ବିଧାନସଭାରେ ପାରିତ ହେଲା ପୋଲିସ ବିଲ୍-୨୦୧୫: ନିର୍ଦ୍ଧାରଣ ହେବ ଡିଜିପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ପୋଲିସ ବିଲ୍-୨୦୧୫ ଆଜି ବିଧାନସଭାରେ ପାରିତ ହୋଇଛି। ଏହା ଦ୍ୱାରା ରାଜ୍ୟରେ ପୂର୍ବରୁ ଥିବା ଦୁଇଟି ପୋଲିସ୍ ଆଇନ ବଦଳରେ ଗୋଟିଏ ଆଇନ ପ୍ରଚଳିତ ହେବ। ସେହିପରି ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ ସୁରକ୍ଷା କମିଶନ ଗଠନ କରାଯିବ। ଡିଜିପି ଓ ଅନ୍ୟ ପୋଲିସ ଅଧିକାରୀଙ୍କ କାର୍ଯ୍ୟକାଳ ନିର୍ଦ୍ଧାରଣ ହେବ। ଥାନାରେ ଅପରାଧ ଅନୁସଂଧାନ ୟୁନିଟ୍ ପ୍ରତିଷ୍ଠା  ହେବ ଓ ପୋଲିସର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ପୋଲିସ ଅଭିଯୋଗ କର୍ତ୍ତୃପକ୍ଷ ଗଠନ କରାଯିବ। ନୂଆ […]

assemblyodisha

assemblyodisha

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 05:47 PM IST

Sports

Latest News

ଭୁବନେଶ୍ୱର: ପୋଲିସ ବିଲ୍-୨୦୧୫ ଆଜି ବିଧାନସଭାରେ ପାରିତ ହୋଇଛି। ଏହା ଦ୍ୱାରା ରାଜ୍ୟରେ ପୂର୍ବରୁ ଥିବା ଦୁଇଟି ପୋଲିସ୍ ଆଇନ ବଦଳରେ ଗୋଟିଏ ଆଇନ ପ୍ରଚଳିତ ହେବ। ସେହିପରି ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ ସୁରକ୍ଷା କମିଶନ ଗଠନ କରାଯିବ। ଡିଜିପି ଓ ଅନ୍ୟ ପୋଲିସ ଅଧିକାରୀଙ୍କ କାର୍ଯ୍ୟକାଳ ନିର୍ଦ୍ଧାରଣ ହେବ। ଥାନାରେ ଅପରାଧ ଅନୁସଂଧାନ ୟୁନିଟ୍ ପ୍ରତିଷ୍ଠା  ହେବ ଓ ପୋଲିସର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ପୋଲିସ ଅଭିଯୋଗ କର୍ତ୍ତୃପକ୍ଷ ଗଠନ କରାଯିବ।

ନୂଆ ପୋଲିସ୍ ବିଲ୍-୨୦୧୫ରେ ଅପରାଧ ତଦନ୍ତ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ନୂତନ ଜ୍ଞାନକୌଶଳ ବ୍ୟବହାର କରି କିଭଳି ଜଘନ୍ୟ ଅପରାଧର ତଦନ୍ତ ନେଇ କ୍ଷେତ୍ର ପ୍ରସ୍ତୁତ କରିବାକୁ ଏଥିରେ ଉଲ୍ଲେଖ ରହିଛି। ଏଥିପାଇଁ ଗଠନ ହେବ ସ୍ୱତନ୍ତ୍ର କ୍ରାଇମ୍  ଇନଭେଷ୍ଟିଗେସନ୍ ୟୁନିଟ୍।

କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତାଧାରୀ ବରିଷ୍ଠ ଆଇପିଏସ୍ ଅଫିସର ହିଁ ଏଣିକି ରାଜ୍ୟର ପୋଲିସ ଡିଜି ହେବେ। ତାଙ୍କର ନିର୍ଦ୍ଦିଷ୍ଟ ସର୍ବନିମ୍ନ କାର୍ଯ୍ୟକାଳ ବି ରହିବ। ପୁଣି କାର୍ଯ୍ୟକାଳ ସରିବା ପୂର୍ବରୁ ବି ତାଙ୍କୁ ହଟାଯାଇପାରିବ। ପାରିତ ହୋଇଥିବା ବିଲ୍ ଅନୁଯାୟୀ ଡିଜିପିଙ୍କ ସର୍ବନିମ୍ନ କାର୍ଯ୍ୟକାଳ ୨ ବର୍ଷ ହେବ। ତେବେ ତା’ ପୂର୍ବରୁ ତାଙ୍କୁ ସରକାର ହଟାଇ ପାରିବେ। ତାଙ୍କ ବିରୋଧରେ ଦୁର୍ନୀତି ତଥା ମାନସିକ ନିର୍ଯାତନା ଦେବା ଭଳି ଅଭିଯୋଗ ଆସିଲେ ସରକାର ତାଙ୍କୁ ଅବଧିକାଳ ସରିବା ପୂର୍ବରୁ ପଦଚ୍ୟୁତ କରିପାରିବେ।

ନୂଆ ପୋଲିସ ବିଲ୍ ଲାଗୁ ହେବାର ୬ ମାସ ମଧ୍ୟରେ ରାଜ୍ୟ ସରକାର ଷ୍ଟେଟ୍ ସିକ୍ୟୁରିଟି କମିଶନ ଗଠନ କରିବେ। ସେହିପରି ପୋଲିସ ଏଷ୍ଟାବ୍ଲିସମେଣ୍ଟ୍ ବୋର୍ଡ ମଧ୍ୟ ଗଠନ କରାଯିବ।

ନୂଆ ପୋଲିସ୍ ବିଲରେ ପୋଲିସ୍ ଅଫିସରମାନଙ୍କ ନାଁରେ ଆସୁଥିବା ଅଭିଯୋଗର ତଦନ୍ତ ପାଇଁ ପୋଲିସ୍ ଅଭିଯୋଗ କର୍ତ୍ତୃପକ୍ଷ ଗଠନ କରାଯିବ।

ପୋଲିସ ବିଲ୍ ସହ ଆଜି ବିଧାନସଭାରେ ଜମି ହଡ଼ପ ନିରୋଧକ ବିଲ୍, ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍  ଓ ପୌର ଆଇନ ସଂଶୋଧନ ବିଲ୍ ମଧ୍ୟ ପାରିତ ହୋଇଛି। ତେବେ ବିରୋଧୀଙ୍କ ଅନୁପସ୍ଥିତିରେ ଏ ସବୁ ବିଲ୍ ଗୃହୀତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story