ଶେଷ ସମୟରେ ମହତ ବାଣୀ: ଶରଶଯ୍ୟାରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ ଏହି ସବୁ ଉପଦେଶ ଦେଇଥିଲେ  

ମହାଭାରତ ଏମିତି ଏକ କାହାଣୀ ଯାହା ହିନ୍ଦୁ ଧର୍ମ ପାଇଁ ଏକ ଚିର ସ୍ମରଣୀୟ । ରହସ୍ୟ ଓ ରୋମାଞ୍ଚକର ଭରା ହେଉଛି ଏହି ମହାଭାରତ। ଯୁଦ୍ଧ, ଜ୍ଞାନ, ରଣନୀତି, କୂଟନୀତି ଏବଂ ଟ୍ୱିଷ୍ଟର ସମାହାର ହେଉଛି ଏହି ମହାଭାରତ। ଏହା ବିଷୟରେ ଯେତେ ଜାଣିଲେ ବି ତଥାପି ମନରେ ଅବସୋସ ରହିଯିବ। ସେହିପରି ଏଥିରେ ଅନେକ ଚରିତ୍ର ଅଛନ୍ତି ଯାହାଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେହି ଚରିତ୍ରମାନଙ୍କ ମଧ୍ୟରୁ ପିତାମହ ଭୀଷ୍ମ ଜଣେ। ଇଚ୍ଛାମୃତ୍ୟୁର ବର […]

1480503214

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 07:22 AM IST

ମହାଭାରତ ଏମିତି ଏକ କାହାଣୀ ଯାହା ହିନ୍ଦୁ ଧର୍ମ ପାଇଁ ଏକ ଚିର ସ୍ମରଣୀୟ । ରହସ୍ୟ ଓ ରୋମାଞ୍ଚକର ଭରା ହେଉଛି ଏହି ମହାଭାରତ। ଯୁଦ୍ଧ, ଜ୍ଞାନ, ରଣନୀତି, କୂଟନୀତି ଏବଂ ଟ୍ୱିଷ୍ଟର ସମାହାର ହେଉଛି ଏହି ମହାଭାରତ। ଏହା ବିଷୟରେ ଯେତେ ଜାଣିଲେ ବି ତଥାପି ମନରେ ଅବସୋସ ରହିଯିବ। ସେହିପରି ଏଥିରେ ଅନେକ ଚରିତ୍ର ଅଛନ୍ତି ଯାହାଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେହି ଚରିତ୍ରମାନଙ୍କ ମଧ୍ୟରୁ ପିତାମହ ଭୀଷ୍ମ ଜଣେ। ଇଚ୍ଛାମୃତ୍ୟୁର ବର ପାଇଥିବା  ପିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ବେଳେ ଧର୍ମରାଜ ଯୁଧିଷ୍ଠିରଙ୍କୁ କ’ଣ କହିଥିଲେ ଆସନ୍ତୁ ଜାଣିବା।

ମହାଭାରତ ଯୁଦ୍ଧରେ ଶିଖଣ୍ଡୀଙ୍କୁ ସମ୍ମୁଖରେ ରଖି ପାଣ୍ଡବମାନେ ଯୁଦ୍ଧ କରିଥିଲେ। ତେଣୁ ପିତାମହ ଭୀଷ୍ମ ଯୁଦ୍ଧ ନ କରି ଅସ୍ତ୍ରତ୍ୟାଗ କରିଥିଲେ ଏବଂ ଶିଖଣ୍ଡୀଙ୍କ ଶରାଘାତରେ ଭୀଷ୍ମ ଧରାଶାୟୀ ହୋଇଥିଲେ ସତ କିନ୍ତୁ ଶୀଘ୍ର ତାଙ୍କର ମୃତ୍ୟୁ ଘଟି ନଥିଲା। କାରଣ ସେ ଇଚ୍ଛା ମୃତ୍ୟୁର ବର ପାଇଥିଲେ।  ଯୁଦ୍ଧର ଘନଘଟାରେ ଲହୁଲୁହାଣ ହୋଇ ଭୀଷ୍ମ ଯେତେବେଳେ ଶରଶଯ୍ୟାରେ ଶୋଇଥିଲେ ସେହିସମୟରେ  ସୂର୍ଯ୍ୟ ଦେବତା ଦକ୍ଷିଣାୟନ ଗତି କରୁଥିଲେ।

