କାଲି ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କାହା ପାଇଁ ଶୁଭ, କାହା ପାଇଁ ଅଶୁଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ୨୦୧୮ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ମାଘ ଶୁକ୍ଳ ପୂର୍ଣ୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ ଦକ୍ଷିଣ ଆମେରିକା, ପେସିଫିକ୍, ଆଟଲାଣ୍ଟିକ, ହିନ୍ଦ୍ ମହାସାଗର, ଆର୍କଟିକ ଓ ଆଣ୍ଟାର୍କଟିକାରେ ଦେଖି ହେବ। ପୂର୍ବ ଭାରତ, ଆସାମ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଓ ୱେଷ୍ଟବେଙ୍ଗଲର ପୂର୍ବାଞ୍ଚଳରେ ଗ୍ରହଣ ପୂର୍ବରୁ ଚନ୍ଦ୍ର ଉଦୟ ହୋଇଯିବେ। ଏଥିପାଇଁ ଏ ସବୁ […]

Chandra Grahana

Rakesh Mallick
  • Published: Tuesday, 30 January 2018
  • , Updated: 31 January 2018, 07:36 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ୨୦୧୮ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ମାଘ ଶୁକ୍ଳ ପୂର୍ଣ୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ ଦକ୍ଷିଣ ଆମେରିକା, ପେସିଫିକ୍, ଆଟଲାଣ୍ଟିକ, ହିନ୍ଦ୍ ମହାସାଗର, ଆର୍କଟିକ ଓ ଆଣ୍ଟାର୍କଟିକାରେ ଦେଖି ହେବ। ପୂର୍ବ ଭାରତ, ଆସାମ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଓ ୱେଷ୍ଟବେଙ୍ଗଲର ପୂର୍ବାଞ୍ଚଳରେ ଗ୍ରହଣ ପୂର୍ବରୁ ଚନ୍ଦ୍ର ଉଦୟ ହୋଇଯିବେ। ଏଥିପାଇଁ ଏ ସବୁ ଅଞ୍ଚଳରେ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦେଖିହେବ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ପ୍ରାୟ ୫ଟା ୧୮ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ରାତି ୮ଟା ୪୧ରେ ଶେଷ ହେବ।

ଚନ୍ଦ୍ରଗ୍ରହଣର ସବିଶେଷ ଭାରତୀୟ ସମୟ: ଆଂଶିକ ଗ୍ରହଣ ସ୍ପର୍ଶ- ଅପରାହ୍ଣ ୦୫.୧୮ (ଦିନବେଳା ହେତୁ ଅଦୃଶ୍ୟ ରହିପାରେ); ଚନ୍ଦ୍ରୋଦୟ ହେବ ଅପରାହ୍ଣ ୦୫.୩୨.୦୦। ସଂପୂର୍ଣ୍ଣ ଗ୍ରହଣ ଆରମ୍ଭ ହେବ ସଂଧ୍ୟା ୦୬.୨୨ରେ। ଗ୍ରହଣ ମଧ୍ୟ- ସଂଧ୍ୟା ୭ଟା। ମୋ‍କ୍ଷାରମ୍ଭ ଓ ଗ୍ରହଣ ଶେଷ ହେବ ସଂଧ୍ୟା ୭ଟା ୩୮ରେ। ଆଂଶିକ ଗ୍ରହଣ ଶେଷ- ରାତ୍ର ୮.୪୧ (ସର୍ବ ମୋ‍କ୍ଷ)।

ସୂର୍ଯ୍ୟୋଦୟ ସମୟରୁ ହିଁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ। କାରଣ ଏହା ‘‘ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ’’ ଅଟେ। ସୂର୍ଯ୍ୟୋଦୟ ପୂର୍ବରୁ ଓ ସର୍ବମୋକ୍ଷ ପରେ, ଗାଧୋଇ ସାରି ଦେବନୀତି କରିପାରିବେ। ତେବେ ବାଳକ, ବୃଦ୍ଧ ଓ ରୋଗୀ ବ୍ୟକ୍ତି ଭୋଜନ କରିପାରିବେ।

ଗ୍ରହଣ ଦର୍ଶନେ ଶୁଭାଶୁଭ: ମେଷ, ବୃଷ, ମିଥୁନ, କର୍କଟ, ମକର, କୁମ୍ଭ ରାଶି ଏବଂ କୁରିକା, ଅଶ୍ଳେଷା, ଉ:ଫାଲଗୁନୀ, ଜ୍ୟେଷ୍ଠା, ଉତ୍ତରାଷାଢ଼ା, ରେବତୀ ନକ୍ଷତ୍ରର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦେଖିବା ଅଶୁଭ। ଅନ୍ୟ ରାଶି ଓ ଅନ୍ୟ ନକ୍ଷତ୍ରର ବ୍ୟକ୍ତିମାନଙ୍କ ପକ୍ଷେ ଦର୍ଶନ ଶୁଭ ଅଟେ। ଗ୍ରହଣ ଦିନଠାରୁ ୭ ଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ, ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ।

ଶୁଣନ୍ତୁ ଏ ସଂପର୍କରେ କ’ଣ କହୁଛନ୍ତି ବିଶିଷ୍ଟ ଜ୍ୟୋତିଷ ଶାସ୍ତ୍ର ବିଶାରଦ ଡ଼. ଚନ୍ଦ୍ରଶେଖର ଦାଶ।

https://youtu.be/fZ9kZpOHm8g

Related story