ହ୍ୱାଟ୍ସଆପ୍‌ ଆଣିଲା ନୂଆ ଫିଚର: ଭିଡିଓ କଲ୍ କରି ଏକାଥରକେ କଥା ହୋଇପାରିବେ ୪ ଜଣ 

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ରେ ଦିନକୁ ଦିନ ନୂଆ ନୂଆ ଫିଚର ଯୋଡ଼ି ହେଉଛି। ପୂର୍ବରୁ ଏଥିରେ ଗ୍ରୁପ ଚାଟ୍‌ କରି ହେଉଥିଲା। ଏବେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇ ଆଉ ଏକ ଖୁସି ଖବର ଆସିଛି।  ଖୁବଶୀଘ୍ର ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ଗ୍ରୁପ ଭିଡିଓ କଲ୍‌ କରିପାରିବେ। ସ୍କାଏପି ଭଳି କେତେକ ଆପ୍‌ ପୂର୍ବରୁ ୟୁଜର୍ସଙ୍କୁ ଏହି ସୁବିଧା ଦେଉଥିବା ବେଳେ ହ୍ୱାଟ୍ସଆପ୍‌ ମଧ୍ୟ ଏହି ସୁବିଧା ଯୋଗାଇ ଦେବାକୁ ଯାଉଛି। WA ବିଟା ଇନ୍‌ଫୋ ଅନୁସାରେ ହ୍ୱାଟ୍ସଆପ୍‌ ଏହି ସୁବିଧା […]

Whatsapp

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 01:39 PM IST

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ରେ ଦିନକୁ ଦିନ ନୂଆ ନୂଆ ଫିଚର ଯୋଡ଼ି ହେଉଛି। ପୂର୍ବରୁ ଏଥିରେ ଗ୍ରୁପ ଚାଟ୍‌ କରି ହେଉଥିଲା। ଏବେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇ ଆଉ ଏକ ଖୁସି ଖବର ଆସିଛି।  ଖୁବଶୀଘ୍ର ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ଗ୍ରୁପ ଭିଡିଓ କଲ୍‌ କରିପାରିବେ। ସ୍କାଏପି ଭଳି କେତେକ ଆପ୍‌ ପୂର୍ବରୁ ୟୁଜର୍ସଙ୍କୁ ଏହି ସୁବିଧା ଦେଉଥିବା ବେଳେ ହ୍ୱାଟ୍ସଆପ୍‌ ମଧ୍ୟ ଏହି ସୁବିଧା ଯୋଗାଇ ଦେବାକୁ ଯାଉଛି।

WA ବିଟା ଇନ୍‌ଫୋ ଅନୁସାରେ ହ୍ୱାଟ୍ସଆପ୍‌ ଏହି ସୁବିଧା ପ୍ରଥମେ ଆଣ୍ଡ୍ରଏଡ୍‌ ବିଟା ୟୁଜର୍ସଙ୍କ ପାଇଁ ଅପ୍‌ଡେଟ୍‌ କରାଯାଇ ସାରିଛି। ଏଥିପାଇଁ ୟୁଜର୍ସଙ୍କୁ 2.18.39 ଭର୍ସନ ଉପରକୁ ହେବା ଦରକାର।

ସବୁ ଆଣ୍ଡ୍ରୁଏଡ ୟୁଜର୍ସଙ୍କ ଏହି ସୁବିଧା ଯୋଗାଇ ଦେବା ପାଇଁ କମ୍ପାନୀ ପକ୍ଷରୁ ପରୀକ୍ଷ ନିରୀକ୍ଷା ଜାରି ରଖିଛି।

ଏଥିରେ ଭିଡିଓ କଲ୍ ମାଧ୍ୟମରେ ଜଣେ ବ୍ୟକ୍ତି ଏକାଥରେ ତିନିଜଣଙ୍କ ସହ ଭିଡିଓ କଲ୍‌ରେ କଥା ହୋଇ ପାରିବେ। ଅର୍ଥାତ୍ ୪ ଜଣ ଏକା ସାଙ୍ଗରେ ଭିଡିଓ କଲ୍‌ରେ କଥା ହୋଇପାରିବେ। ଖାଲି ସେତିକି ନୁହେଁ, ଏଥିରେ ସ୍କ୍ରିନସର୍ଟ ସୁବିଧା ମଧ୍ୟ ରହିବ ବୋଲି କୁହାଯାଉଛି। ଏବେ ଏଥିରେ add person ନାଁରେ ଏକ ବିକଳ୍ପ ମଧ୍ୟ ଦେଖାଉଛି।

ନୂଆ ଫିଚର ଦେଖିବାକୁ ଚାହୁଁଥିଲେ ଆପ୍‌ର ମିରର୍ ୱେବସାଇଟ୍‌ରେ ଏହାର ଲେଟେଷ୍ଟ ଭର୍ସନ ଡାଉନଲୋଡ କରି ଦେକିପାରିବେ।

Related story