ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଅପରାହ୍ନରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ରାଜଭବନ ଯାଇ ରାତ୍ରୀଯାପନ କରିବେ।  ଆସନ୍ତାକାଲି ସେ କିଟ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଉପରାଷ୍ଟ୍ରପତି ଓଡ଼ିଶା ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ଗତକାଲି କାରକେଡ ରିହଲସଲ କରିଛି। କାଲି କିଟ୍ କାର୍ଯକ୍ରମର ସମାପନ ପରେ ପୁଣି ସେ ଦିଲ୍ଲୀ ଫେରିଯିବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ […]

V-Naidu

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 08:28 AM IST

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଅପରାହ୍ନରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ରାଜଭବନ ଯାଇ ରାତ୍ରୀଯାପନ କରିବେ।  ଆସନ୍ତାକାଲି ସେ କିଟ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଉପରାଷ୍ଟ୍ରପତି ଓଡ଼ିଶା ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ଗତକାଲି କାରକେଡ ରିହଲସଲ କରିଛି।

କାଲି କିଟ୍ କାର୍ଯକ୍ରମର ସମାପନ ପରେ ପୁଣି ସେ ଦିଲ୍ଲୀ ଫେରିଯିବେ।

ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ ୧୯ ଫ୍ଲାଟୁନ ଫୋର୍ସ ମୁତୟନ ହେବେ।

Related story