ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ। ଆଜି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ’ ରହିଛି।  ପ୍ରାର୍ଥୀମାନେ ନିଜ ନିଜର ଆଭିମୁଖ୍ୟ ରଖିବେ। ଗତକାଲି ପ୍ରଚାରର ଶେଷ ଦିନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। କ୍ୟାମ୍ପସରେ ଭୋଜି ଭାତର ଆୟୋଜନ କରିଥିଲେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ। କେବଳ ରମାଦେବୀ ନୁହେଁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଭୋଟରଙ୍କୁ ହାତେଇବାକୁ ସମସ୍ତ କୌଶଳ ଅବଲମ୍ବନ […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 09:19 AM IST

ଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ। ଆଜି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ’ ରହିଛି।  ପ୍ରାର୍ଥୀମାନେ ନିଜ ନିଜର ଆଭିମୁଖ୍ୟ ରଖିବେ।

ଗତକାଲି ପ୍ରଚାରର ଶେଷ ଦିନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। କ୍ୟାମ୍ପସରେ ଭୋଜି ଭାତର ଆୟୋଜନ କରିଥିଲେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ। କେବଳ ରମାଦେବୀ ନୁହେଁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଭୋଟରଙ୍କୁ ହାତେଇବାକୁ ସମସ୍ତ କୌଶଳ ଅବଲମ୍ବନ କରିଛନ୍ତି ପ୍ରାର୍ଥୀମାନେ।

Related story