ଅଜବ ହେଲେ ବି ସତ: ଏଠି ଅନ୍ୟର ସ୍ତ୍ରୀକୁ ଚୋରି କରି ବାହା ହୁଅନ୍ତି

ନୂଆଦିଲ୍ଲୀ: ନିଜର ପତ୍ନୀ ଥାଇ ଅନ୍ୟର ପତ୍ନୀ ଉପରେ ଆଖି ପକାଇବା ଓ ତାକୁ ବାହା ହେବା କଥା ଶୁଣିଛନ୍ତି ? କାଁ ଭାଁ କେଁଉଠି ଏପରି ହୋଇଥାଏ। ଏହାକୁ ଅପରାଧ ବୋଲି ବିବେଚନା କରାଯାଇଥାଏ। ହେଲେ ଏମିତି ଏକ ଜନଜାତି ଅଛନ୍ତି ଯେଉଁଠି ଅନ୍ୟର ପତ୍ନୀଙ୍କୁ ଚୋରି କରି ବିହାହ କରିବାର ପରମ୍ପରା ରହିଛି। ଶୁଣିବାକୁ ବିଚିତ୍ର ଲାଗୁଥାଇ ପାରେ ହେଲେ ଏକଥା ସତ। ପଶ୍ଚିମ ଆଫ୍ରିକାରେ ଥିବା ୱଡାବେ ଜନଜାତିରେ ଏପରି ବିବାହ କାହିଁ […]

wodaabe

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 07:34 AM IST

ନୂଆଦିଲ୍ଲୀ: ନିଜର ପତ୍ନୀ ଥାଇ ଅନ୍ୟର ପତ୍ନୀ ଉପରେ ଆଖି ପକାଇବା ଓ ତାକୁ ବାହା ହେବା କଥା ଶୁଣିଛନ୍ତି ? କାଁ ଭାଁ କେଁଉଠି ଏପରି ହୋଇଥାଏ। ଏହାକୁ ଅପରାଧ ବୋଲି ବିବେଚନା କରାଯାଇଥାଏ। ହେଲେ ଏମିତି ଏକ ଜନଜାତି ଅଛନ୍ତି ଯେଉଁଠି ଅନ୍ୟର ପତ୍ନୀଙ୍କୁ ଚୋରି କରି ବିହାହ କରିବାର ପରମ୍ପରା ରହିଛି। ଶୁଣିବାକୁ ବିଚିତ୍ର ଲାଗୁଥାଇ ପାରେ ହେଲେ ଏକଥା ସତ। ପଶ୍ଚିମ ଆଫ୍ରିକାରେ ଥିବା ୱଡାବେ ଜନଜାତିରେ ଏପରି ବିବାହ କାହିଁ କେଉଁ କାଳରୁ ଚାଲି ଆସୁଛି। ଆସନ୍ତୁ ଜାଣିବା ଏହି ଜନଜାତି ସମ୍ପର୍କରେ ଓ ଏମାନଙ୍କର ଏହି ଆଶ୍ଚର୍ଯ୍ୟ କରିଦେବା ପରି ବୈବାହିକ ପରମ୍ପରା ବିଷୟରେ।

ଅନ୍ୟର ପତ୍ନୀକୁ ଚୋରି କରି ବିବାହ କରିବା ଏହି ଜନଜାତି ପରିଚୟ। ପରମ୍ପାର ଅନୁସାରେ ଜଣେ ପୁରୁଷର ପ୍ରଥମ ବିବାହ ଘର ଲୋକଙ୍କ ଇଚ୍ଛାରେ ହୋଇଥାଏ ଓ ଦ୍ୱିତୀୟ ବିବାହ ସେମାନେ ଅନ୍ୟର ପତ୍ନୀକୁ ଚୋରାଇ କରିଥାନ୍ତି।

ଏପରି ବିବାହ ପାଇଁ ଏଠାରେ ପ୍ରତିବର୍ଷ ଏକ ଉତ୍ସବ ହୋଇଥାଏ। ଏହାକୁ ‘ଗେରେୱାଲ ଫେଷ୍ଟିଭାଲ’ କୁହାଯାଇଥାଏ। ୱଡାବେ କ୍ୟାଲେଣ୍ଡରରେ ଏହି ଉତ୍ସବ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ତିଥି ଚୟନ କରାଯାଇଥାଏ ଓ ଏହାକୁ ବର୍ଷା ଦିନ ଶେଷ ଅର୍ଥାତ ଡିସେମ୍ବର ମାସରେ ପାଳନ କରାଯାଇଥାଏ। ଏହା ୭ ଦିନ ଓ ୭ ରାତି ପାଳନ କରାଯାଇଥାଏ।

ଜନଜାତିର ଲୋକେ ଉତ୍ସବ ମନାବାକୁ ଗୋଟିଏ ସ୍ଥାନରେ ଏକତ୍ର ହୋଇଥାନ୍ତି। ମେଳାରେ ପୁରୁଷମାନେ ମୁହଁରେ ରଙ୍ଗ ଲଗାଇ ଆସିଥାନ୍ତି ଓ ବିବାହିତ ମହିଳାଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରିଥାନ୍ତି। ଏହି ସମୟରେ ପୁରୁଷମାନେ ନିଜକୁ ଅନ୍ୟଠାରୁ ଅଧିକ ଦେଖାଇ ହେବାକୁ ଚେଷ୍ଟା କରିଥାନ୍ତି। ସତେ ଯେମିତି ଲାଗିଥାଏ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତା ହେଉଛି। ଏହା ପରେ ସେମାନଙ୍କ ମଧ୍ୟରେ ସୁନ୍ଦର ପୁରୁଷ ଚୟନ କରାଯାଇଥାଏ। ଏହି ସମୟରେ ସବୁଠାରୁ ବଳିଷ୍ଠ ପୁରୁଷ ପାଇଁ ବିପଦ ଅଧିକ ରହିଥାଏ। କାରଣ ପୂରା ଉତ୍ସବରେ ସେ ସମସ୍ତଙ୍କ ନଜରରେ ରହିଥାଏ।

ଉତ୍ସବରେ ପୁରୁଷମାନଙ୍କୁ ଲୋକଗୀତ ଗାଇବାର ସୁଯୋଗ ମିଳିଥାଏ। ଏହି ସମୟରେ ବିବାହିତ ମହିଳାମାନଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥାନ୍ତି। କେବଳ ଗୋଟିଏ କଥା ସେମାନଙ୍କୁ ଧ୍ୟାନ ରଖିବାକୁ ପଡିଥାଏ ଯେ, ମହିଳାଙ୍କ ସ୍ୱାମୀ ଯେମିତି କିଛି ଜାଣି ନପାରନ୍ତି। ମହିଳା ଜଣଙ୍କ ରାଜି ହୋଇଯିବା ପରେ ପୁରୁଷ ଜଣଙ୍କ ତାଙ୍କୁ ନେଇ ପଳାଇ ଯାଇଥାନ୍ତି। ପରେ ସମୁଦାୟର ଲୋକେ ସେମାନଙ୍କ ବିବାହ କରାଇ ଦେଇଥାନ୍ତି।

Related story