ଗାଁରେ ଅଛି ୫ ନଳକୂପ, ହେଲେ ପୋଖରୀ ପାଣି ପିଉଛନ୍ତି ଲୋକେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଖରା ନୁହେଁ କି ବର୍ଷା ନୁହେଁ ବର୍ଷକ ବାର ମାସ ପିଇବା ପାଣିର ସମସ୍ୟା। ଶୁଦ୍ଧ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ଏହା ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗନ୍ନାଥପୁର ଗାଁର ସମସ୍ୟା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଁରେ ନଳକୂପ ଅଛି, ହେଲେ ଏହା ଲୋକଙ୍କ କାମରେ ଆସୁନି। ଅଭିଯୋଗ ଅନୁସାରେ ଗାଁରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି। ଗାଁରେ ପ୍ରାୟ ୫୦୦ରୁ ଅଧିକ ଲୋକ ରହୁଛନ୍ତି। […]

dharakot

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 08:41 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଖରା ନୁହେଁ କି ବର୍ଷା ନୁହେଁ ବର୍ଷକ ବାର ମାସ ପିଇବା ପାଣିର ସମସ୍ୟା। ଶୁଦ୍ଧ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ଏହା ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗନ୍ନାଥପୁର ଗାଁର ସମସ୍ୟା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଁରେ ନଳକୂପ ଅଛି, ହେଲେ ଏହା ଲୋକଙ୍କ କାମରେ ଆସୁନି।

ଅଭିଯୋଗ ଅନୁସାରେ ଗାଁରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି। ଗାଁରେ ପ୍ରାୟ ୫୦୦ରୁ ଅଧିକ ଲୋକ ରହୁଛନ୍ତି। ଏମାନଙ୍କ ପାଇଁ ରହିଛି ୫ଟି ନଳକୂଅ। ଏଥିରୁ ୪ଟିର ଅବସ୍ଥା ଖରାପ। ଠିକ୍‌ଠାକ୍‌ ଚାଲୁଥିବା ଗୋଟିଏ ନଳକୂପ ଏତେ ଲୋକଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଫଳରେ ଗାଁ ଲୋକେ ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଦୂଷିତ ପାଣି ବ୍ୟବହାର କରି ଗାଁ ଲୋକେ ଅନେକ ସମୟରେ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି।

ପାନୀୟଜଳ ସମସ୍ୟା ନେଇ ଅନେକ ଥର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗାଁ ଲୋକେ। ହେଲେ କିଛି ଲାଭ ହୋଇ ନଥିବା ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ ପୋଖରୀର ଦୂଷିତ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଗାଁ ଲୋକଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ।

ଏନେଇ ଧରାକୋଟ ବିଡିଓଙ୍କୁ ପଚାରାଯିବାରେ ଚିରାଚରିତ ଢଙ୍ଗର ଉତ୍ତର ମିଳୁଛି ‘ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇଯିବ’।

https://www.youtube.com/watch?v=4RVUAuBZiZo

Related story