ଫାଶୀ ପୂର୍ବରୁ ଅନ୍ତିମ ଚିଠିରେ କ’ଣ ଲେଖିଥିଲେ ଭଗତ ସିଂହ, ଜାଣିଲେ ଜାଗି ଉଠିବ ଦେଶପ୍ରେମ

ସେ ଏମିତି ବୀର । ଯଦି କେବେ କେହି ତାଙ୍କୁ ସ୍ମରଣ କରେ ସାମ୍ନାରେ ନାଚି ଉଠେ ତାଙ୍କ ବୀରତ୍ୱର ଚେହେରା। ଜାଗି ଉଠେ ମନ। ଜାଗି ଉଠେ ପ୍ରାଣ। ଶରୀରରେ ଖେଳିଯାଏ ଅପୂର୍ବ ସିହରଣ। ଜାଗ୍ରତ ହୁଏ ଦେଶ ପ୍ରେମର ଜୁଆର। ସେ ହେଉଛନ୍ତି ଭାରତର ମୁକ୍ତି ସଂଗ୍ରାମର ଅନନ୍ୟ ନାୟକ ଭଗତ ସିଂହ। ଯିଏ ଦେଶ ପାଇଁ ହସି ହସି ବ୍ରିଟିସରଙ୍କ ଫାଶୀଦଣ୍ଡକୁ ବରଣ କରିଥିଲେ। ୧୯୩୧ ମସିହା ମାର୍ଚ୍ଚ ୩୧ ତାରିଖରେ ସୁଖଦେବ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 01:04 PM IST

ସେ ଏମିତି ବୀର । ଯଦି କେବେ କେହି ତାଙ୍କୁ ସ୍ମରଣ କରେ ସାମ୍ନାରେ ନାଚି ଉଠେ ତାଙ୍କ ବୀରତ୍ୱର ଚେହେରା। ଜାଗି ଉଠେ ମନ। ଜାଗି ଉଠେ ପ୍ରାଣ। ଶରୀରରେ ଖେଳିଯାଏ ଅପୂର୍ବ ସିହରଣ। ଜାଗ୍ରତ ହୁଏ ଦେଶ ପ୍ରେମର ଜୁଆର। ସେ ହେଉଛନ୍ତି ଭାରତର ମୁକ୍ତି ସଂଗ୍ରାମର ଅନନ୍ୟ ନାୟକ ଭଗତ ସିଂହ। ଯିଏ ଦେଶ ପାଇଁ ହସି ହସି ବ୍ରିଟିସରଙ୍କ ଫାଶୀଦଣ୍ଡକୁ ବରଣ କରିଥିଲେ। ୧୯୩୧ ମସିହା ମାର୍ଚ୍ଚ ୩୧ ତାରିଖରେ ସୁଖଦେବ ଓ ରାଜଗୁରୁଙ୍କ ସହ ଭଗତ ସିଂହଙ୍କୁ ଫାଶୀ  ଦିଆଯାଇଥିଲା।

୧୯୦୭ ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ଭଗତ ସିଂହ ମାତ୍ର ୨୩ ବର୍ଷରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ଭଗତ ସିଂହଙ୍କ ଜୀବନୀ ଓ ମୃତ୍ୟୁର କାହାଣୀ ତାଙ୍କୁ ବିଂଶ ଶତାବ୍ଦୀର ଜଣେ ମହାନ କ୍ରାନ୍ତିକାରୀ ଭାବେ ପରିଚିତ କରାଇଥିଲା। ଆସେମ୍ଲିକୁ ବୋମା ନିକ୍ଷେପ ଘଟଣାରେ ଗିରଫ ହୋଇ ସେ ଫାଶୀ ପାଇଥିଲେ ।

ଫାଶୀ ପାଇବା  ପୂର୍ବରୁ ଭଗତ ସିଂହ ୨୨ ମାର୍ଚ୍ଚ ୧୯୩୧ରେ ଅନ୍ତିମ ଚିଠି ଲେଖିଥିଲେ। ଇଂରେଜଙ୍କ ବିରୋଧରେ ସ୍ୱର ଉତ୍ତୋଳନ ତଥା  ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ତାଙ୍କର ଏହି ଚିଠି ଥିଲା। ଚିଠିର ପ୍ରତିଟି ଧାଡ଼ିଥିଲା ଖୁବ୍ ମହତ୍ୱପୂର୍ଣ୍ଣ। ତେବେ ସେ ଚିଠିରେ କ’ଣ ଲେଖିଥିଲେ ଆସନ୍ତୁ ଜାଣିବା।

