ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ: ଆଜି ବସିବ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ୱର: ବାଣୀବିହାରରେ ଚଳିତବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଆଜି ଅନୁଷ୍ଠିତ ପିଜି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ପିଜି କାଉନସିଲର ପୂର୍ବ ନିଷ୍ପତ୍ତି କାଏମ ରହିଛି । ବିଶ୍ୱବିଦ୍ୟାଳୟରେ ବାରମ୍ବାର ହିଂସାକାଣ୍ଡ ଘଟୁଥିବାରୁ ଗତ ସେପ୍ଟେମ୍ବର ୨୬ ତାରିଖରେ ପିଜି କାଉନସିଲ୍ ବୈଠକରେ ବାଣୀବିହାରରେ ନିର୍ବାଚନ ବାତିଲ କରିଦିଆଯାଇଥିଲା । ଆଜିର ନିଷ୍ପତ୍ତି ପରେ ଗଣ୍ଡଗୋଳ ଆଶଙ୍କା ରଖି ବିଶ୍ୱବିଦ୍ୟାୟ ପରିସରରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପିଜି […]

vani (1)

Rakesh Mallick
  • Published: Wednesday, 30 September 2015
  • , Updated: 01 October 2015, 12:10 PM IST

ଭୁବନେଶ୍ୱର: ବାଣୀବିହାରରେ ଚଳିତବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଆଜି ଅନୁଷ୍ଠିତ ପିଜି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ପିଜି କାଉନସିଲର ପୂର୍ବ ନିଷ୍ପତ୍ତି କାଏମ ରହିଛି । ବିଶ୍ୱବିଦ୍ୟାଳୟରେ ବାରମ୍ବାର ହିଂସାକାଣ୍ଡ ଘଟୁଥିବାରୁ ଗତ ସେପ୍ଟେମ୍ବର ୨୬ ତାରିଖରେ ପିଜି କାଉନସିଲ୍ ବୈଠକରେ ବାଣୀବିହାରରେ ନିର୍ବାଚନ ବାତିଲ କରିଦିଆଯାଇଥିଲା । ଆଜିର ନିଷ୍ପତ୍ତି ପରେ ଗଣ୍ଡଗୋଳ ଆଶଙ୍କା ରଖି ବିଶ୍ୱବିଦ୍ୟାୟ ପରିସରରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପିଜି କାଉନସିଲର ଏପରି ନିଷ୍ପତ୍ତିକୁ ଛାତ୍ର ବିଜେଡି ଗ୍ରହଣ କରି ନେବ ବୋଲି କହିଥିବା ବେଳେ ଏବିଭିପି ପକ୍ଷରୁ ନିନ୍ଦା କରାଯାଇଛି । ଏପରି ନିଷ୍ପତ୍ତିକୁ ବିରୋଧ କରି ଆଶାୟୀ ଛାତ୍ରଛାତ୍ରୀମାନେ ବାଣୀବିହାର ଗେଟ ଓ ପିଜି କାଉନସିଲ ଅଧ୍ୟକ୍ଷଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ନିର୍ବାଚନ କରାଯିବାକୁ ନିଷ୍ପତ୍ତି ନିଆ ନ ଯିବା ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ପିଜି କାଉନସିଲର ଯେତେବେଳେ ବାଣୀବିହାର ନିର୍ବାଚନ ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀମାନେ ପିଜି କାଉନସିଲ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ଛାତ୍ରଛାତ୍ରୀମାନେ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ କଟକ-ଭୁବନେଶ୍ୱର ରାସ୍ତାରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଏପରି କି ରାସ୍ତାରୋକ ବେଳେ ଜଣେ ମହିଳା ରାସ୍ତାରେ ଅଟକି ରହିବା ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ।

ଅନ୍ୟପକ୍ଷେ ନିର୍ବାଚନ କରାଯିବାକୁ ଘୋଷଣା କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଲନ ଜାରୀ ରହିବା ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଥିଲେ । ୨୭ ତାରିଖ ରବିବାର ଏହି ପ୍ରସଙ୍ଗରେ କମିଶନରେଟ ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେହିପରି ବୁଧବାର ଆଡଭାଇଜରୀ କମିଟି ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନା ପରେ କମିଟି ପକ୍ଷରୁ ପିଜି କାଉନସିଲକୁ ଏକ ସମୀକ୍ଷା ରିପୋର୍ଟ ଦିଆଯାଇଥିଲା । ଆଜିର ବୈଠକରେ ଏହି ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ଏ ନେଇ ପିଜି କାଉନସିଲ ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି, ପ୍ରଥମତଃ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯାଉଛି । ଏବେ ବି ବାଣୀବିହାର ପରିସରରେ ଉତ୍ତେଜନା ଲାଗି ରହିଛି । ନିର୍ବାଚନ ହେଲେ ପୁଣି ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଥିବାରୁ ପୂର୍ବ ନିଷ୍ପତ୍ତିକୁ କାଏମ ରଖାଗଲା ବୋଲି ସେ କହିଛନ୍ତି।

Related story