ତେଣୁ  ପିତାମହ ଭୀଷ୍ମ ତାଙ୍କ ମୃତ୍ୟୁ ପାଇଁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଆଉ କୁରୁକ୍ଷେତ୍ରର ଶରଶଯ୍ୟାରେ ଶୋଇ ଥିବା ବେଳେ  ଭୀଷ୍ମ ଯୁଦ୍ଧର ଭୟଙ୍କର ଚିତ୍ର ଦେଖିଥିଲେ। ଏହି ସମୟରେ ପାଣ୍ଡବ ପକ୍ଷର ବଡ଼ ଭାଇ ଯୁଧିଷ୍ଠିର ନିଜ ଅନୁଜ ଓ ସଖା ଶ୍ରୀକୃଷ୍ଣଙ୍କ ସହିତ ଆସି ଭୀଷ୍ମଙ୍କୁ ଦେଖା କରିଥିଲେ। ଯୁଧିଷ୍ଠିର ହାତ ଯୋଡ଼ି ପିତାମହ ଭୀଷ୍ମଙ୍କୁ ମୃତ୍ୟୁ ପୂର୍ବରୁ ତାଙ୍କୁ ଜୀବନ ଦର୍ଶନର ଜ୍ଞାନ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଯଦିଓ କୁରୁବଂଶ ସପକ୍ଷରେ ଭୀଷ୍ମ ଯୁଦ୍ଧ କରିଥିଲେ ମାତ୍ର ପାଣ୍ଡବମାନଙ୍କ ପ୍ରତି ଥିଲେ ଅତ୍ୟନ୍ତ ଦୁର୍ବଳ।  ସେଥିପାଇଁ ସେ ଯୁଧିଷ୍ଠିରଙ୍କ ଅନୁରୋଧକୁ ରକ୍ଷା କରି ଅନ୍ତିମ ଶଯ୍ୟାରେ ଜ୍ଞାନ ପ୍ରଦାନ କରିଥିଲେ।

ସେ କହିଥିଲେ ଯେ, ସେ ଯେଉଁ କଥା କହୁଛନ୍ତି ତାହା ସମଗ୍ର ମାନବ ଜାତି ପାଇଁ ଗ୍ରହଣୀୟ।  ଆଉ ସେହି ଉପଦେଶ ଗୁଡ଼ିକୁ ମାନିଲେ ମଣିଷ ଜୀବନରେ ପୂର୍ଣ୍ଣତା ଲାଭ କରିପାରିବ। ସେଗୁଡ଼ିକ ହେଲା ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା, ମିଥ୍ୟାବାଦୀ ନହେବା, ସମ୍ପତ୍ତି ଉପରେ ପରିବାରର ସମସ୍ତ ସଦସ୍ୟଙ୍କ ହକ୍‌ ଥିବାରୁ ଏହାକୁ ସବୁ ସଦସ୍ୟଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେବ।, କେବଳ ନିଜ ବିବାହିତା ପତ୍ନୀଙ୍କ ଠାରୁ ଜନ୍ମିତ ସନ୍ତାନଙ୍କୁ ନେଇ ପରିବାରକୁ ଆଗକୁ ବଢାଇବା,  ମାନସିକ ସ୍ତରରେ ସବୁବେଳ ପବିତ୍ର ରହିବା ସହିତ ଦୈହିକସ୍ତରରେ ପରିସ୍କାର ପରିଛନ୍ନ ରହିବା ଉଚିତ।

ସେହିପରି  କାହା ପ୍ରତି ବିରୋଧୀ ଭାବ ପୋଷଣ ନକରିବା,  ସାଧାରଣ ଓ ସରଳ  ଜୀବନ ଜିଇଁବାକୁ ଚେଷ୍ଟା କରିବା, ନିଜର ଅଧସ୍ତନ କର୍ମଚାରୀମାନଙ୍କ ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ ଓ ସେମାନଙ୍କ ସପକ୍ଷରେ ହିଁ କାର୍ଯ୍ୟ କରିବା ପାଇଁ ବାଣୀ ଦେଇଯାଇଥିଲେ ଭୀଷ୍ମ।

Related story