ଟେଣ୍ଟ୍‌ ବାନ୍ଧିବା ହେଲା କାଳ: ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ଭାଇ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ୨ ଭାଇଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ନିଆଁବାଗ୍‌ ଗାଁର ଯୁଧିଷ୍ଠିର ଦାସ ଓ ବିଶ୍ୱଜିତ୍ ଦାସ। ଦୁଇ ଭାଇ ମନ୍ଦାରପୁର ଗାଁର ଏକ ଉତ୍ସବ ପାଇଁ ଟେଣ୍ଟ୍‌ ବାନ୍ଧୁଥିଲେ। ଏହି ସମୟରେ ବଡ଼ ଭାଇ ଯୁଧିଷ୍ଠିର ଖୁଣ୍ଟରେ ଚଢ଼ି ତାର ସଂଯୋଗ କରୁଥିବା ବେଳେ ୧୧ କେଭି […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 10:32 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ୨ ଭାଇଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ନିଆଁବାଗ୍‌ ଗାଁର ଯୁଧିଷ୍ଠିର ଦାସ ଓ ବିଶ୍ୱଜିତ୍ ଦାସ।

ଦୁଇ ଭାଇ ମନ୍ଦାରପୁର ଗାଁର ଏକ ଉତ୍ସବ ପାଇଁ ଟେଣ୍ଟ୍‌ ବାନ୍ଧୁଥିଲେ। ଏହି ସମୟରେ ବଡ଼ ଭାଇ ଯୁଧିଷ୍ଠିର ଖୁଣ୍ଟରେ ଚଢ଼ି ତାର ସଂଯୋଗ କରୁଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ। ସେହିପରି ସାନ ଭାଇ ବିଶ୍ୱଜିତ୍ ତଳେ ତାର ଧରିଥିବାରୁ ସେ ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରେମୁଣା ଡାକ୍ତରଖାନାକୁ ନିଆଯାଇଥିଲା।  ହେଲେ ସେଠାରେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ।

Related story