ଉଜ୍ଜ୍ୱଳା କାର୍ଯ୍ୟକ୍ରମ ଭଣ୍ଡୁର: ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍‌ ସଚିବଙ୍କ ଚିଠି

ଭୁବନେଶ୍ୱର: କଟକ ଜିଲ୍ଲା ଆଠଗଡ଼ ଓ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଶୃଙ୍ଖଳା ହୋଇଥିଲା, ଯାହାଦ୍ୱାରା ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡ଼ିଥିଲା। ଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସଚିବ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି। ତୈଳ କମ୍ପାନୀ ଗୁଡ଼ିକ ଆୟୋଜନ କରୁଥିବା ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସୁରକ୍ଷା ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀ ନିଗମାନନ୍ଦ […]

ujjala

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 08:04 PM IST

ଭୁବନେଶ୍ୱର: କଟକ ଜିଲ୍ଲା ଆଠଗଡ଼ ଓ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଶୃଙ୍ଖଳା ହୋଇଥିଲା, ଯାହାଦ୍ୱାରା ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡ଼ିଥିଲା। ଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସଚିବ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି। ତୈଳ କମ୍ପାନୀ ଗୁଡ଼ିକ ଆୟୋଜନ କରୁଥିବା ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସୁରକ୍ଷା ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀ ନିଗମାନନ୍ଦ ମଣ୍ଡପରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ହେବାର ଥିଲା। ଏଥିରେ ଅତିଥି ଭାବେ ଯୋଗ ଦେବାକୁ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଓ ନେତ୍ରୀ ପିଙ୍କି ପ୍ରଧାନ ଆସିଥିଲେ। ସଭା ଆରମ୍ଭରେ ସ୍ଥାନୀୟ ବିଧାୟକ ଓ ତାଙ୍କ ସମର୍ଥକମାନେ କାର୍ଯ୍ୟକ୍ରମକୁ ବାଧା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପରେ ପୁଲିସ୍ କାର୍ଯ୍ୟକ୍ରମକୁ ବାତିଲ କରିଥିଲା। ଫଳରେ ହିତାଧିକାରୀମାନେ ନିରାଶ ହୋଇ ଘରକୁ ଫେରିଥିଲେ।

ସେହିପରି ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ହେବାର ଥିଲା। ଶେଷ ମୁହୂର୍ତ୍ତରେ ଏନ୍‌ଏସି କର୍ତ୍ତୃପକ୍ଷ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ। ପରେ ତୈଳ କମ୍ପାନୀ ପକ୍ଷରୁ ଅନ୍ୟ ଏକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିବାରୁ ସ୍ଥାନୀୟ ବିଜେଡି କର୍ମୀମାନେ ଗଣ୍ଡଗୋଳ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଫଳରେ ଗ୍ୟାସ୍‌ ନେବାକୁ ଆସିଥିବା ହିତାଧିକାରୀମାନ ଫେରିଯାଇଥିଲେ।

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ଚୟନ ଦଳୀୟ ଭିତ୍ତିରେ କରାଯାଉଛି।”

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଏହି ଯୋଜନାରେ ମାଗଣାରେ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯାଉଛି। ଏଥିରେ ଅସହିଷ୍ଣୁତା ଆସିଲା କେଉଁଠୁ? ଏଥିରୁ ଜଣାପଡ଼ୁଛି ତାଙ୍କର ଗରିବ ବିରୋଧୀ ମାନସିକତା।”

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଉଛି। ଏବେ ସୁଦ୍ଧା ରାଜ୍ୟର ଲକ୍ଷେ ପନ୍ଦର ହଜାର ମହିଳାଙ୍କୁ ଏହି ଯୋଜନାରେ ଗ୍ୟାସ୍ ସିଲିଣ୍ଡର ଦିଆଯାଇଥିବା ବେଳେ ଏ ବର୍ଷ ୧୦ ଲକ୍ଷ ମହିଳାଙ୍କୁ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ୩ ବର୍ଷରେ ୩୦ ଲକ୍ଷ ଗରିବ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଘରେ ନ ପଶୁଣୁ ଚାଳ ବାଜିବା ପରି କାର୍ଯ୍ୟକ୍ରମ ଆରମ୍ଭ ଦିନ ଜୁନ୍ ୨୦ରେ ସମ୍ବଲପୁରରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଅତିଥି କରିବା ନେଇ ପ୍ରତିବାଦ କରିଥିଲା ବିଜେଡି। ପରେ ବ୍ଲକ୍ ସ୍ତରେ ଆୟୋଜନ ହେଉଥିବା କାର୍ଯ୍ୟକ୍ରମରେ ବିଜେପିର ଅତିଥିମାନଙ୍କୁ ହଜମ କରିପାରୁନି ବିଜେଡି। ସେଥିପାଇଁ ଦୁଇ ଦଳ ଭିତରେ ବିବାଦ ତେଜୁଛି।

Related story