ପତ୍ନୀଙ୍କ ନାଁ ଭୁଲ ଲେଖି ଚର୍ଚ୍ଚାରେ ଟ୍ରମ୍ପ

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର କିନ୍ତୁ ନିଜ ପତ୍ନୀଙ୍କ ନାଁ ଭୁଲ ଲେଖି ଚର୍ଚ୍ଚା ପରିସରକୁ ଆସିଛନ୍ତି ଟ୍ରମ୍ପ। ପ୍ରକୃତ ଘଟଣାଟି କ’ଣ ଆସନ୍ତୁ ଜାଣିବା। ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କର କିଡ୍‌ନୀ ଜନିତ ସମସ୍ୟା ଦେଖା ଦେବାରୁ ଗତ କିଛିଦିନ ହେବ ସେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଟ୍ରମ୍ପ ଟ୍ୱିଟ୍‌ କରି ତାଙ୍କୁ ସ୍ୱାଗତ […]

trump

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 10:46 PM IST

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର କିନ୍ତୁ ନିଜ ପତ୍ନୀଙ୍କ ନାଁ ଭୁଲ ଲେଖି ଚର୍ଚ୍ଚା ପରିସରକୁ ଆସିଛନ୍ତି ଟ୍ରମ୍ପ। ପ୍ରକୃତ ଘଟଣାଟି କ’ଣ ଆସନ୍ତୁ ଜାଣିବା।

ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କର କିଡ୍‌ନୀ ଜନିତ ସମସ୍ୟା ଦେଖା ଦେବାରୁ ଗତ କିଛିଦିନ ହେବ ସେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଟ୍ରମ୍ପ ଟ୍ୱିଟ୍‌ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଟ୍ୱିଟ୍‌ରେ ସେ ତାଙ୍କ ପତ୍ନୀଙ୍କ ନାଁ ମେଲାନିଆକୁ ମେଲାନି ଲେଖି ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଟ୍ରମ୍ପ ଲୋକମାନଙ୍କ ବ୍ୟଙ୍ଗର ଶିକାର ମଧ୍ୟ ହୋଇଥିଲେ।

କିନ୍ତୁ ଏହାର କିଛି ସମୟ ପରେ ନିଜ ତୃଟି ସୁଧାରି ଠିକ୍ ଭାବରେ ପତ୍ନୀଙ୍କ ନାଁ ଲେଖି ପୁଣିଥରେ ରି-ଟ୍ୱିଟ୍‌ କରିଥିଲେ ଟ୍ରମ୍ପ। ଏହାସହିତ ଭୁଲ୍‌ ହୋଇଥିବା ଟ୍ୱିଟ୍‌କୁ ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ଡିଲିଟ୍‌ କରିଦେଇଥିଲେ।

Related story