ଅନ୍ଧାରରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି କି ? ପଡ଼ିପାରନ୍ତି ଏହି ସବୁ ସମସ୍ୟାରେ

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌। ଦିନରାତି ଏହାର ବ୍ୟବହାର ହେଉଛି। ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ସ୍ୱାସ୍ଥ୍ୟପ୍ରତି ହାନିକାରକ। ଏହା ସମସ୍ତଙ୍କୁ ଜଣା, ହେଲେ ଦୈନନ୍ଦିନ ଜୀବନରେ ଏହା ଏପରି ଏକ ଦରକାରୀ ଜିନିଷ ହୋଇଯାଇଛି ଯେ ଏହା ବିନା କୌଣସି କାମ ହେଉନାହିଁ। ବିଶେଷ କରି ରାତିରେ ସ୍ମାର୍ଟଫୋନ କମ୍‌ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଅନ୍ଧାରରେ ତ ସ୍ମାର୍ଟଫୋନ ବ୍ୟବହାର ପାଇଁ ବାରଣ କରିଥାନ୍ତି। ତଥାପି ବହୁତ ଲୋକ ରାତିର ଅନ୍ଧାରରେ ଦୀର୍ଘ ସମୟ […]

aa

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 11:43 AM IST

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌। ଦିନରାତି ଏହାର ବ୍ୟବହାର ହେଉଛି। ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ସ୍ୱାସ୍ଥ୍ୟପ୍ରତି ହାନିକାରକ। ଏହା ସମସ୍ତଙ୍କୁ ଜଣା, ହେଲେ ଦୈନନ୍ଦିନ ଜୀବନରେ ଏହା ଏପରି ଏକ ଦରକାରୀ ଜିନିଷ ହୋଇଯାଇଛି ଯେ ଏହା ବିନା କୌଣସି କାମ ହେଉନାହିଁ। ବିଶେଷ କରି ରାତିରେ ସ୍ମାର୍ଟଫୋନ କମ୍‌ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଅନ୍ଧାରରେ ତ ସ୍ମାର୍ଟଫୋନ ବ୍ୟବହାର ପାଇଁ ବାରଣ କରିଥାନ୍ତି। ତଥାପି ବହୁତ ଲୋକ ରାତିର ଅନ୍ଧାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି। ଅନ୍ଧାରରେ ସ୍ମାର୍ଟଫୋନ୍‌ ବ୍ୟବହାର କଲେ ସବୁଠାରୁ ବେଶି କ୍ଷତି ହୋଇଥାଏ ଆମ ଆଖି। ଅନ୍ଧାରରେ ସ୍ମାର୍ଟଫୋନ ବ୍ୟବହାର କଲେ ଆଉ କି କି ସମସ୍ୟାରେ ପଡିବାର ଆଶଙ୍କା ରହିଛି ଆସନ୍ତୁ ଜାଣିବା।

୧. ଆଖିର ରେଟିନା ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ। ଏପରିକି ଆଖିକୁ କମ୍ ଦେଖାଯାଇଥାଏ। ଦୀର୍ଘଦିନ ଏହି ଅଭ୍ୟାସ ଜାରି ରହିଲେ ଅନ୍ଧ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥାଏ।

୨. ରକ୍ତରେ ମେଲାଟୋନିନ୍‌ ହରମୋନର ସ୍ତର କମିଯାଇଥାଏ। ଫଳରେ ଡେରିରେ ନିଦ ଆସିବା ଭଳି ସମସ୍ୟାରେ ପଡ଼ିପାରନ୍ତି।

୩.  ମେଲାଟୋନିନ୍‌ ହରମୋନର ସ୍ତର କମ୍‌ ରହିବା କାରଣରୁ ଶରୀର ଉପରେ ଅଧିକ ଚାପ ପଡ଼ିଥାଏ।

୪. ବ୍ରେନ ଟ୍ୟୁମର ହେବାର ଆଶଙ୍କା ବଢ଼ିଯାଇଥାଏ ଓ ସ୍ମରଣଶକ୍ତି ମଧ୍ୟ କମିଯାଇଥାଏ।

୫. ଅନ୍ଧାରରେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ନିଦ କମ୍ ହୋଇଥାଏ। ଫଳରେ ପରଦିନ ଥକା ଲାଗିଥାଏ ଓ କୌଣସି କାମରେ ମନ ଲାଗି ନଥାଏ।

୬. ମସ୍ତିଷ୍କକୁ ସିଗନାଲ ନେଉଥିବା ଆପ୍ଟିକ ସ୍ନାୟୁ ଉପରେ ଖରାପ ପ୍ରଭାବ ପଡିଥାଏ ଓ ଗ୍ଲୁକୋମା ସମସ୍ୟାରେ ପଡିବାର ଆଶଙ୍କା ସୃଷ୍ଟି ହୋଇଥାଏ।

୭. ଆଖିର ଫକସିଙ୍ଗ ମସଲ୍ସ ପରେ ଖରାପ ପ୍ରଭାବ ପଡିଥାଏ। ଫଳରେ ଆମେ କୌଣସି ବିଷୟ ଓ କାର୍ଯ୍ୟ ଉପରେ ଫୋକସ୍‌ କରିପାରନ୍ତି ନାହିଁ।

୮. ରାତିରେ ସ୍ମାର୍ଟଫୋନ କି ଟ୍ୟାବଲେଟ୍‌ ବ୍ୟବହାର କରିବା ଦ୍ୱାରା ଆଖି ନାଲି ପଡି ଜଳାପୋଡା ହୋଇଥାଏ।

୯. ଅନ୍ଧାରରେର ସ୍ମାର୍ଟଫୋନର ବ୍ୟବହାର ଯୋଗୁଁ ଆଖି ଉପରେ ଚାପ ପଡିଥାଏ। ଫଳରେ ଡାର୍କ ସର୍କଲ ସମସ୍ୟାରେ ପଡିବାର ଆଶଙ୍କା ଦେଖାଦେଇଥାଏ।

Related story