୧୬,୧୦୮ କନ୍ୟାଙ୍କୁ କାହିଁକି ପତ୍ନୀ ଭାବେ ଗ୍ରହଣ କରିଥିଲେ ଶ୍ରୀକୃଷ୍ଣ ?

ହିନ୍ଦୁ ଦେବତା ମଧ୍ୟରେ ସବୁଠାରୁ ଲୋକପ୍ରିୟ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ।  କୃଷ୍ଣଙ୍କୁ ନେଇ ଅନେକ କାହାଣୀ, ଅନେକ କିମ୍ବଦନ୍ତୀ ଭାରତୀୟ ପ୍ରାଦେଶିକ ସାହିତ୍ୟରେ ପ୍ରକାଶ ପାଇଛି। କେତେବେଳେ ରାଧା ଓ ଗୋପୀମାନଙ୍କୁ ନେଇ ତାଙ୍କ ପ୍ରେମ କାହାଣୀ ତ କେତେବେଳେ ଗୀତାରେ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଜଣେ ସଂସ୍କାରକ ଭାବ ଉପସ୍ଥାପିତ ହୋଇଛନ୍ତି ଶ୍ରୀକୃଷ୍ଣ। ବିଭିନ୍ନ ଶାସ୍ତ୍ରବିତ୍‌ ଏହି ବହୁମୁଖୀ ସମାଜ ସଂସ୍କାରକ ଚରିତ୍ରକୁ ଆଧାର କରି ତାଙ୍କୁ ଜଗତ୍‌ଗୁରୁ, ପୁରୁଷୋତ୍ତମ ଭଳି ନାମରେ ନାମିତ କରିଛନ୍ତି। ହେଲେ […]

lord-krishna-wifes

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 10:30 PM IST

ହିନ୍ଦୁ ଦେବତା ମଧ୍ୟରେ ସବୁଠାରୁ ଲୋକପ୍ରିୟ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ।  କୃଷ୍ଣଙ୍କୁ ନେଇ ଅନେକ କାହାଣୀ, ଅନେକ କିମ୍ବଦନ୍ତୀ ଭାରତୀୟ ପ୍ରାଦେଶିକ ସାହିତ୍ୟରେ ପ୍ରକାଶ ପାଇଛି। କେତେବେଳେ ରାଧା ଓ ଗୋପୀମାନଙ୍କୁ ନେଇ ତାଙ୍କ ପ୍ରେମ କାହାଣୀ ତ କେତେବେଳେ ଗୀତାରେ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଜଣେ ସଂସ୍କାରକ ଭାବ ଉପସ୍ଥାପିତ ହୋଇଛନ୍ତି ଶ୍ରୀକୃଷ୍ଣ। ବିଭିନ୍ନ ଶାସ୍ତ୍ରବିତ୍‌ ଏହି ବହୁମୁଖୀ ସମାଜ ସଂସ୍କାରକ ଚରିତ୍ରକୁ ଆଧାର କରି ତାଙ୍କୁ ଜଗତ୍‌ଗୁରୁ, ପୁରୁଷୋତ୍ତମ ଭଳି ନାମରେ ନାମିତ କରିଛନ୍ତି। ହେଲେ ବେଳେ ବେଳେ ଶ୍ରୀକୃଷ୍ଣ ପ୍ରେମିକ ଚରିତ୍ରକୁ ନେଇ ନାନା ପ୍ରଶ୍ନ ଉଠେ। ରାଧାଙ୍କୁ ପ୍ରେମ କରି ରୁକ୍ମଣୀଙ୍କୁ ବିବାହ କରିବା ହେଉ କି ରୁକ୍ମଣୀଙ୍କ ଭଳି ପତ୍ନୀ ଥାଉ ଥାଉ୧୬ ଶହସ୍ର କନ୍ୟାଙ୍କୁ ବରଣ କରିବା ସବୁଥିରେ କିଛି ନା କିଛି ରହସ୍ୟ ଲୁଚି ରହିଛି। କେତେବେଳେ ଆମେ ଏହାର ଉତ୍ତର ପାଉ ତ ପୁଣି କେତେବେଳେ ପ୍ରଶ୍ନ ଗୁଚ୍ଛରେ ଛନ୍ଦି ହୋଇ ଦ୍ୱନ୍ଦରେ ପଡିଯାଉ। ଆପଣ ବି ଏମିତି ପ୍ରଶ୍ନ ନିଜକୁ ପଚାରିଥାଇ ପାରନ୍ତି। ଏହି ଲେଖାରେ ଆମ ସେମିତି ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ।

କେବଳ ପ୍ରେମ ନୁହେଁ ବିବାହ ପାଇଁ ମଧ୍ୟ ଚର୍ଚ୍ଚିତ ଶ୍ରୀକୃଷ୍ଣ ୧୬,୧୦୮ ପତ୍ନୀ ଗ୍ରହଣ କରିଥିଲେ। ଏହା ପଛରେ ଏକ ରୋଚକ କାରଣ ରହିଛି। ଶ୍ରୀମଦ୍‌ଭାଗବତରୁ ମିଳିଥିବା ତଥ୍ୟ ମୁତାବକ , ଶ୍ରୀକୃଷ୍ଣଙ୍କର ପ୍ରମୁଖ ୮ଜଣ ପତ୍ନୀ ଥିଲେ। ଯେଉଁମାନେ 'ଅଷ୍ଟ-ଭାର୍ଯ୍ୟା' ନାଁରେ ପରିଚିତ। ସେମାନେ ହେଲେ- ରୁକ୍ଣଣୀ, ସତ୍ୟଭାମା, ଜମ୍ବବତୀ, କାଳିନ୍ଦି, ମିତ୍ରବିନ୍ଦା, ନଗ୍ନଜିତି, ଭଦ୍ରା, ଲକ୍ଷ୍ମଣା। ଏମାନଙ୍କ ବ୍ୟତିତ ତାଙ୍କର ଆହୁରି ଅନେକ ପତ୍ନୀ ରହିଥିଲେ।

ଦ୍ୱାପର ଯୁଗରେ ଜଣେ ଅସୁର ଥିଲା ଯାହାର ନାଁ ଥିଲା ନାରାକାସୁର। ସେ ୧୬,୧୦୦ ଅବିବାହିତ ସୁନ୍ଦରୀ କନ୍ୟାଙ୍କୁ ରଖି ସେମାନଙ୍କ ସହ ରତୀକ୍ରିଡା ସ୍ଥାପନ କରୁଥିଲା। ଯେତେବେଳେ କୃଷ୍ଣ ନରାକାସୁରକୁ ହତ୍ୟାକଲେ ସେତବେଳେ ଏହି ଯୁବତୀମାନଙ୍କ ପାଇଁ ଆଉ ଏକ ନୂଆ ଚିନ୍ତା ଛିଡା ହୋଇଥିଲା। ସେମାନଙ୍କୁ କେହି ବିବାହ କରିବାକୁ ମଙ୍ଗି ନ ଥିଲେ। ଫଳରେ ଉକ୍ତ କନ୍ୟାମାନେ କିଛି ଉପାୟ ନ ପାଇ ଶେଷରେ କୃଷ୍ଣଙ୍କୁ ହିଁ ବରଣ କରିବାକୁ ଅନୁମତି ମାଗିଥିଲେ। ଧର୍ମାକୁ ସାମ୍ନାରେ ରଖି ଶ୍ରୀକୃଷ୍ଣ ସେମାନଙ୍କୁ ନିଜ ପତ୍ନୀ ଭାବେ ଗ୍ରହଣ କରିଥିଲେ।

Related story