ଜିଲ୍ଲାପାଳଙ୍କୁ ରାଜକୀୟ ସମ୍ମାନ: ବିଦାୟକାଳୀନ ସମ୍ବର୍ଦ୍ଧନାରେ ଏମିତି ଆୟୋଜନ କଲେ ଗାଁ ଲୋକେ

କୌଣସି କର୍ମଚାରୀ ବଦଳି ହେଲେ ଚିରାଚରିତ ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥାଏ। କିନ୍ତୁ ଉତ୍ତରପ୍ରଦେଶର ଭଦେହି ଜନପଦରେ ଜଣେ ଜିଲ୍ଲାପାଳଙ୍କୁ ଲୋକେ ନିଆରା ଢଙ୍ଗରେ ବିଦାୟ ଦେଇଛନ୍ତି ।ଏଠାରେ ଲୋକେ ଜିଲ୍ଲାପାଳଙ୍କୁ ରାଜକୀୟ ସମ୍ମାନରେ ବିଦାୟ ଦେଇଛନ୍ତି। ଏମିତି ଥିଲା କାର୍ଯ୍ୟକ୍ରମ: ଜିଲ୍ଲାପାଳଙ୍କ ପାଇଁ ଆସିଥିଲା ରଥ। ରଥଟି ଗେଣ୍ଡୁଫୁଲରେ ସଜ୍ଜା ଯାଇଥିଲା। ଯେପରି ରାଜରାଜୁଡ଼ା ପାଇଁ ସଜ୍ଜିତ ହୋଇଥାଏ। ସେଥିରେ ଜିଲ୍ଲାପାଳ ବସିଥିଲେ। ତାଙ୍କୁ ରଥରେ ବସାଇ ଲୋକେ ବଦଳି ହୋଇଥିବା ସ୍ଥାନକୁ ନେଇ ଯାଇଥିଲେ। ଜିଲ୍ଲାପାଳଙ୍କ […]

uuuu

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 06:42 PM IST

କୌଣସି କର୍ମଚାରୀ ବଦଳି ହେଲେ ଚିରାଚରିତ ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥାଏ। କିନ୍ତୁ ଉତ୍ତରପ୍ରଦେଶର ଭଦେହି ଜନପଦରେ ଜଣେ ଜିଲ୍ଲାପାଳଙ୍କୁ ଲୋକେ ନିଆରା ଢଙ୍ଗରେ ବିଦାୟ ଦେଇଛନ୍ତି ।ଏଠାରେ ଲୋକେ ଜିଲ୍ଲାପାଳଙ୍କୁ ରାଜକୀୟ ସମ୍ମାନରେ ବିଦାୟ ଦେଇଛନ୍ତି।

ଏମିତି ଥିଲା କାର୍ଯ୍ୟକ୍ରମ: ଜିଲ୍ଲାପାଳଙ୍କ ପାଇଁ ଆସିଥିଲା ରଥ। ରଥଟି ଗେଣ୍ଡୁଫୁଲରେ ସଜ୍ଜା ଯାଇଥିଲା। ଯେପରି ରାଜରାଜୁଡ଼ା ପାଇଁ ସଜ୍ଜିତ ହୋଇଥାଏ। ସେଥିରେ ଜିଲ୍ଲାପାଳ ବସିଥିଲେ। ତାଙ୍କୁ ରଥରେ ବସାଇ ଲୋକେ ବଦଳି ହୋଇଥିବା ସ୍ଥାନକୁ ନେଇ ଯାଇଥିଲେ। ଜିଲ୍ଲାପାଳଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।  ଜିଲ୍ଲାପାଳଙ୍କ ସହ ଲୋକେ ଫଟୋ ମଧ୍ୟ ଉଠାଇଥିଲେ।

ଜିଲ୍ଲାପାଳ ବିଶାଖ ଜୀଙ୍କ ବଦଳି ଗତ ଶନିବାର ଚିତ୍ରକୂଟ ହୋଇଥିଲା। ତା’ପର ଦିନ ବା ରବିବାର ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଏପରି ବିଦାୟ ଦେଇଥିଲେ। ବଦଳି ହେବା ପରେ ଲୋକେ ତାଙ୍କୁ ଏପରି ସମ୍ବର୍ଦ୍ଧନା ଜଣାଇବେ ବୋଲି ଜିଲ୍ଲାପାଳ କେବେ ଆଶା କରି ନ ଥିଲେ। ଜିଲ୍ଲାପାଳ ବଦଳିରେ ସେ ଅଞ୍ଚଳରେ ଲୋକଙ୍କୁ ଦୁଃଖିତ କରିଥିଲା। ଲୋକଙ୍କ ପ୍ରତି ଜିଲ୍ଲାପାଳଙ୍କ ଶ୍ରଦ୍ଧା, ଭଲପାଇବା ସର୍ବୋପରି ତାଙ୍କ ଜନହିତକର କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନ କିଣିନେଇଥିଲା। ସେଇଥିପାଇଁ ତାଙ୍କୁ ଛାଡ଼ିବା ପାଇଁ ଲୋକେ ରାଜି ନ ଥିଲେ। ସ୍ଥାନୀୟ ଅଞ୍ଚଳ ପ୍ରତି ଜିଲ୍ଲାପାଳଙ୍କର ଅବଦାନ ଏତେ ଗଭୀର ଥିଲା ଯେ, ଗଲାବେଳେ ଲୋକେ ତାଙ୍କୁ ରାଜକୀୟଠାଣିରେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

କ’ଣ ଉନ୍ନୟନ କାମ କରିଥିଲେ ଜିଲ୍ଲାପାଳ: ଜିଲ୍ଲାପାଳ ବିଶାଖ ଜୀ  ସେ ଅଞ୍ଚଳରେ ଖୁବ୍ ଲୋକପ୍ରିୟ ଥିଲେ। ଲୋକଙ୍କର ବିଭିନ୍ନ ସମସ୍ୟା ବୁଝୁଥିଲେ। ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକର ସ୍ଥିତିରେ ସୁଧାର ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ପ୍ରତି ବ୍ଲକରେ ୫ଟି ବିଦ୍ୟାଳୟକୁ ଚୟନ କରାଯାଇ ତାକୁ କନଭେଣ୍ଟ ସ୍କୁଲ ପରି ବିକଶିତ କରିବାକୁ ଯୋଜନା କରାଯାଇଥିଲା। ଏହାସହ ଉନ୍ନୟନ କାର୍ଯ୍ୟ ଓ ନିୟମିତ ବ୍ୟବଧାନରେ  ଜନଶୁଣାଣି କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ।

Related story