ଏହି ୭ଟି ଦେଶରେ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ମଧ୍ୟ ଆପଣ ଚଳାଇ ପାରିବେ କାର୍

ଆପଣ ବିଦେଶରେ କାର୍‌ ଚଲାଇବାର ମଜା ନେବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏପରି ଅନେକ ଦେଶ ଅଛି ଯେଉଁଠି ଆପଣଙ୍କ ଇଚ୍ଛା ପୂରା ହୋଇପାରିବ। ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ସେଠି ମଧ୍ୟ ଗାଡ଼ି ଚଲାଇ ପାରିବେ। ଆସନ୍ତୁ ଜାଣିବା ସେହି ଦେଶଗୁଡ଼ି ବିଷୟରେ ଯେଉଁଠି ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇ ପାରିବେ। ଜର୍ମାନୀ- ଯଦି ଆପଣ ଜର୍ମାନୀ ବୁଲିବାକୁ ଯାଉଛନ୍ତି ତେବେ ସେଠାରେ ଲଙ୍ଗ୍ ଡ୍ରାଇଭିଂର ମଜା ନେବାକୁ ଭୁଲନ୍ତୁ ନାହିଁ। […]

car

Rakesh Mallick
  • Published: Tuesday, 05 June 2018
  • , Updated: 05 June 2018, 03:47 PM IST

ଆପଣ ବିଦେଶରେ କାର୍‌ ଚଲାଇବାର ମଜା ନେବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏପରି ଅନେକ ଦେଶ ଅଛି ଯେଉଁଠି ଆପଣଙ୍କ ଇଚ୍ଛା ପୂରା ହୋଇପାରିବ। ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ସେଠି ମଧ୍ୟ ଗାଡ଼ି ଚଲାଇ ପାରିବେ। ଆସନ୍ତୁ ଜାଣିବା ସେହି ଦେଶଗୁଡ଼ି ବିଷୟରେ ଯେଉଁଠି ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇ ପାରିବେ।

ଜର୍ମାନୀ- ଯଦି ଆପଣ ଜର୍ମାନୀ ବୁଲିବାକୁ ଯାଉଛନ୍ତି ତେବେ ସେଠାରେ ଲଙ୍ଗ୍ ଡ୍ରାଇଭିଂର ମଜା ନେବାକୁ ଭୁଲନ୍ତୁ ନାହିଁ। ଏଠାରେ ଆପଣ ଭାରତୀୟ ଲାଇସେନ୍ସରେ ଗାଡ଼ି ଚଲାଇପାରିବେ। ଏଠାରେ ଡ୍ରାଇଭିଂ ପାଇଁ ‘ଇଣ୍ଟର ନ୍ୟାସନାଲ ଡ୍ରାଇଭିଂ ପରମିଟ୍‌’ ଦରକାର ହୁଏ ନାହିଁ।

ଆମେରିକା- ଯଦି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଇଂରାଜୀରେ ତିଆରି ହୋଇଛି ତେବେ ଆପଣ ବର୍ଷେ ଯାଏଁ ଆମେରିକାରେ ଗାଡ଼ି ଚଲାଇ ପାରିବେ। ନଚେତ ଆପଣଙ୍କୁ ‘ଇଣ୍ଟର ନ୍ୟାସନାଲ ଡ୍ରାଇଭିଂ ପରମିଟ୍‌’ ତିଆରି କରିବାକୁ ପଡ଼ିବ।

ଅଷ୍ଟ୍ରେଲିଆ- ନିୟ୍ୟୁ ସାଉଥ ୱେଲ୍ସ୍, କ୍ୱିନ୍ସଲାଣ୍ଡ, ଦକ୍ଷିଣ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ କ୍ୟାପିଟାଲ୍ ଟେରିଟୋରିରେ ହିଁ କେବଳ ଭାରତୀୟ ଲାଇସେନ୍ସରେ ଗାଡ଼ି ଚଳାଇ ହେବ। କିନ୍ତୁ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ବୈଧ ହୋଇଥିବା ଦରକାର।

ସୁଇଜରଲାଣ୍ଡ- ଆମେରିକା ପରି ଏଠାରେ ମଧ୍ୟ ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ଏକ ବର୍ଷ ଯାଏଁ ଗାଡ଼ି ଚଲାଇ ପାରିବେ। ମନେ ରଖନ୍ତୁ ଲାଇସେନ୍ସ୍‌ ଇଂରାଜୀରେ ଓ ବୈଧ ହୋଇଥିବା ଦରକାର।

ନରୱେ- ଏଠାରେ ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ୩ ମାସ ଯାଏଁ ଗାଡ଼ି ଚଲାଇ ପାରିବେ।

ଦକ୍ଷିଣ ଆଫ୍ରିକା- ଏଠାରେ ମଧ୍ୟ ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ଏକ ବର୍ଷ ଯାଏଁ ଗାଡ଼ି ଚଲାଇ ପାରିବେ। ଏଥିପାଇଁ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଇଂରାଜୀରେ ତିଆରି ହୋଇଥିବା ଜରୁରୀ।

 ଲଣ୍ଡନ- ଏଠାରେ ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ଏକ ବର୍ଷ ଯାଏଁ ଗାଡ଼ି ଚଲାଇ ପାରିବେ। କିନ୍ତୁ ଏଠାରେ ଆପଣ କେବଳ ନିଜର ଛୋଟ କାର ଓ ବାଇକ୍ ବ୍ୟବହାର କରିପାରିବେ।

Related story