ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଭିଆଇପିଙ୍କ ପାଇଁ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ୱର: ରାସ୍ତାରେ ଭିଆଇପିଙ୍କ ଗାଡ଼ି ଯାଉଥିବା ବେଳେ ପୋଲିସ୍ ଆମ୍ବୁଲାନ୍ସକୁ ଅଟକାଇ ପାରିବ ନାହିଁ। ଶନିବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରୋଗୀମାନଙ୍କ ଜୀବନ ମୂଲ୍ୟବାନ। ଭିଆଇପିଙ୍କ ସୁବିଧାରେ ଯିବାଆସିବାଠାରୁ ରୋଗୀଙ୍କ ଜୀବନ ମୂଲ୍ୟବାନ। ତେଣୁ ଭିଆଇପିଙ୍କ କାଫଲା ରାସ୍ତାରେ ଯିବାଆସିବା କଲା ବେଳେ ଆମ୍ବୁଲାନ୍ସକୁ ଅଟାକାଇ ପାରିବ ନାହିଁ ପୋଲିସ୍। ଏହା ସହିତ ଭିଆଇପିଙ୍କ କାଫଲା ଗଲା ବେଳେ ଆମ୍ବୁଲାନ୍ସକୁ ଅଟକାଇବା ନେଇ ରହିଥିବା ପରମ୍ପରାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ […]

ambulance

ambulance

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 11:52 AM IST

Sports

Latest News

ଭୁବନେଶ୍ୱର: ରାସ୍ତାରେ ଭିଆଇପିଙ୍କ ଗାଡ଼ି ଯାଉଥିବା ବେଳେ ପୋଲିସ୍ ଆମ୍ବୁଲାନ୍ସକୁ ଅଟକାଇ ପାରିବ ନାହିଁ। ଶନିବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରୋଗୀମାନଙ୍କ ଜୀବନ ମୂଲ୍ୟବାନ। ଭିଆଇପିଙ୍କ ସୁବିଧାରେ ଯିବାଆସିବାଠାରୁ ରୋଗୀଙ୍କ ଜୀବନ ମୂଲ୍ୟବାନ। ତେଣୁ ଭିଆଇପିଙ୍କ କାଫଲା ରାସ୍ତାରେ ଯିବାଆସିବା କଲା ବେଳେ ଆମ୍ବୁଲାନ୍ସକୁ ଅଟାକାଇ ପାରିବ ନାହିଁ ପୋଲିସ୍। ଏହା ସହିତ ଭିଆଇପିଙ୍କ କାଫଲା ଗଲା ବେଳେ ଆମ୍ବୁଲାନ୍ସକୁ ଅଟକାଇବା ନେଇ ରହିଥିବା ପରମ୍ପରାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଥିଲେ।

ସେହିପରି ଆମ୍ବୁଲାନ୍ସଗୁଡ଼ିକ ପାଇଁ ସ୍ୱତନ୍ତ୍ର କରିଡର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଟ୍ରାଫିକ୍ ପଏଣ୍ଟ ନିକଟରେ ଆମ୍ବୁଲାନ୍ସ କରିଡର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରମୁଖ ରୋଡ୍ କ୍ରସିଂଗୁଡ଼ିକରେ ଆମ୍ବୁଲାନ୍ସ କରିଡର ନିର୍ମାଣ କରାଯିବ।

ଆମ୍ବୁଲାନ୍ସ କରିଡ କାର୍ଯ୍ୟର ଅଗ୍ରଗତି ନେଇ ମାସେ ପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos