ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା ପରେ ପ୍ରିୟଙ୍କାଙ୍କ ସ୍କୁଲ ଯିବା ବନ୍ଦ କରାଯାଇଥିଲା: ଜାଣନ୍ତୁ ଆଉ କିଛି ତଥ୍ୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାରରେ ଭାଇ ରାହୁଲ ଗାନ୍ଧୀଙ୍କୁ ନେଇ ଯେତିକି ଚର୍ଚ୍ଚା ନ ହୁଏ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବେଶୀ ଚର୍ଚ୍ଚା ହୁଏ। ପ୍ରିୟଙ୍କା ସିଧାସଳଖ ରାଜନୀତିରେ ପାଦ ଥାପି ନ ଥିଲେ ମଧ୍ୟ ପରୋକ୍ଷରେ ସବୁକିଛି ନିୟନ୍ତ୍ରଣ କରନ୍ତି। ସେ ଭାଇ ହେଉ କି ମା’ ସୋନିଆ ଗାନ୍ଧୀ ହେଉ ଏମାନଙ୍କ ନିର୍ବାଚନ ବିଜୟ ଲାଗି ପ୍ରିୟଙ୍କାଙ୍କ ରଣନୀତି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।  ବିଶେଷ କରି ଭାଇ ରାହୁଲଙ୍କ ପାଇଁ ପ୍ରିୟଙ୍କା ନିଜେ ପ୍ରଚାର ମଇଦାନଙ୍କୁ […]

priyanka.......

Rakesh Mallick
  • Published: Wednesday, 25 April 2018
  • , Updated: 25 April 2018, 01:07 PM IST

ନୂଆଦିଲ୍ଲୀ: ଗାନ୍ଧୀ ପରିବାରରେ ଭାଇ ରାହୁଲ ଗାନ୍ଧୀଙ୍କୁ ନେଇ ଯେତିକି ଚର୍ଚ୍ଚା ନ ହୁଏ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବେଶୀ ଚର୍ଚ୍ଚା ହୁଏ। ପ୍ରିୟଙ୍କା ସିଧାସଳଖ ରାଜନୀତିରେ ପାଦ ଥାପି ନ ଥିଲେ ମଧ୍ୟ ପରୋକ୍ଷରେ ସବୁକିଛି ନିୟନ୍ତ୍ରଣ କରନ୍ତି। ସେ ଭାଇ ହେଉ କି ମା’ ସୋନିଆ ଗାନ୍ଧୀ ହେଉ ଏମାନଙ୍କ ନିର୍ବାଚନ ବିଜୟ ଲାଗି ପ୍ରିୟଙ୍କାଙ୍କ ରଣନୀତି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।  ବିଶେଷ କରି ଭାଇ ରାହୁଲଙ୍କ ପାଇଁ ପ୍ରିୟଙ୍କା ନିଜେ ପ୍ରଚାର ମଇଦାନଙ୍କୁ ଓହ୍ଲାନ୍ତି। କଂଗ୍ରେସରେ ପ୍ରିୟଙ୍କାଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ ବିବେଚନା କରାଯାଏ।  ସବୁଠୁ ଖାସ୍‌କଥା ହେଉଛି  ପ୍ରିୟଙ୍କାଙ୍କ ପାଖରେ ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର କିଛି ଗୁଣ ନାତୁଣି ପ୍ରିୟଙ୍କାଙ୍କ ପାଖରେ ଥିବା ଚର୍ଚ୍ଚା ହୁଏ।

