୨ ଦଫା ଦାବି ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଆଜି ବୌଦ୍ଧ ବନ୍ଦ 

ବୌଦ୍ଧ: ୨ ଦଫା ଦାବି ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଆଜି ବୌଦ୍ଧ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଫଳରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି। ସଂଘର ସଭ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ି ମଟର ବନ୍ଦ କରିଛନ୍ତି। ଚଳିତବର୍ଷ ବୌଦ୍ଧ ଜିଲ୍ଲାରେ କମ୍ ବର୍ଷା ଯୋଗୁଁ ମୁରୁଡି ଦେଖାଯାଇଥିଲା। ସରକାର ଚାଷୀଙ୍କୁ ମୁରୁଡି ସହାୟତା ରାଶି ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବୌଦ୍ଧ ଜିଲ୍ଲାରେ […]

bjp

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 04:40 AM IST

ବୌଦ୍ଧ: ୨ ଦଫା ଦାବି ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଆଜି ବୌଦ୍ଧ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଫଳରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି। ସଂଘର ସଭ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ି ମଟର ବନ୍ଦ କରିଛନ୍ତି।

ଚଳିତବର୍ଷ ବୌଦ୍ଧ ଜିଲ୍ଲାରେ କମ୍ ବର୍ଷା ଯୋଗୁଁ ମୁରୁଡି ଦେଖାଯାଇଥିଲା। ସରକାର ଚାଷୀଙ୍କୁ ମୁରୁଡି ସହାୟତା ରାଶି ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଏପର୍ଯ୍ୟନ୍ତ ମରୁଡି ସହାୟତା  ରାଶି ପହଞ୍ଚି ପାରି ନ ଥିବା ଅଭିଯୋଗରେ ଆଜି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଆଖିଆଗରେ ରଖି  ବୌଦ୍ଧରେ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା କରାଯାଇଛି।

Related story