ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା ବେଳେ କୋଭିଡ୍ ଗାଇଡ୍ଲାଇନର ଖୋଲା ଉଲ୍ଲଂଘନ ଘଟଣାରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନାରେ ରୁଜୁ ହୋଇଛି ମାମଲା। ପ୍ରାୟ ୫୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ରାଉରକେଲା ଏସ୍ପି ସୂଚନା ଦେଇଛନ୍ତି। ଏପିଡେମିକ୍ ଧାରା ଅନୁସାରେ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଗତ ସୋମବାର ଦିନ ରାଉରକେଲା
https://twitter.com/sprourkela/status/1271002793839484929?s=20
ସହରରେ ଏଭଳି ଏକ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ, କୌଣସି ଅନ୍ତ୍ୟେଷ୍ଟି କ୍ରିୟାରେ ଅତି ବେଶୀରେ ୨୦ ଜଣ ବ୍ୟକ୍ତି ସାମାଜିକ ଦୂରତ୍ୱ ରଖି ସାମିଲ ହୋଇପାରିବା କଥା। କିନ୍ତୁ ଏହି ଅନ୍ତ୍ୟେଷ୍ଟି ଶୋଭାଯାତ୍ରାରେ ସାମାଜିକ ଦୂରତ୍ୱ ନିୟମକୁ ଫୁ କରି ଉଡ଼ାଇ ଦେଇଥିଲେ ଲୋକେ। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେପଟେ ଏହି ଘଟଣାରେ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛି ରାଉରକେଲା ବାର ଆସୋସିଏସନ୍। ତୁରନ୍ତ ରାଉରକେଲା ଏସପି ଓ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ବଦଳି ଦାବି କରିଛି ଓକିଲ ସଂଘ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।