କିରାଣିଙ୍କ ଘରେ ଭିଜିଲାନ୍ସ

ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବରିଷ୍ଠ କିରାଣି ଉଷତ ଦାସଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ଅଧିକାରୀମାନେ ଉଷତଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି। ଉଷତଙ୍କ ଘର ସମେତ ତାଙ୍କ ଶ୍ୱଶୂର ଘର ଓ ଦୁଇଟି ଭଡ଼ା ଘରେ ଏହି ଚଢାଉ ଚାଲିଛି।