ଘରେ ପାଇପରୁ ଅହରହ ପାଣି ପଡ଼ୁଛି କି? ସାବଧାନ୍‌, ହୋଇପାରନ୍ତି ତଳିତଳାନ୍ତ

ହଠାତ୍‌ ଯଦି ଆପଣଙ୍କ ଖର୍ଚ୍ଚ ବଢ଼ିବାରେ ଲାଗେ, ଟଙ୍କା ପଇସାର ଅଭାବ ଦେଖାଦିଏ, ସବୁ କାମରେ ଅସପଳତା ମିଳେ, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଘରେ ନକାରତ୍ମକ ଶକ୍ତିର ପ୍ରବେଶ ହୋଇସାରିଛି। ଘରେ ହେଉଥିବା ଛୋଟ ଛୋଟ ଘଟଣା ଗୁଡ଼ିକରେ ଅନେକ ସଂକେତ ଲୁଚି ରହିଥାଏ। ଏସବୁକୁ ଭଲଭାବେ ଜାଣିନେବା ଉଚିତ। ବାସ୍ତୁ ଶାସ୍ତ୍ରରେ ପାଣି ନଷ୍ଟ କରିବାକୁ ଅଭାବ ଅନଟନର କାରଣ ବୋଲି କୁହାଯାଏ। ଆଉ କୁହାଯାଇଛି ଯେ। ଯେଉଁଘରେ ପାଣି ନଷ୍ଟ କରାଯାଏ, ସେହି […]

water tap

water tap

Rakesh Mallick
  • Published: Monday, 25 June 2018
  • Updated: 25 June 2018, 09:13 AM IST

ହଠାତ୍‌ ଯଦି ଆପଣଙ୍କ ଖର୍ଚ୍ଚ ବଢ଼ିବାରେ ଲାଗେ, ଟଙ୍କା ପଇସାର ଅଭାବ ଦେଖାଦିଏ, ସବୁ କାମରେ ଅସପଳତା ମିଳେ, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଘରେ ନକାରତ୍ମକ ଶକ୍ତିର ପ୍ରବେଶ ହୋଇସାରିଛି। ଘରେ ହେଉଥିବା ଛୋଟ ଛୋଟ ଘଟଣା ଗୁଡ଼ିକରେ ଅନେକ ସଂକେତ ଲୁଚି ରହିଥାଏ। ଏସବୁକୁ ଭଲଭାବେ ଜାଣିନେବା ଉଚିତ। ବାସ୍ତୁ ଶାସ୍ତ୍ରରେ ପାଣି ନଷ୍ଟ କରିବାକୁ ଅଭାବ ଅନଟନର କାରଣ ବୋଲି କୁହାଯାଏ। ଆଉ କୁହାଯାଇଛି ଯେ। ଯେଉଁଘରେ ପାଣି ନଷ୍ଟ କରାଯାଏ, ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ।

ଆସନ୍ତୁ ବାସ୍ତୁ ସହ ଜଡ଼ିତ ଆଉ କିଛି ଜିନିଷ ଜାଣିବା।

୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ପାଇପରୁ ଅହରହ ପାଣି ପଡ଼ୁଥାଏ, ସେଠାରେ ସବୁବେଲେ ଧନର ଅଭାବ ଦେଖାଦିଏ। ଶାସ୍ତ୍ର ଅନୁଯାୟୀ ଲଗାତାର ଭାବେ ପାଣି ପଡ଼ୁଥିବା ଶବ୍ଦରୁ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଘରେ ଧନର ଅଭାବ ଦେଖାଦିଏ। ଏହି ଅଭାବ ଅନଟନରୁ ଦୂରେଇ ରହିବା ପାଇଁ ପାଣି ପାଇପକୁ ସବୁବେଳେ ଟାଇଟ କରି ବନ୍ଦ କରନ୍ତୁ।

୨. ଅନେକ ଲୋକୋଙ୍କର ରାତିରେ ଗାଧୋଇବାର ଅଭ୍ୟାସ ରହିଥାଏ। କିନ୍ତୁ ଶାସ୍ତ୍ର ଅନୁଯାୟୀ ରାତିରେ ଗାଧୋଇବା ଅଶୁଭ। ଯେଉଁ ଘରେ ଲୋକେ ରାତିରେ ସ୍ନାନ କରନ୍ତି, ସେଠାରେ ସବୁବେଳେ ଧନର ଅଭାବ ଦେଖାଦିଏ।

୩. ଆଜିକାଲି ଲୋକେ ନିଜ ଘରକୁ ସୁନ୍ଦର କରି ସଜାଇବା ପାଇଁ ଭିନ୍ନ ଭିନ୍ନ ନକଲି ଫୁଲର ବ୍ୟବହାର କରୁଛନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ନକଲି ଫୁଲ ସଜାଇବା ଅଶୁଭ। ତେଣୁ ଅସଲି ଫୁଲରେ ଘର ସଜାନ୍ତୁ।

୪. ଯଦି ବାରମ୍ବାର ଘରେ ବୈଦ୍ୟୁତିକ ଉପକରଣ ଖରାପ ହେଉଛି ତେବେ ଜାଣନ୍ତୁ ଯେ ଆପଣଙ୍କ ଉପରେ ରାହୁ ଗ୍ରହ ବସିଛନ୍ତି। ତେଣୁ ଖରାପ ହୋଇଥିବା ବୈଦ୍ୟୁତିକ ସାମଗ୍ରୀକୁ ତୁରନ୍ତ ସଜାଡ଼ି ଜିଅନ୍ତୁ। ନଚେତ୍ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos