ତ୍ରିପାକ୍ଷିକ ବୈଠକରେ ବାହାରି ପାରିଲାନି ସମାଧାନର ବାଟ, ଖଣି ନିଲାମିରେ ସାମିଲ୍ ହେବାକୁ ପୋସ୍କୋ ଅନିଚ୍ଛୁକ

ନୂଆଦିଲ୍ଲୀ: ୫୨ ହଜାର କୋଟିର ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ନେଇ ଆଜି ନୂଆଦିଲ୍ଲୀରେ ବସିଥିବା ତ୍ରିପାକ୍ଷିକ ବୈଠକରେ ବାହାରି ପାରିଲାନି ସମାଧାନର ସୂତ୍ର। ବୈଠକ ପରେ କେନ୍ଦ୍ର, ରାଜ୍ୟ କି ପୋସ୍କୋ ପକ୍ଷରୁ କିଛି କୁହାଯାଇ ନ ଥିଲେ ବି ଖଣି ପାଇଁ ନିଲାମୀରେ ଭାଗ ନେବାକୁ ପୋସ୍କୋ ଅନିଚ୍ଛା ପ୍ରକାଶ କରିଥିବା ଶୁଣିବାକୁ ମିଳିଛି। ସେପଟେ ପୋସ୍କୋ ପ୍ରସଙ୍ଗରେ ସେପଟେମ୍ୱର ପ୍ରଥମ ସପ୍ତାହରେ ନବୀନ ଓ ଜେଟଲୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ଏବେ ଏହା ଉପରେ […]

Posco

Posco

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 04:11 PM IST

Sports

Latest News

Poscoନୂଆଦିଲ୍ଲୀ: ୫୨ ହଜାର କୋଟିର ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ନେଇ ଆଜି ନୂଆଦିଲ୍ଲୀରେ ବସିଥିବା ତ୍ରିପାକ୍ଷିକ ବୈଠକରେ ବାହାରି ପାରିଲାନି ସମାଧାନର ସୂତ୍ର। ବୈଠକ ପରେ କେନ୍ଦ୍ର, ରାଜ୍ୟ କି ପୋସ୍କୋ ପକ୍ଷରୁ କିଛି କୁହାଯାଇ ନ ଥିଲେ ବି ଖଣି ପାଇଁ ନିଲାମୀରେ ଭାଗ ନେବାକୁ ପୋସ୍କୋ ଅନିଚ୍ଛା ପ୍ରକାଶ କରିଥିବା ଶୁଣିବାକୁ ମିଳିଛି। ସେପଟେ ପୋସ୍କୋ ପ୍ରସଙ୍ଗରେ ସେପଟେମ୍ୱର ପ୍ରଥମ ସପ୍ତାହରେ ନବୀନ ଓ ଜେଟଲୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ଏବେ ଏହା ଉପରେ ସମସ୍ତଙ୍କ ନଜର।

ଆଜି ସମସ୍ତଙ୍କ ନଜର ଥିଲା ପୋସ୍କୋକୁ ନେଇ ତ୍ରିପାକ୍ଷିକ ବୈଠକ ଉପରେ। ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ବୈଠକରେ ଖୋଜା ଯାଇଥିଲା ସମାଧାନର ବାଟ। କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଦୀପ ସିହ୍ନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୋଗ ଦେଇଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଖଣି ଇସ୍ପାତ ବିଭାଗର ପ୍ରମୁଖ ସଚିବ ଆର.କେ.ଶର୍ମା ଏବଂ ପୋସ୍କୋ ସିଏମଡି। ତେବେ ପ୍ରାୟ ଦେଢ ଘଣ୍ଟାର ଆଲୋଚନା ପରେ ବାହାରିଲାନି ସମାଧାନର ବାଟ। ମିଳିଥିବା ସୂଚନା ଅନୁସାରେ ନିଲାମୀରେ ସାମିଲ ପାଇଁ ଇଚ୍ଛା ପ୍ରକଟ କରି ନ ଥିଲା ପୋସ୍କୋ। ଯୁକ୍ତି ଥିଲା ୨୦୦୫ ଏମଓୟୁରେ ରାଜ୍ୟ ସରକାର ୬ ଶହ ମିଲିୟନ ଟନର ଲୁହାପଥର ଖଣି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଆଧାରରେ ଖଣି ପାଇଁ ପୋସ୍କୋ କହିଥିଲା। ସେପଟେ କେନ୍ଦ୍ରର ଯୁକ୍ତି ଥିଲା ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଏଣିକି ନିଲାମି ବାଧ୍ୟତାମୂଳକ। ଖଣି ନେବାକୁ ହେଲେ ପୋସ୍କୋକୁ ନିଲାମୀରେ ଭାଗ ନେବାକୁ ପଡିବ।

ତେବେ ରାଜ୍ୟ ସରକାର ଓଏମସି ମାଧ୍ୟମରେ ଖଣି ଲିଙ୍କେଜ ପାଇଁ ପ୍ରସ୍ତାବ ଦେଇଥିବା କୁହାଯାଇଛି। ବୈଠକରୁ କୌଣସି ସମାଧାନ ବାହାରିନଥିବା ବେଳେ ସେପଟେମ୍ୱର ପ୍ରଥମ ସପ୍ତାହରେ ପୋସ୍କୋ ସମସ୍ୟା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ। ଏବେ ତା ଉପରେ ନଜର।

ପୋସ୍କୋକୁ ଖଣ୍ଡାଧାର ଖଣିର ପ୍ରସପେକଟିଂ ଲାଇସେନସ ପ୍ରଦାନକୁ ନେଇ ଦେଖାଦେଇଥିଲା ସମସ୍ୟା। ସଂଶୋଧିତ ଏମଏମଡିଆର୍ ଆକ୍ଟ ଆସିବା ପରେ ଏଣିକି ନିଲାମୀ ମାଧ୍ୟମରେ ହିଁ ଖଣି ଦିଆଯିବ ବୋଲି ସ୍ପଷ୍ଟ ହେଲା। ଏହା ଭିତରେ ଗତ ଜୁଲାଇ ମାସରେ ପୋସ୍କୋ ତା’ର ଓଡ଼ିଶା ପ୍ରକଳ୍ପକୁ ଫ୍ରିଜ କରିଥିବା ଘୋଷଣା ବି କଲା। ତା’ପରେ ସରକାରୀ ସ୍ତରରେ ପ୍ରକାଶ ପାଇଲା ତତ୍ପରତା। ସମସ୍ୟାର ସମାଧାନ ପାଇଁ ବୈଠକ ଡକାଇବାକୁ କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନାଙ୍କୁ ଚିଠି ଲେଖିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ପୋସ୍କୋକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଭାବ ପ୍ରକାଇବ ବୋଲି ଚିଠିରେ ଉଲ୍ଲେଖ ଥିଲା। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପାଇଁ ପୋସ୍କୋ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହୋଇଥିବାରୁ ଏହାକୁ ପ୍ରାଥମିକତା ଦିଆଯିବା ଦରକାର ବୋଲି ମୁଖ୍ୟ ଶାସନ ସଚିବ ଲେଖିଥିଲେ। ରାଜ୍ୟ ବିଜେଡି ସାଂସଦମାନେ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ପେସ୍କା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story