ସେ ଲେଖିଥିଲେ ସାଥୀମାନେ, ସମାଜର ପ୍ରତିଷ୍ଠିତ ଚଳଣୀ ସହିତ ଧରାବନ୍ଧା ଭାବେ ଯୋଡ଼ି ହୋଇ ରହିବାକୁ ସମସ୍ତେ  ଆଶା କରିନ୍ତି।  ସେ ଇଚ୍ଛା ସମସ୍ତଙ୍କ ଭିତରେ ଥାଏ  ଆଉ ମୋ ମନରେ ବି ।  ଏହା ଏକ ସ୍ୱାଭାବିକ୍‌ ପ୍ରକ୍ରିୟା। ମୁଁ ଏହାକୁ ଲୁଚାଇବାକୁ ଚାହେଁ ନାହିଁ।

କିନ୍ତୁ ଯଦି ମୁଁ ବଞ୍ଚିବି କେବଳ ଗୋଟିଏ ସର୍ତ୍ତରେ। ତାହା ହେଉଛି ମୁଁ ବଞ୍ଚିବାକୁ ଚାହେଁ ନାହିଁ କିମ୍ବା ମୁଁ ମୋ ନିଜ ନିୟନ୍ତ୍ରଣରେ ଜିଁବାକୁ ଚାହିଁବି ନାହିଁ। ହିନ୍ଦୁସ୍ତାନୀ କ୍ରାନ୍ତିକାରୀ ଭାବେ ମୋ ନାଁ ପ୍ରତୀକ ହୋଇସାରିଛି। କ୍ରାନ୍ତିକାରୀ ଦଳର ଆଦର୍ଶସୂରୁପ ବଳିଦାନର ଇଚ୍ଛା ମୋତେ ଜାଗ୍ରତ କରିସାରିଛି। ଏହି ଇଚ୍ଛା ମୋତେ ଏତେ ଉଚ୍ଚକୁ ନେଇଯିବ ଯେ, ସେଠି ଆଉ କିଛି  ପାଇବାର ଲାଳସା ନ ଥିବ।  ମୋ ଭିତରେ ଥିବା ଦୁର୍ବଳତା ଆଜି ଆଉ ଜନତାଙ୍କ ସାମ୍ନାରେ ନାହିଁ। ହଁ ଯଦି ମୁଁ ଫାଶୀର ଫନ୍ଧାରୁ ମୁକୁଳି ଯାଏ ତେବେ ଏହା ହିଁ ପ୍ରମାଣିତ ହୋଇ ଯିବ।  ଆଉ କ୍ରାନ୍ତିକାରୀ  ଶବ୍ଦକୁ ହିଁ ଅପମାନ ହେବ।

ମରିବି ପଛେ, ଜୀବନ ଥିଲା ପର୍ଯ୍ୟନ୍ତ ହସି ହସି ଫାଶୀ ଖୁଣ୍ଟରେ ଝୁଲିବି। କିନ୍ତୁ କାପୁରଷଙ୍କ ଭଳି ନୁହଁ। ତା’ପରେ ଯାଇ ମୁଁ ଭାରତ ମା’ର ପ୍ରକୃତ ସନ୍ତାନଭାବେ ଯୋଗ୍ୟ ବିବେଚିତ ହେବି। ମୋର ଏହି ଛୋଟିଆ ବଳିଦାନ ଅନେକ କ୍ରାନ୍ତୀକାରୀଙ୍କୁ ଜୀବନ ଉତ୍ସର୍ଗ କରିବା ପାଇଁ ଅନୁପ୍ରାଣିତ କରିବ। ହଁ ଆଜି ବି ମୋ ମନରେ ଏକ ବିଚାର ତେଜୁଛି ଯାହା ମୁଁ ଦେଶ ପାଇଁ କରିବା ଲାଗି ହଜାରେ ସ୍ୱପ୍ନ ଦେଖିଥିଲି ତାହା କରିପାରିନି। ଯଦି ମୁଁ ସ୍ୱତନ୍ତ୍ର ଭାବେ ବଞ୍ଚିପାରି ଥାଆନ୍ତି ତା’ହେଲେ ମୁଁ ନିଶ୍ଚୟ କିଛି କରିପାରିଥାଆନ୍ତି । କିନ୍ତୁ ଏହି ଫାଶୀଦଣ୍ଡାଦେଶ ମୋତେ ସେ, ସୁଯୋଗ ଦେଇନି। ତଥାପି ମୁଁ ଖୁବ୍‌ ଖୁସି । ଦେଶ ପାଇଁ ପ୍ରାଣ ବଳି ଦେବାକୁ ମୁଁ ଗର୍ବ ଅନୁଭବ କରେ। ଏବେ ଜୀବନର ଅନ୍ତିମ ପରୀକ୍ଷାକୁ ଅପେକ୍ଷା। ଇଚ୍ଛା ହେଉଛି ସେହି ମୁହୂର୍ତ୍ତଟି ଶୀଘ୍ର ଉପନୀତ ହେଉ।

Related story