ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଆଜି ସନ୍ଧ୍ୟାବେଳେ ଏକ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ଛୁରା ଧରି ଲେଡିଜ୍ ହଷ୍ଟେଲରେ ପଶି ଛାତ୍ରୀମାନଙ୍କୁ ଭୟଭୀତ କରାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି।
ଆଜି ସନ୍ଧ୍ୟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍ ଉଦ୍ଦେଶ୍ୟରେ ହାତରେ ଛୁରା ଧରି ବୁଦ୍ଧ ପାର୍କ ଅଞ୍ଚଳରେ ଥିବା ଏକ ଲେଡିଜ୍ ହଷ୍ଟେଲରେ ପଶିଥିଲେ। ସେମାନେ ପ୍ରଥମେ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ଅନ୍ୟ ଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ବାହାରକୁ ଆସି ପୋଲିସ୍କୁ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ। ପୋଲିସ ହଷ୍ଟେଲରେ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।