ନିଜର ଅନନ୍ୟ ଚାହାଣୀ ପାଇଁ ପ୍ରିୟଙ୍କାଙ୍କୁ ଜଣେ ସେଲିବ୍ରେଟି ନଜରରେ ସମସ୍ତେ ଦେଖନ୍ତି। କଂଗ୍ରେସ ରାଜନୀତିରେ ପୂର୍ବରୁ ପ୍ରିୟଙ୍କାଙ୍କ ନାଁ ଯେତିକି ପ୍ରଚାର ହେଉ ନ ଥିଲା ରାହୁଲ ଗାନ୍ଧୀ ସଭାପତି ହେବା ପରେ ଏବେ ବେଶୀ ହେଉଛି। କାରଣ ଆଗ ଅପେକ୍ଷା ପ୍ରିୟଙ୍କା ଅଧିକ ଆକ୍ଟିଭ ହୋଯାଇଛନ୍ତି। ଅନେକ ସଭାସମିତିରେ ପ୍ରିୟଙ୍କାକୁ  ଦେଖିବାକୁ ମିଳୁଛି। କିଛି ଦିନ ତଳେ ଉନ୍ନାଉ ଦୁଷ୍କର୍ମ ଘଟଣାରେ ପ୍ରିୟଙ୍କା ଏକ ପ୍ରତିବାଦ ସଭାରେ ଯୋଗ ଦେଇଥିବା ବେଳେ ପେଲାଠେଲାରେ ଶିକାର ହୋଇଥିଲେ। ଏହା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟି ଥିଲା।  କେହି କେହି ସମର୍ଥକ କହିଲେଣି ଯେ, ପ୍ରିୟଙ୍କା ସିଧାସଳଖ ନିର୍ବାଚନ ଲଢନ୍ତୁ। ଏମିତି ବି କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଥିବା ମା’ ସୋନିଆ ଗାନ୍ଧୀଙ୍କ ଏମପି ନିର୍ବାଚନମଣ୍ଡଳୀରୁ ପ୍ରିୟଙ୍କା ୧୯ ନିର୍ବାଚନରେ ଠିଆ ହେବା ନେଇ ଆଲୋଚନା ହେଉଛି।  ତେବେ ପ୍ରିୟଙ୍କାଙ୍କୁ ନେଇ ଆସନ୍ତୁ ତାଙ୍କ ଜିବନୀ ବିଷୟରେ କିଛି ତଥ୍ୟ ଜାଣିବା।

୧-ପ୍ରିୟଙ୍କା ଗାନ୍ଧୀ ୧୯୭୨ ଜାନୁଆରୀ ୧୨ରେ ଜନ୍ମଗ୍ରହଣ କରିଥିଲେ। ଭାଇ ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରିୟଙ୍କା ଗାନ୍ଧୀ ୨ ବର୍ଷ ବଡ଼।

୨-ପ୍ରିୟଙ୍କା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତ୍ତୋକତର ପାସ କରିଛନ୍ତି।

୩-ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା ପରେ ତୁରନ୍ତ ତାଙ୍କ ସ୍କୁଲ ଯିବା ବନ୍ଦ କରାଯାଇଥିଲା। ପ୍ରିୟଙ୍କା ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା। ସେ ନିଜ ଘରେ ସ୍କୁଲ ପାଠପଢା ଆରମ୍ଭ କରିଥିଲେ।

୪-ଦିନେ ପ୍ରିୟଙ୍କା ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କ ସହ ଜେଜେ ମାଙ୍କର କିଛି ଗୁଣ ଖାପ୍‌ ଖାଉଛି

୫- ଇନ୍ଦିରା ଗାନ୍ଧୀଙ୍କ ନାକ ଭଳି ପ୍ରିୟଙ୍କା ନାକ  ଆକାରରେ ତୀକ୍ଷ୍ଣ ଓ  ଲମ୍ବା

୬-ଇନ୍ଦିରା ଗାନ୍ଧୀ ଯେଉଁ ଭଳି ଶାଢି ପିନ୍ଧନ୍ତି ପ୍ରିୟଙ୍କା ଠିକ୍‌ ସେମିତି ଶୈଳୀରେ ଶାଢି ପିନ୍ଧନ୍ତି

୭-ପ୍ରିୟଙ୍କା କୁହନ୍ତି ତାଙ୍କୁ ଯେତେବଳେ ୧୬ ବର୍ଷ ହୋଇଥିଲା ସେ ପ୍ରଥମ କରି ସାଧାରଣ ସଭାରେ ଭାଷଣ ଦେଇଥିଲେ।

୮-ପ୍ରିୟଙ୍କା ବୌଦ୍ଧ ଧର୍ମବାଦରେ ବିଶ୍ୱାସ କରନ୍ତି। ସେ ବୁଦ୍ଧଙ୍କ ଅନୁଗତ ମଧ୍ୟ।

୯-ପ୍ରିୟଙ୍କା ତାଙ୍କ ପିଲାଦିନର ସାଥୀ ରବର୍ଟ ଭଦ୍ରାଙ୍କୁ ୧୯୯୭ରେ ପ୍ରେମ ବିବାହ କରିଥିଲେ।

୧୦-ପ୍ରିୟଙ୍କା ଗାନ୍ଧୀଙ୍କୁ ରୋଷେଇ କରିବା ଏବଂ ଫଟୋଗ୍ରାଫି ଖୁବ୍‌ ପସନ୍ଦ।

 

 

Related story