଘଟଣା ପାଇଁ ଯିଏ ଦାୟୀ ତାଙ୍କୁ କ୍ଷମା ଦିଆଯିବ ନାହିଁ। ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସେହିପରି ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା, ଡିଜିପି କେବି ସିଂହ ରାୟଗଡ଼ା ହସ୍‌ପିଟାଲ ଯାଇ ଆହତଙ୍କୁ ଭେଟିଥିଲେ। ଏହାପରେ ସେମାନେ କୁନରୁ ଷ୍ଟେସନ ଯାଇ ଦୁର୍ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ଅଧିକାରୀମାନେ ଘଟଣା ସ୍ଥଳ ଗସ୍ତରେ ଯାଇଥିଲେ।

Related story