ହ୍ୱାଟ୍‌ସଆପ୍‌ର ନୂଆ ଫିଚର: ଆଡମିନ୍‌ଙ୍କ ଅନୁମତି ବିନା ମେସେଜ୍‌ କରିପାରିବେନି ଗ୍ରୁପ ସଦସ୍ୟ

ନୂଆଦିଲ୍ଲୀ: ଫେସବୁକ ହ୍ୱାଟ୍‌ସଆପ୍‌ର ମାଲିକାନା ଗ୍ରହଣ କରିବା ପରେ ହ୍ୱାଟ୍‌ସ ଆପ୍‌ରେ ନୂଆ ନୂଆ ଫିଚର ଯୋଡ଼ି ହେବାରେ ଲାଗିଛି। ଗ୍ରାହକଙ୍କ ସୁବିଧା ପାଇଁ ଏହି ସବୁ ଫିଚର ଦେଇ ଚାଲିଚି ହ୍ୱାଟସ୍‌ ଆପ୍। ଏବେ ହ୍ୱାଟ୍‌ସ ଆପ୍‌ର ଗ୍ରୁପ ସମ୍ପାଦନ କରୁଥିବା ଗ୍ରୁପ ଆଡ୍‌ମିନ୍‌ଙ୍କ ପାଇଁ ଏକ ନୂଆ ସୁବିଧା ଆସିଛି। ଏଥିରେ ଗ୍ରୁପର ସଦସ୍ୟଙ୍କୁ ନିୟନ୍ତ୍ରଣ କରିବାର ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। WABetaInfo ସାଇଡ୍ ଅନୁସାରେ ହ୍ୱାଟ୍‌ସଆପ୍‌ ତାର ସେଟିଂରେ ଗୁଗଲ୍‌ ପ୍ଲେ ବିଟା […]

whatsaap

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 10:36 PM IST

ନୂଆଦିଲ୍ଲୀ: ଫେସବୁକ ହ୍ୱାଟ୍‌ସଆପ୍‌ର ମାଲିକାନା ଗ୍ରହଣ କରିବା ପରେ ହ୍ୱାଟ୍‌ସ ଆପ୍‌ରେ ନୂଆ ନୂଆ ଫିଚର ଯୋଡ଼ି ହେବାରେ ଲାଗିଛି। ଗ୍ରାହକଙ୍କ ସୁବିଧା ପାଇଁ ଏହି ସବୁ ଫିଚର ଦେଇ ଚାଲିଚି ହ୍ୱାଟସ୍‌ ଆପ୍। ଏବେ ହ୍ୱାଟ୍‌ସ ଆପ୍‌ର ଗ୍ରୁପ ସମ୍ପାଦନ କରୁଥିବା ଗ୍ରୁପ ଆଡ୍‌ମିନ୍‌ଙ୍କ ପାଇଁ ଏକ ନୂଆ ସୁବିଧା ଆସିଛି। ଏଥିରେ ଗ୍ରୁପର ସଦସ୍ୟଙ୍କୁ ନିୟନ୍ତ୍ରଣ କରିବାର ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।

WABetaInfo ସାଇଡ୍ ଅନୁସାରେ ହ୍ୱାଟ୍‌ସଆପ୍‌ ତାର ସେଟିଂରେ ଗୁଗଲ୍‌ ପ୍ଲେ ବିଟା ପ୍ରୋଗ୍ରାମିଂ ସଂସ୍କରଣ ୨.୧୭.୪୩୦ରେ “Restricted Groups” ନାମକ ଏକ ବିକଳ୍ପ ଦେଇଛି। ହ୍ୱାଟ୍‌ସଆପ୍‌ର ଏହି ସେଟିଂ କେବଳ ଗ୍ରୁପ ଆଡମିନିଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରିବ। ଏହାଦ୍ୱାରା ଆଡମିନ୍‌ ଗ୍ରୁପ ସଦସ୍ୟଙ୍କର ମେସେଜ୍ ଉପରେ ନିୟନ୍ତ୍ରର ରିଖିପାରିବେ। ସଦସ୍ୟଙ୍କ ଦ୍ୱାରା ପଠାଯାଉଥିବା ଭିଡିଓ, ଫଟୋ, GIF ଆଦି ମେସେଜ୍ ଉପରେ ପ୍ରିତବନ୍ଧକ ଲଗାଇ ପାରିବେ।

ଗ୍ରୁପରେରେ ଥରେ ପ୍ରତିବନ୍ଧକ ଲାଗିଲା ପରେ ଗ୍ରୁପର କୌଣିସ ସଦସ୍ୟ ଆଡ୍‌ମିନ୍‌ଙ୍କ ବିନା ଅନୁମତିରେ ମେସେଜ୍ କରିପାରିବେ ନାହିଁ। କେବଳ ଗ୍ରୁପର ମେସେଜ୍ ପଢ଼ିପାରିବେ । ମେସେଜ୍ କରିବାକୁ ହେଲେ ସେମାନଙ୍କୁ  “Message Admin” ବଟନ୍‌ର ବ୍ୟବହାର କରିବାକୁ ପଡ଼ିବ। ଆଡମିନ୍ ଅନୁମତି ଦେଲେ ମେସେଜ୍‌ଟି ଗ୍ରୁପ୍‌ରେ ପୋଷ୍ଟ ହୋଇପାରିବ। ୭୨ ଘଣ୍ଟା ପାଇଁ ଗ୍ରୁପକୁ ପ୍ରତିବନ୍ଧିତ କରାଯାଇ ପାରିବ।

Related story