ଜୀବନ ନେଇ ପାରିଲାନି ଯମ : ଟ୍ରେନ୍‌ ମାଡ଼ିଗଲା ପରେ ବି ମା’ପୁଅ ବଞ୍ଚିଗଲେ

ଲକ୍ଷ୍ନୌ: ଅଦ୍ଭୁତ, ଅଜବ ପୁଣି ଆଶ୍ଚର୍ଯ୍ୟଜନକ। ସମସ୍ତଙ୍କୁ ଆଚମ୍ବିତ କରିଦେବା ପରି ଘଟଣା। କେଉଁ ଅଲୌକିକ ଦୃଶ୍ୟଠାରୁ କିଛି କମ୍‌ ନୁହେଁ ଏହି ଘଟଣା। ନିଜ ପିଲାକୁ ଧରି ଟ୍ରେନ୍‌ ଆଗକୁ ଆତ୍ମହତ୍ୟା କରିବାକୁ ଆସିଥିବା  ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରିକି  ପିଲାର ମଧ୍ୟ କିଛି ହୋଇନି। ଟ୍ରେନ୍‌ଟି ୧୦୦ କିମି ବେଗରେ ଆସିଥିଲେ ମଧ୍ୟ ମା ଓ ପିଲାର କିଛି ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।  ଘଟଣାଟି ଏମିତି। ଶନିବାର ସମୟ […]

train

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 12:56 PM IST

ଲକ୍ଷ୍ନୌ: ଅଦ୍ଭୁତ, ଅଜବ ପୁଣି ଆଶ୍ଚର୍ଯ୍ୟଜନକ। ସମସ୍ତଙ୍କୁ ଆଚମ୍ବିତ କରିଦେବା ପରି ଘଟଣା। କେଉଁ ଅଲୌକିକ ଦୃଶ୍ୟଠାରୁ କିଛି କମ୍‌ ନୁହେଁ ଏହି ଘଟଣା। ନିଜ ପିଲାକୁ ଧରି ଟ୍ରେନ୍‌ ଆଗକୁ ଆତ୍ମହତ୍ୟା କରିବାକୁ ଆସିଥିବା  ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରିକି  ପିଲାର ମଧ୍ୟ କିଛି ହୋଇନି। ଟ୍ରେନ୍‌ଟି ୧୦୦ କିମି ବେଗରେ ଆସିଥିଲେ ମଧ୍ୟ ମା ଓ ପିଲାର କିଛି ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।  ଘଟଣାଟି ଏମିତି।

ଶନିବାର ସମୟ ସକାଳ ୧୧ଟା ବାଜି ୩୦ମିନିଟ୍‌। ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସ ବୁରହାନପୁର ଷ୍ଟେସନରେ ଅଟକିଥିଲା। ସେଥିରୁ ଜଣେ ମହିଳା ତାଙ୍କର ଦେଢ଼ ମାସର ଶିଶୁ ପୁତ୍ରକୁ ଧରି ବାହାରିଥିଲେ। ଏହି ସମୟରେ  ଅନ୍ୟ ଏକ ଟ୍ରାକ୍‌ରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଆସୁଥିଲା ପୁଷ୍ପକ ଏକ୍ସପ୍ରେସ୍‌। ଚାହୁଁ ଚାହୁଁ ମହିଳା ଜଣକ ଶୋଇପଡ଼ିଥିଲେ ସେହି ଟ୍ରେନ୍‌ ଆଗରେ। ଏହା ପରେ ଯାହା ଘଟିଥିଲା ଆପଣ ଶୁଣିଲେ ଅବାକ୍‌ ହୋଇଯିବେ।  ଟ୍ରେନ୍‌ ଚାଲିଗଲା। କିନ୍ତୁ ପଡ଼ି ରହିଲେ ମା’ପୁଅ। ହେଲେ ମୃତ ନୁହେଁ ଜୀବିତ ଅବସ୍ଥାରେ। ଦୁହିଁଙ୍କ ଦେହରେ ଟିକିଏ ବି ଆଘାତ ଲାଗି ନ ଥିଲା। ତୁରନ୍ତ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ମହିଳା ଜଣଙ୍କ କହିବା ଅନୁଯାୟୀ, ତାଙ୍କ ସାବତ ମା’ ଜୋର ଜବରଦସ୍ତ ଜଣେ ବିବାହିତ ପୁରୁଷଙ୍କ ସହିତ ବିବାହ କରାଇ ଦେଇଥିଲେ।

ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିଲେ। ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ସେବେଠାରୁ ସେ ଚିନ୍ତାରେ ରହୁଥିଲେ। ପୁଅ ହେବା ପୂର୍ବରୁ ମଧ୍ୟ ସେ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଆଜି ଯେପରି ବଞ୍ଚିଗଲେ,ସେତେବେଳେ ମଧ୍ୟ ବଞ୍ଚି ଯାଇଥିଲେ। ପୋଲିସକୁ ଏମିତି କିଛି ବୟାନ୍‌ ଦେଇଛନ୍ତି ସମ୍ପୃକ୍ତ ମହିଳା। ବର୍ତ୍ତମାନ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ପୋଲିସ କହିଛି। କୁହାଯାଏ ଜନ୍ମ ଏବଂ ମୃତ୍ୟୁ ହେଉଛି ଇଶ୍ୱର ନିର୍ଦ୍ଧାରିତ। ଏହା ମଣିଷର ଇଚ୍ଛାଧୀନ ହୋଇପାରେନା।  ତେଣୁ ମଣିଷ ଚାହିଁଲେ ବି ମୃତ୍ୟୁର ସମୟ ଆଗରୁ ମରିପାରେନା। ଏମିତି କି ମୃତ୍ୟୁର ଦୂତ ଯମ ଆସିଲେ ବି କାହାର ଜୀବନ ନେବା ଅସମ୍ଭବ। ଯାହାର ଉପରୋକ୍ତ ଘଟଣା ହେଉଛି ଏକ ଜ୍ୱଳନ୍ତ ଉଦାହରଣ।

Related story