ଭୁବନେଶ୍ୱର: ବାଣୀବିହାରର ପରିସରରୁ ୩ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସ୍ ପରିସରରେ ବୁଧବାର ଘଟିଛି ଅଘଟଣ। କ୍ୟାମ୍ପସରେ ଥିବା ସରକାରୀ କ୍ୱାର୍ଟର୍ସ ଜି-୨୦ରୁ ଉଦ୍ଧାର କରାଯାଇଛି ୩ଟି ମୃତଦେହ। ମୃତକମାନେ ହେଲେ ବ୍ରଜବନ୍ଧୁ ଆଚାର୍ଯ୍ୟ, ତାଙ୍କ ସ୍ତ୍ରୀ ପ୍ରତିଭା ଏବଂ ପୁଅ ବିଶ୍ୱଜିତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ୩ଜଣଙ୍କର ମୃତଦେହକୁ ଉଦ୍ଧାର କରିଛି। ପୋଲିସ ଘଟଣାର ଛାନଭିନ୍ ଜାରି ରଖିଥିବାବେଳେ ଏହି ୩ ଜଣଙ୍କର ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତଦନ୍ତ ପରେ ଯାଇ ଏହା ହତ୍ୟା […]

vani-vihar-mrutyu

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 05:17 AM IST

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସ୍ ପରିସରରେ ବୁଧବାର ଘଟିଛି ଅଘଟଣ। କ୍ୟାମ୍ପସରେ ଥିବା ସରକାରୀ କ୍ୱାର୍ଟର୍ସ ଜି-୨୦ରୁ ଉଦ୍ଧାର କରାଯାଇଛି ୩ଟି ମୃତଦେହ। ମୃତକମାନେ ହେଲେ ବ୍ରଜବନ୍ଧୁ ଆଚାର୍ଯ୍ୟ, ତାଙ୍କ ସ୍ତ୍ରୀ ପ୍ରତିଭା ଏବଂ ପୁଅ ବିଶ୍ୱଜିତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ୩ଜଣଙ୍କର ମୃତଦେହକୁ ଉଦ୍ଧାର କରିଛି। ପୋଲିସ ଘଟଣାର ଛାନଭିନ୍ ଜାରି ରଖିଥିବାବେଳେ ଏହି ୩ ଜଣଙ୍କର ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତଦନ୍ତ ପରେ ଯାଇ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି କହିଛି।

ମୃତ ବ୍ରଜବନ୍ଧୁ ବାଣୀବିହାର ବିଶ୍ୱବିଦ୍ୟାଳୟର ଷ୍ଟାଟିଷ୍ଟିକ୍ସ ବିଭାଗର ଲ୍ୟାବ୍ ଆଟେଣ୍ଡାଣ୍ଟ୍ ଥିଲେ। କିଛି ଦିନ ହେବ ତାଙ୍କ ପରିବାରରେ ଅଶାନ୍ତି ଲାଗି ରହିଥିଲା ବୋଲି ଜଣାପଡ଼ିଛି। ପାଖ ପଡ଼ୋଶୀଙ୍କ କହିବା ଅନୁସାରେ ବ୍ରଜବନ୍ଧୁଙ୍କ ପୁଅ ବିଶ୍ୱଜିତ୍ ଗାଡ଼ି  ବ୍ୟବସାୟ କରୁଥିଲେ। ତେବେ ତାଙ୍କର ବେପାର ଭଲ ହୋଇ ନ ଥିଲା ଓ ସେ ବହୁ କ୍ଷତି ସହି ଥିଲେ। ଏହା ସହିତ ସେ ଅନେକ ଧାରାଉଧାର କରିଥିଲେ। କିଛି ଲୋକଙ୍କଠାରୁ ସେ ଟଙ୍କା ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ସେ ଦୁଇ ମାସ ଧରି କ୍ୟାମ୍ପସ୍ ପରିସରରୁ କେଉଁ ଆଡ଼େ ଚାଲି ଯାଇଥିଲେ। ଉଧାର ନେଇଥିବା ଟଙ୍କା ନଫେରାଇ ପାରିବାରୁ ସେ ଫେରାର୍ ହୋଇଯାଇଥିଲେ ବୋଲି ଆଶଙ୍କା କରାଯାଉଛି। ତେବେ କିଛି ଦିନ ହେବ ସେ ଫେରି ଆସିଥିଲେ ଓ ଟଙ୍କା ଫେରାଇ ଦେବା ନେଇ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

କିଛି ଲୋକ ଟଙ୍କା ଶୀଘ୍ର ଫେରାଇବାକୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଧମକଚମକ ମଧ୍ୟ ଦେଇଥିବା ଜଣାପଡ଼ିଛି। ସେହି କାରଣରୁ ବ୍ରଜବନ୍ଧୁ ଓ ତାଙ୍କ ପରିବାର ଲୋକେ ଚାପରେ ରହିଥିଲେ। ସେଥିପାଇଁ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲେ। ମାନସିକ ଚାପରେ ଆସି ସେମାନେ ଏମିତି ଚରମ ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି। ତେବେ ତଦନ୍ତ ପରେ ଯାଇ ପ୍ରକୃତ କଥା ଜଣାପଡ଼ିବ।

Related story